ଇସ୍ରୋର ଉଦ୍‌ବେଗଜନକ ରିପୋର୍ଟ: ‘ପୂରା ଧସିଯାଇପାରେ ଉତ୍ତରାଖଣ୍ଡର ଦେବଭୂମି ସହର ଯୋଶୀମଠ’

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରାଖଣ୍ଡର ଦେବଭୂମି ସହର ଯୋଶୀମଠ ଦବିବା ଘଟଣା ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ୭୦୦ କୋଠାରେ ଫାଟ ସୃଷ୍ଟି ହୋଇଛି ଯାହାକି ପୁରା ସହର କୋଠା ସଂଖ୍ୟାର ଏକ ଚତୁର୍ଥାଂଶ। ଏହାକୁ ଦୃଷ୍ଟିରେ ରଖି ବିପଦାପନ୍ନ କୋଠାଗୁଡିକରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏହାମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ଯେଉଁ ରିପୋର୍ଟ ଜାରି […]

ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରାଖଣ୍ଡର ଦେବଭୂମି ସହର ଯୋଶୀମଠ ଦବିବା ଘଟଣା ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ୭୦୦ କୋଠାରେ ଫାଟ ସୃଷ୍ଟି ହୋଇଛି ଯାହାକି ପୁରା ସହର କୋଠା ସଂଖ୍ୟାର ଏକ ଚତୁର୍ଥାଂଶ। ଏହାକୁ ଦୃଷ୍ଟିରେ ରଖି ବିପଦାପନ୍ନ କୋଠାଗୁଡିକରୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏହାମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ଯେଉଁ ରିପୋର୍ଟ ଜାରି କରାଯାଇଛି ତାହା ଆହୁରି ଉଦବେଗ ସୃଷ୍ଟି କରିଛି। ମାତ୍ର ୧୨ ଦିନ ମଧ୍ୟରେ ଏହି ସହର ୫.୪ ସେ.ମି ଦବି ଯାଇଥିଲା ବେଳେ ପୁରା ସହର ଦବିଯିବାର ସମ୍ଭାବନା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କାର୍ଟୋସାଟ୍-୨୫ ଉପଗ୍ରହ ଦ୍ୱାରା ନିଆଯାଇଥିବା ଯୋଶୀମଠ ଫଟୋକୁ ଆଧାର କରି ଇସ୍ରୋର ସହଯୋଗୀ ସଂସ୍ଥା ନ୍ୟାସନାଲ ରିମୋଟ୍ ସେନସିଂ ସେଣ୍ଟର(ଏନଆରଏସସି) ଏହି ରିପୋର୍ଟ ଜାରି କରିଛି। ଡିସେମ୍ବର ୨୭ ରୁ ଜାନୁଆରୀ ୮ ମଧ୍ୟରେ ଏହି ସହର ସର୍ବାଧିକ ସ୍ତରରେ ଦବି ଥିବା ବେଳେ ଜାନୁଆରୀ ୨ ତାରିଖରେ ଦବିବା ପ୍ରକ୍ରିୟା ସବୁଠୁ ଅଧିକ ରହିଥିଲା। ଏପ୍ରିଲ ୨୦୨୨ ରୁ ନଭେମ୍ବର ୨୦୨୨ ମଧ୍ୟରେ ମାଟି ଦବିବା ହାର ୯ ସେ .ମି ରହିଥିଲା। କିନ୍ତୁ ଜାନୁଆରୀରେ ଦବିବା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି। ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ଚିତ୍ରରୁ ଯୋଶୀମଠର ପ୍ରସିଦ୍ଧ ନରସିଂହ ମନ୍ଦିର ଏବଂ ସ୍ଥଳ ସେନାର ହେଲିପ୍ୟାଡ୍ ସମେତ ସମ୍ପୂର୍ଣ୍ଣ ସହର ସ୍ପର୍ଶକାତର ଜୋନ୍ ମଧ୍ୟରେ ରହିଥିବା କୁହାଯାଇଛି। ଏହାବ୍ୟତୀତ ଯୋଶୀମଠ-ଅଉଲି ସଡ଼କ ପଥ ମଧ୍ୟ ଖୁବଶୀଘ୍ର ଦବିବାକୁ ଆରମ୍ଭ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର