ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌ ଗ୍ରୁପ୍‌ ତଥ୍ୟ ବିକି କୋଟି କୋଟି ଟଙ୍କା କମାଉଛନ୍ତି ହ୍ୟାକର୍ସ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌। ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା […]

ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା ପାଇଁ ସେମାନେ ୨୦୦ କୋଟି ଟଙ୍କା ମାଗିଥିଲେ। ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସିରେ ପୈଠ କରିବାକୁ କହିଥିଲେ। ହ୍ୟାକିଂ ବିଷୟରେ ଜଣାପଡିବା ପୂର୍ବରୁ ହ୍ୟାକର୍ସ ଏମ୍ସର ୬ ହଜାରରୁ ଅଧିକ କମ୍ପ୍ୟୁଟର ହ୍ୟାକ କରି ପ୍ରାୟ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି କରି ନେଇଥିଲେ। ଏଥିରେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ତଥ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ଟିକା ନେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିକିତ୍ସା ମଧ୍ୟ ଏଠାରେ ହୋଇଥିଲା। ଏମ୍ସ ଡାଟାବେସ୍‌ରେ ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀଙ୍କ ବ୍ୟକ୍ତିଗତ ସୂଚନା, ରକ୍ତଦାତା, ଆମ୍ବୁଲାନ୍ସ, ଟିକାକରଣ, ରକ୍ଷଣାବେକ୍ଷଣ କରୁଥିବପା କର୍ମଚାରୀଙ୍କ ମଧ୍ୟ ସୂଚନା ଥିଲା।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଆଇଟି କମ୍ପାନୀ ନର୍ଡଭିପିନର ଅଧ୍ୟୟନରୁ ଜଣାପଡିଛି ଯେ ୬ ଲକ୍ଷ ଭାରତୀୟଙ୍କ ଡାଟା ସହିତ ବିଶ୍ବର ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ହ୍ୟାକ କରି ବଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ଏ ପର୍ଯ୍ୟନ୍ତ ଏହି ବଜାରରେ ବିକ୍ରି କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ୧୨ ପ୍ରତିଶତ ବ୍ୟକ୍ତିଗତ ସୂଚନା ସାମିଲ ରହିଛି। ଜଣେ ବ୍ୟକ୍ତିଙ୍କ ଡାଟା ୫.୯୫ ଡଲାର ଅର୍ଥାତ୍‌ ୪୯୦ ଟଙ୍କାରେ ବିକ୍ରି କରାଯାଇଛି। ବଟ୍‌ ମାର୍କେଟରେ ଅନ୍‌ଲାଇନରୁ ଚୋରି କରାଯାଇଥିବା ଡାଟା ବିକ୍ରି କରାଯାଇଥାଏ। ଏହି ତଥ୍ୟରେ ବ୍ୟକ୍ତିଙ୍କ ଲଗିନ ସୂଚନା, କୁକିଜ, ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ସୂଚନା ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର