ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ

The Sakala Picture
Published On

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ […]

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

23 Dec 2022 By The Sakala

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ପୁଟିନ ଦେଲେ ସଙ୍କେତ

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି “ଆମର ଲକ୍ଷ୍ୟ ହେଉଛି ଯଥାଶୀଘ୍ର ସମ୍ଭବ ଏହି ଯୁଦ୍ଧକୁ ସମାପ୍ତ କରିବୁ” ଏନେଇ ଋଷ ପକ୍ଷରୁ ଜୋରଦାର ପରିଶ୍ରମ କରାଯାଉଛି ଓ ପୁଟିନ କହିଛନ୍ତି ଯେ ଯେତେଶୀଘ୍ର ଯୁଦ୍ଧ ସମାପ୍ତ ହେବ ତାହା ଉଭୟ ଦେଶପାଇଁ ମଙ୍ଗଳକାରୀ ହେବ ।

ପୁଟିନ ଆହୁରି ମଧ୍ୟ କହିଛନ୍ତି କି, ଆଲୋଚନା ମାଧ୍ୟମରେ ସମସ୍ତ ବିବାଦ ଶେଷ ହୁଏ … ଆମର ବିରୋଧୀମାନେ (ୟୁକ୍ରେନରେ) ଯେତେ ଶୀଘ୍ର ଏହା ହୃଦୟଙ୍ଗମ କରିବେ ସେତେ ଭଲ … ”

ଏହି ସମୟରେ, ଋଷର ସେନା ମୁଖ୍ୟ କହିଛନ୍ତି ଯେ ସେମାନଙ୍କ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କ ଅଞ୍ଚଳ ନିୟନ୍ତ୍ରଣକୁ ଫେରାଇ ଆଣିବା ଉପରେ ଧ୍ୟାନ ଦେଉଛି ଯେଉଁଠାରେ ବାଖମୁଟ ସହର ଯୁଦ୍ଧର କେନ୍ଦ୍ର ପାଲଟିଛି।

ପୁଟିନଙ୍କ ଏହି ପ୍ରିତିକ୍ରିୟା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀଙ୍କ ସହ ହ୍ବାଇଟ୍ ହାଉସରେ ବୈଠକ ପରେ ଆସିଛି। ଏହି ବୈଠକରେ ବାଇଡେନ୍ ୟୁକ୍ରେନକୁ ଆମେରିକା ସମର୍ଥନ ବଜାୟ ରଖିବ ବୋଲି କହିଥିଲେ। ସେପଟେ ବୈଠକ ପରେ ଜେଲେସ୍କୀ କହିଥିଲେ ଯେ ସବୁ ବାଧା ସତ୍ୱେ ୟୁକ୍ରେନ ସାହସ ହରାଇନାହିଁ। ୟୁକ୍ରେନ ଦୃଢ଼ ଭାବରେ ଛିଡ଼ା ହୋଇଛି। ଜେଲେସ୍କୀ ଆମେରିକାକୁ ସୈନ୍ୟ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର