ଆମେରିକାରେ ୨୦ ହଜାର ଭାରତୀୟଙ୍କୁ ବେଆଇନ ଜେଲ୍‌, କଏଦୀଙ୍କୁ କାମ କରାଇ ୯୧ ହଜାର କୋଟି ଆୟ

The Sakala Picture
Published On

ୱାଶିଂଟନ: ବିଶ୍ବର ଅନ୍ୟ ଦେଶକୁ ମାନବାଧିକାର ପାଠ ପଢ଼ାଉଥିବା ଆମେରିକା ନିଜେ ଏହାକୁ ଭୁଲିଯାଇଛି। ମାନବାଧିକାର ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏହି ଦେଶ ‘ଦୀପ ତଳ ଅନ୍ଧାର’ ପରି ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରିଚାଲିଛି। ଆମେରିକା ଜେଲ୍‌ରେ ୨୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ବେଆଇନ ଭାବେ ବନ୍ଦୀ ଅଛନ୍ତି। ଏହି ଜେଲ୍‌ ଗୁଡ଼ିକରେ କାଗଜପତ୍ର ନ ଥିବା ବନ୍ଦୀଙ୍କୁ ଜୋରଜବରଦସ୍ତ କାମରେ ଲଗାଯାଉଛି। ଏହା ମାଧ୍ୟମରେ ଜେଲ୍‌ କର୍ତ୍ତୃପକ୍ଷ ମୋଟା ଅଙ୍କର ଅର୍ଥ ଆୟ କରୁଛନ୍ତି। ତେବେ କଏଦୀମାନଙ୍କୁ […]

ୱାଶିଂଟନ: ବିଶ୍ବର ଅନ୍ୟ ଦେଶକୁ ମାନବାଧିକାର ପାଠ ପଢ଼ାଉଥିବା ଆମେରିକା ନିଜେ ଏହାକୁ ଭୁଲିଯାଇଛି। ମାନବାଧିକାର ସୁରକ୍ଷାର ଡିଣ୍ଡିମ ପିଟୁଥିବା ଏହି ଦେଶ ‘ଦୀପ ତଳ ଅନ୍ଧାର’ ପରି ଅନ୍ୟମାନଙ୍କ ଅଧିକାରକୁ ଉଲ୍ଲଙ୍ଘନ କରିଚାଲିଛି। ଆମେରିକା ଜେଲ୍‌ରେ ୨୦ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ବେଆଇନ ଭାବେ ବନ୍ଦୀ ଅଛନ୍ତି। ଏହି ଜେଲ୍‌ ଗୁଡ଼ିକରେ କାଗଜପତ୍ର ନ ଥିବା ବନ୍ଦୀଙ୍କୁ ଜୋରଜବରଦସ୍ତ କାମରେ ଲଗାଯାଉଛି। ଏହା ମାଧ୍ୟମରେ ଜେଲ୍‌ କର୍ତ୍ତୃପକ୍ଷ ମୋଟା ଅଙ୍କର ଅର୍ଥ ଆୟ କରୁଛନ୍ତି। ତେବେ କଏଦୀମାନଙ୍କୁ ସମାନ ମୂଲ ଦେଉନାହାନ୍ତି। କାମ କରିବାକୁ ମନା କରୁଥିବା କଏଦୀଙ୍କୁ ଅନ୍ଧାର କୋଠରିରେ ବନ୍ଦୀ କରିଦିଆଯାଉଛି। ଏକ ମାନବାଧିକାର ଯାଞ୍ଚରୁ ଜଣାପଡିଛି ଯେ ଆମେରିକା ଜେଲ୍‌ ଉଦ୍ୟୋଗ ପାଲଟି ଯାଇଛି। କଏଦୀଙ୍କୁ କାମ କରାଇ ବର୍ଷକୁ ୧୧ ବିଲିୟନ ଡଲାର ଅର୍ଥାତ୍‌ ୯୧ ହଜାର କୋଟି ଟଙ୍କା ଆୟ କରାଯାଉଛି। ମାତ୍ର ସେମାନଙ୍କୁ କେବଳ ଘଣ୍ଟାକର ଦରମା ଦିଆଯାଉଛି। ଶ୍ରମ ପାଇଁ ବର୍ଷକୁ ମାତ୍ର ୪୫୦ ଡଲାର ପ୍ରଦାନ କରାଯାଉଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଛି। ସାବୁନ କିଣିବାକୁ ମଧ୍ୟ ସେମାନଙ୍କ ପାଖରେ ଅର୍ଥ ନାହିଁ। କଏଦୀ ଉଚିତ ଦରମା ଦେବାକୁ ପାଖରେ ପାଣ୍ଠି ନାହିଁ ବୋଲି ଜେଲ୍‌ଗୁଡିକ ଦାବି କରୁଛନ୍ତି। କିନ୍ତୁ କଏଦୀଙ୍କୁ କାମରେ ଲଗାଇ କୋଟି କୋଟି ଡଲାର ଆୟ କରୁଥିବା ଯାଞ୍ଚରୁ ଜଣାପଡିଛି। ଏହା ସତ୍ତ୍ବେ ବି ବନ୍ଦୀଙ୍କୁ ନିର୍ଯାତନା ଦିଆଯାଉଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଆମେରିକାରେ ଘରୋଇ କମ୍ପାନୀ ଜେଲ୍‌ ଚଲାଉଛି। ଏହି ଜେଲ୍‌ରେ ଯେତେ ଅଧିକ ବନ୍ଦୀ ରହିବେ କମ୍ପାନୀଙ୍କୁ ସରକାରଙ୍କଠାରୁ ସେତେ ଅଧିକ ଲାଭ ମିଳିବ। ଜେଲ୍‌ର ୮୦ ପ୍ରତିଶତ କାମ କଏଦୀଙ୍କ ଦ୍ବାରା କରାଯାଉଛି। ଏଥିରେ ସଫାସୁତୁରା, ମରାମତି କାର୍ଯ୍ୟ, ପୋଷାକ ସଫା ଆଦି ସାମିଲ ରହିଛି। ଏହା ସହିତ ବାହାର କମ୍ପାନୀ ମଧ୍ୟ ଜେଲ୍‌କୁ ଆସବାବପତ୍ର ବନାଇବାକୁ ଠିକା ଦେଉଛି। ତେଣୁ କାମ କରିବାକୁ ମନା କରୁଥିବା କଏଦୀକୁ ଏକାକି ଅନ୍ଧାର କୋଠରିରେ ଛଡ଼ା ଯାଉଛି। ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିବାକୁ ଦିଆଯାଉନାହିଁ। ମେକ୍ସିକୋ ଦେଇ ଆମେରିକା ସୀମାରେ ପ୍ରବେଶ କରିଥିବା ଜଣେ ଭାରତୀୟ ବଂଶୋଦ୍ଭବ କହିଛନ୍ତି ଯେ ସେ କାଲିଫର୍ଣ୍ଣିଆ ଜେଲ୍‌ରେ ବର୍ଷ ପର୍ଯ୍ୟନ୍ତ ବନ୍ଦୀ ଥିଲେ। ଏହା ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା। ସେଠାରେ ଶାକାହାରୀ ଲୋକଙ୍କୁ ମାଂସ ଖାଇବାକୁ ବାଧ୍ୟ କରାଯାଉଥିଲା। ଶିଖ୍‌ଙ୍କୁ ପଗଡ଼ି ପିନ୍ଧିବାକୁ ଦିଆଯାଉ ନ ଥିଲା। ସୀମାପାର ମାମଲାରେ କଏଦୀଙ୍କୁ ବର୍ଷେ ଭିତରେ ଜାମିନ ମିଳିଯାଇଥାଏ। ତେବେ ଅନେକ କଏଦୀଙ୍କ ପାଖରେ ଓକିଲ ନିଯୁକ୍ତ କରିବାକୁ ମଧ୍ୟ ଅର୍ଥ ନ ଥାଏ। ସେଥିପାଇଁ ସେମାନେ ଜେଲ୍‌ରେ ରହିବାକୁ ବାଧ୍ୟ ହୋଇଥାନ୍ତି। ୨୦୨୨ରେ ଆମେରିକାରେ ୬୦ ହଜାର ଭାରତୀୟଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୦ ହଜାରଙ୍କୁ ଜାମିନ ମିଳିସାରିଛି। ଅନ୍ୟମାନେ ଏବେ ବି ଜେଲ୍‌ରେ ବନ୍ଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର