ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫସିଥିବା ଜାଣି ବି ଗାଡ଼ି ଅଟକାଇ ନଥିଲେ ଅଭିଯୁକ୍ତ

The Sakala Picture
Published On

ନୂଆଦିଲ୍ଲୀ: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫଶିରହିଥିବା ଜାଣି ମଧ୍ୟ ଗାଡ଼ିକୁ ଅଟକାଇ ନଥିଲେ ଅଭିଯୁକ୍ତମାନେ । ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କିଛି ଏପରି ବଡ଼ ଖୁଲ୍ଲାସା କରିଛନ୍ତି ଖୋଦ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଜଣାଥିଲା କି ଦୁର୍ଘଟଣା ପରେ ଅଞ୍ଜଳି ଗାଡିତଳେ ଫସି ଯାଇଛନ୍ତି ବୋଲି । ହେଲେ ଭୟରେ ସେମାନେ ଗାଡି ନଅଟକାଇ ଆଗକୁ ଆଗକୁ ଯାଇଥିଲେ । ଏହି କ୍ରମରେ ସେମାନେ ଗାଡିକୁ ଗୋଟିଏ ରାସ୍ତାରେ ନନେଇ ଏପଟ ସେପଟ […]

ନୂଆଦିଲ୍ଲୀ: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫଶିରହିଥିବା ଜାଣି ମଧ୍ୟ ଗାଡ଼ିକୁ ଅଟକାଇ ନଥିଲେ ଅଭିଯୁକ୍ତମାନେ । ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କିଛି ଏପରି ବଡ଼ ଖୁଲ୍ଲାସା କରିଛନ୍ତି ଖୋଦ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଜଣାଥିଲା କି ଦୁର୍ଘଟଣା ପରେ ଅଞ୍ଜଳି ଗାଡିତଳେ ଫସି ଯାଇଛନ୍ତି ବୋଲି । ହେଲେ ଭୟରେ ସେମାନେ ଗାଡି ନଅଟକାଇ ଆଗକୁ ଆଗକୁ ଯାଇଥିଲେ । ଏହି କ୍ରମରେ ସେମାନେ ଗାଡିକୁ ଗୋଟିଏ ରାସ୍ତାରେ ନନେଇ ଏପଟ ସେପଟ କରିଥିବା କଥା ମଧ୍ୟ ମାନିଛନ୍ତି । ଏହାସହିତ ସେମାନେ ମଦ ନିଶାରେ ଚୁର ହୋଇଥିବାବେଳେ ନା ଗାଡିକୁ ଅଟକାଇଥିଲେ, ନା ଅଞ୍ଜଳିଙ୍କ ଜୀବନ ବଞ୍ଚାଇଥିଲେ । ଏନେଇ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଗିରଫ ଅଭିଯୁକ୍ତମାନେ ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଅଭିଯୁକ୍ତମାନଙ୍କୁ ପଚରା ଉଚରା ବେଳେ ସେମାନେ କହିଛନ୍ତି କି, ଗାଡ଼ି ତଳୁ ଅଞ୍ଜଳିଙ୍କୁ କାଢ଼ିଲେ ହତ୍ୟା ମାମଲାରେ ଫସିବା ଭୟ ଥିଲା, ତେଣୁ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ କାଢି ନଥିଲେ । ସେମାନେ କହିଛନ୍ତି କି, ଦୁର୍ଘଟଣା ପରେ ସେମାନେ ଭୟଭୀତ ହୋଇପଡିଥିଲେ । ଏଣୁ ଗାଡିକୁ ଏପଟ ସେପଟ କରି ଅନେକ ବୁଲାଇଥିଲେ । ଏହାସହ କେତେବେଳେ ଅଞ୍ଜଳି କାର ତଳୁ ବାହରିଯିବ ତାହାକୁ ଅପେକ୍ଷା କରିଥିଲେ ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଅନ୍ୟପଟେ ଅଭିଯୁକ୍ତମାନେ ପ୍ରଥମେ ପୋଲିସକୁ କହିଥିଲେ କି କାର ଭିତରେ ଉଚ୍ଚସ୍ୱରରେ ମ୍ୟୁଜିକ ବାଜୁଥିବାରୁ ତାଙ୍କୁ କିଛି ଶୁଭାଯାଇ ନଥିଲା । ହେଲେ ଏବେ ଏହା ମିଥ୍ୟା ବୋଲି ସ୍ୱୀକାର କରିଛନ୍ତି ଅଭିଯୁକ୍ତମାନେ । ସେମାନେ ପୋଲିସକୁ ଭ୍ରମିତ କରିବାକୁ ଏଭଳି କହିଥିବା କଥା ମଧ୍ୟ ସ୍ୱୀକାର କରିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର