ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ

The Sakala Picture
Published On

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ […]

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର