ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍ ଅବଧି

The Sakala Picture
Published On

ନୂଆଦିଲ୍ଲୀ: ଦେଶେର କରୋନା କାୟା ବିସ୍ତାର କରିଥିବା ବେଳେ। ଦିଲ୍ଲୀରେ ପରିସ୍ଥିତ ଅଣାୟତ୍ତ ହୋଇପଡ଼ିଛି। ବିଭିନ୍ନ ହସ୍ସିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ବେଳେ ଆଉ କେଉଁଠି ବେଡ଼ ନ ଥିବା ଚ୍ଚିତ୍ର ସାମ୍ନକୁ ଆସିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ୬ ଦିନ ଲକଡାଉନ ଘୋଷଣା କରାଯାଇଥିଲା। ଏହି ଲକଡାଉନ ଅବଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ମେ’ ୩ ସକାଳ ୫ଟା ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ […]

ନୂଆଦିଲ୍ଲୀ: ଦେଶେର କରୋନା କାୟା ବିସ୍ତାର କରିଥିବା ବେଳେ। ଦିଲ୍ଲୀରେ ପରିସ୍ଥିତ ଅଣାୟତ୍ତ ହୋଇପଡ଼ିଛି। ବିଭିନ୍ନ ହସ୍ସିଟାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିବା ବେଳେ ଆଉ କେଉଁଠି ବେଡ଼ ନ ଥିବା ଚ୍ଚିତ୍ର ସାମ୍ନକୁ ଆସିଛି। କରୋନା ମୁକାବିଲା ପାଇଁ ଦିଲ୍ଲୀକୁ ୬ ଦିନ ଲକଡାଉନ ଘୋଷଣା କରାଯାଇଥିଲା। ଏହି ଲକଡାଉନ ଅବଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ମେ’ ୩ ସକାଳ ୫ଟା ଯାଏ ଜାତୀୟ ରାଜଧାନୀ ଦିଲ୍ଲୀରେ ଲକଡାଉନ୍ କଟକଣା ବଳବତ୍ତର ରହିବ ବୋଲି କେଜ୍ରିୱାଲ୍ ଘୋଷଣା କରିଛନ୍ତି ।  ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଏଥିସହ ଦିଲ୍ଲୀରେ ଏବେବି ଅକ୍ସିଜେନ୍ ଅଭାବ ଲାଗି ରହିଥିବା କହିଛନ୍ତି କେଜ୍ରିୱାଲ୍ । କରୋନା ସଂକ୍ରମଣରୁ ମୁକୁଳିବା ଲାଗି ଲକଡାଉନ୍ ହିଁ ଏକମାତ୍ର ଶେଷ ବିକଳ୍ପ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସଂକ୍ରମଣ ବଢ଼ୁଥିବା ବେଳେ ଲକଡାଉନ୍ ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ ବୋଲି କେଜ୍ରିୱାଲ୍ କହିଛନ୍ତି।  ଗତ ଦୁଇ ତିନିଦିନରେ ସଂକ୍ରମଣ ଅଳ୍ପ ଖସିଥିବା ବେଳେ ଆଜି ଦୈନିକ ସଂକ୍ରମଣ ମାମଲା ୩୦ ପ୍ରତିଶତ ତଳକୁ ଖସିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ । ଆମକୁ କେନ୍ଦ୍ର ସରକାର କେବଳ ୪୮୦ ଟନ୍ ଅକ୍ସିଜେନ୍ ଦେଉଛନ୍ତି । କାଲି କେନ୍ଦ୍ର ୧୦ ଟନ୍ ଦେଇଥିବା ବେଳେ ଏବେ ଯାଏଁ ଦିଲ୍ଲୀକୁ ୪୯୦ ଟନ୍ ଅକ୍ସିଜେନ୍ ମିଳିଛି । ତେବେ ସମସ୍ତ ଆବଣ୍ଟନ ଦିଲ୍ଲୀକୁ ଆସୁନାହିଁ । ଗତକାଲି ୩୩୦ରୁ ୩୩୫ ଟନ୍ ଅକ୍ସିଜେନ୍ ଦିଲ୍ଲୀ ଆସିଛି । ଅକ୍ସିଜେନର ଉତ୍ତମ ଯୋଗାଣ ପାଇଁ ସରକାର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି । ଉତ୍ପାଦକଙ୍କ ଠାରୁ ନେଇ ହସ୍ପିଟାଲ୍ ସମସ୍ତେ ପ୍ରତି ୨ ଘଣ୍ଟାରେ ଅକ୍ସିଜେନ୍ ସ୍ଥିତି ନେଇ ସୂଚନା ଦେବେ । କେନ୍ଦ୍ର ସରକାରଙ୍କ ସହ ମିଶି ରାଜ୍ୟ କାମ କରୁଥିବା କହିଛନ୍ତି କେଜ୍ରିୱାଲ୍ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର