ୟୁଜିସିର ପ୍ରସ୍ତାବ: ସ୍ନାତକରେ ଅନର୍ସ ଡିଗ୍ରି ପାଇଁ ପଢିବାକୁ ପଡିବ ୪ବର୍ଷ

The Sakala Picture
Published On

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି । ଏହି […]

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ଯବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ ସମର୍ଥ ହେବେ। ସେହିପରି, ୧୬୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରି ୪ ବର୍ଷରେ ସେମାନେ ‘ୟୁଜି ଅନର୍ସ ଡିଗ୍ରି’ ପାଇ ପାରିବେ।  ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍‌ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ୍‌ ନେଇ ପାରିବେ। ଏହାଦ୍ବାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍‌’ ସହିତ ‘ଅନର୍ସ ଡିଗ୍ରି’ ପାଇବେ ବୋଲି ଉକ୍ତ ଡ୍ରାଫ୍ଟ୍‌ରେ ଉଲ୍ଲେଖ ଅଛି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ। ସ୍ନାତକ ଡିଗ୍ରି ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢିବାକୁ ପଡିବ । ସେପଟେ ସ୍ନାତକ ଅନର୍ସ ଡିଗ୍ରି ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରି ଦିଆଯିବ । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ । ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରି ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

10 Dec 2022 By The Sakala

ୟୁଜିସିର ପ୍ରସ୍ତାବ: ସ୍ନାତକରେ ଅନର୍ସ ଡିଗ୍ରି ପାଇଁ ପଢିବାକୁ ପଡିବ ୪ବର୍ଷ

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ । ଏ ନେଇ  ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି ।

ଏହି ନୂଆ ନିୟମର ‘ଡ୍ରାଫ୍ଟ୍‌’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ଯବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ ସମର୍ଥ ହେବେ। ସେହିପରି, ୧୬୦ କ୍ରେଡିଟ୍‌ ସମ୍ପୂର୍ଣ୍ଣ କରି ୪ ବର୍ଷରେ ସେମାନେ ‘ୟୁଜି ଅନର୍ସ ଡିଗ୍ରି’ ପାଇ ପାରିବେ।  ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍‌ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ୍‌ ନେଇ ପାରିବେ। ଏହାଦ୍ବାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍‌’ ସହିତ ‘ଅନର୍ସ ଡିଗ୍ରି’ ପାଇବେ ବୋଲି ଉକ୍ତ ଡ୍ରାଫ୍ଟ୍‌ରେ ଉଲ୍ଲେଖ ଅଛି।

ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ। ସ୍ନାତକ ଡିଗ୍ରି ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢିବାକୁ ପଡିବ । ସେପଟେ ସ୍ନାତକ ଅନର୍ସ ଡିଗ୍ରି ପାଇଁ ୪ବର୍ଷ ପଢିବାକୁ ପଡିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରି ଦିଆଯିବ । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ । ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରି ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର