ଗୁଜରାଟ ନିର୍ବାଚନ : ବୃହତ ବିଜୟ ହାସଲ କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା

The Sakala Picture
Published On

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କଲେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା। ତାଙ୍କୁ ବିଜେପି ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା। ସେ ଏଠାରେ ଦମଦାର ବିଜୟ ସହ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କର୍ଶନଭାଇ କର୍ମୁରଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରିଭାବା ୭୭,୬୩୦ ଭୋଟ୍ ପାଇଥିବାବେଳେ […]

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କଲେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା। ତାଙ୍କୁ ବିଜେପି ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା। ସେ ଏଠାରେ ଦମଦାର ବିଜୟ ସହ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କର୍ଶନଭାଇ କର୍ମୁରଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ରିଭାବା ୭୭,୬୩୦ ଭୋଟ୍ ପାଇଥିବାବେଳେ ଆପର କର୍ମୁରଙ୍କୁ ୩୧,୬୭୧ ଭୋଟ୍ ମିଳିଥିଲା । କଂଗ୍ରେସର ବିପେନ୍ଦ୍ରସିଂହ ଜାଡେଜା ୨୨,୧୮୦ ଭୋଟ୍ ସହିତ ତୃତୀୟ ସ୍ଥାନରେ ରହିଥିଲେ |

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ର କରଶନଭାଇ କାରମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ରିଭାବାଙ୍କ ଭୋଟ ଶେୟାର ୫୭% ରହିଥିବା ବେଳେ କାରମୁର କେବଳ ୨୩% ଭୋଟ ପାଇଛନ୍ତି। କଂଗ୍ରେସର ବିପେନ୍ଦରସିଂହ ଜାଡେଜା କେବଳ ୧୫.୫% ଭୋଟ ହାତେଇ ପାରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଜାଡେଜା ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଘରର ବୋହୂ ତଥା ରିଭାବା ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବି ଶଶୁର ଏବଂ ନଣନ୍ଦ ତାଙ୍କ ବିପକ୍ଷରେ ଯାଇ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ଦେଖାଯାଇଥିଲା। ତେବେ ପରିବାରର ସମର୍ଥନ ନପାଇ ବି ଜିତିଛନ୍ତି ରିଭାବା।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ବିଜୟ ପରେ ସେ ବିଜେପି ଓ ତାଙ୍କୁ ସମର୍ଥନ କରିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ସେ ବିଜେପି ଗୁଜରାଟରେ ଜାରି ରଖିଥିବା ବିକାଶ ଯାତ୍ରାରେ ସାମିଲ ହୋଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଥର ଗୁଜରାଟରେ ବିଜେପି ୧୫୦ରୁ ଊର୍ଦ୍ଧ୍ବ ଆସନରେ ଜିତି ଇତିହାସ ରଚିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର