ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

The Sakala Picture
Published On

ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଶୁକ୍ରବାର ଅନିଶ୍ଚିତ କାଳ ଲାଗି ସ୍ଥଗିତ କରିଦିଆଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ବଡ଼ ଦିନ ଲାଗି ଅନେକ ସଦସ୍ୟ ସମୟ ପୂର୍ବରୁ ଅଧିବେଶନ ସ୍ଥଗିତ କରିବାକୁ ଆଗ୍ରହ କରିଥିଲେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିମ୍ନ ସଦନରେ […]

ନୂଆଦିଲ୍ଲୀ : ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୭ ଦିନ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଶୁକ୍ରବାର ଅନିଶ୍ଚିତ କାଳ ଲାଗି ସ୍ଥଗିତ କରିଦିଆଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ବଡ଼ ଦିନ ଲାଗି ଅନେକ ସଦସ୍ୟ ସମୟ ପୂର୍ବରୁ ଅଧିବେଶନ ସ୍ଥଗିତ କରିବାକୁ ଆଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଲୋକସଭା ବାଚସ୍ପତି ଓମ୍ ବିର୍ଲା ନିମ୍ନ ସଦନରେ ଡିସେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ସପ୍ତଦଶ ଲୋକସଭାର ୧୦ମ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଥିବା ଘୋଷଣା କରିଛନ୍ତି। ଏହି ଅଧିବେଶନ କାଳରେ ମୋଟ ୧୩ଟି ବୈଠକ ହୋଇଥିବା ବେଳେ ଗୃହରେ ୪୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟକ୍ରମ ହୋଇଥିବା କହିଛନ୍ତି। ଏହି ଅଧିବେଶନର ମୋଟ କାର୍ଯ୍ୟ ଉତ୍ପାଦକତା ୯୭ ପ୍ରତିଶତ ରହିଛି। ଅଧିବେଶନ କାଳରେ ନବନିର୍ବାଚିତ ସଦସ୍ୟ ଭାବେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଗୃହରେ ଶପଥପାଠ କରିଥିବା ବାଚସ୍ପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ବିର୍ଲା କହିଛନ୍ତି ଯେ, ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ବିଧାୟୀ କାର୍ଯ୍ୟକ୍ରମ ପୁରା ହୋଇଛି। ଏହି କାଳରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ୩.୨୫ ଲକ୍ଷ କୋଟିର ସପ୍ଲିମିଣ୍ଟାରୀ ଡିମାଣ୍ଡ ଫର ଗ୍ରାଣ୍ଟ ମଞ୍ଜୁର ହୋଇଛି। ଏହା ଉପରେ ଗୃହରେ ୧୦ଘଣ୍ଟା ୫୩ ମିନିଟ୍‌ କାଳ ଚର୍ଚ୍ଚା ହୋଇଛି। ଅଧିବେଶନ କାଳରେ ୯ଟି ସରକାରୀ ବିଧେୟକ ଗୃହୀତ କରାଯାଇଛି। ଏହା ଛଡା ସଦସ୍ୟମାନେ ଗୃହର ଶୂନ୍ୟକାଳରେ ଜନସ୍ୱାର୍ଥ ସମ୍ବଳିତ ୩୭୪ଟି ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଅପରପଟେ ରାଜ୍ୟସଭାର ଶୀତକାଳୀନ ଅଧିବେଶନ ମଧ୍ୟ ଶୁକ୍ରବାର ଅନିଶ୍ଚିତ କାଳ ନିମନ୍ତେ ସ୍ଥଗିତ କରିଦିଆଯାଇଛି। ରାଜ୍ୟସଭାର ୨୫୮ତମ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସମୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଲେ ଯେ, ସେ ଏହି ମହାନ୍‌ ଗୃହର ଅଂଶବିଶେଷ ହୋଇଥିବାରୁ ଗୌରବାନ୍ବିତ ମନେକରୁଛନ୍ତି। ଅଧିବେଶନ ମୁଲତବୀ ଘୋଷଣା କରିବା ପୂର୍ବରୁ ସେ କହିଲେ, ଏହି ଅଧିବେଶନରେ ଚତୁରତା, ବିଦ୍ରୂପ, ହାସ୍ୟପରିହାସ ଏବଂ ବୁଦ୍ଧିମତ୍ତା ପ୍ରଦର୍ଶନ ହୋଇଛି। ଅଭିଜ୍ଞ ସଦସ୍ୟ ମାନଙ୍କ ଠାରୁ ମୁଁ ଏସବୁ ଆଗାମୀ ଅଧିବେଶନରେ ଅଧିକ ଆଶା କରୁଛି। ଏହି ଅଧିବେଶନ ୧୦୨% ଫଳପ୍ରଦ ହୋଇଛି। ସମୁଦାୟ ୬୪ ଘଣ୍ଟା ୫୦ ମିନିଟ୍‌ରେ ଗୃହ ୧୩ଟି ସିଟିଙ୍ଗ୍‌ ସମ୍ପନ୍ନ କରିଛି।

ବଡ଼ଦିନ, ପୋଙ୍ଗଲ୍‌, ଲୋହ୍‌ରି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ନିମନ୍ତେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହର ସଦସ୍ୟମାନଙ୍କୁ ଆଗୁଆ ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି ଯେ, ବୃଦ୍ଧି ପାଉଥିବା କୋଭିଡ୍‌ ମହାମାରୀ ପ୍ରତି ସଜାଗ ରହି ସମସ୍ତେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବସମ୍ମତ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶୀତକାଳୀନ ଅଧିବେଶନ ମୁଲତବୀ କରଯାଇଛି। ମୁଁ ଚାହୁଁଛି ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ ଚାଲୁ ରଖନ୍ତୁ। ସେ ଯୁଆ‌ଡ଼େ ଯାଆନ୍ତି, ସେଠାରେ କଂଗ୍ରେସ ପରାସ୍ତ ହୁଏ ବୋଲି ପୂର୍ବରୁ ରେକର୍ଡ ରହିଛି। କିନ୍ତୁ, ଆଶା କରୁଛି ସେ ସ୍ବାସ୍ଥ୍ୟ ମାର୍ଗଦର୍ଶିକା ମାନିବେ। ଗୃହ ମୁଲତବୀ ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର