ପୁଣି ବୋରଓ୍ବେଲରେ ଖସିପଡିଲା ଆଉ ଜଣେ ଶିଶୁ: ପଠାଗଲା ଅକ୍ସିଜେନ୍‌, ଉଦ୍ଧାର କାର୍ଯ୍ଯ ଜାରି

The Sakala Picture
Published On

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା […]

ହାପୁର : ଉତ୍ତରପ୍ରଦେଶର ହାପୁରର କୋଟଲା ସଦତ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲରେ ଜଣେ ୪ ବର୍ଷର ଶିଶୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି। ଏନଡିଆରଏଫ ପକ୍ଷରୁ ଶିଶୁକୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗାତ ମଧ୍ୟକୁ ଅକ୍ସିଜେନ ପଠାଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଖବର ଅନୁଯାୟୀ, ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

ଦେଶରେ ଖୋଲା ତଥା ପରିତ୍ୟକ୍ତ ବୋରଓ୍ବେଲ ଗୁଡ଼ିକରେ ବାରମ୍ବାର ଶିଶୁମାନେ ପଡ଼ିଯାଉଥିବା ଖବର ସାମ୍ନାକୁ ଆସୁଛି।  ଗତ ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଜଣେ ବାଳକ ବୋରଓ୍ବେଲରେ ପଡ଼ିଯାଇ ମୃତ୍ୟୁବରଣ କରିବା ପରେ ଆଉ ଏକ ସମାନ ଘଟଣା ଆଜି ଘଉତ୍ତରପ୍ରଦେଶର ହାପୁରରୁ ଆସିଛି।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର