ଦେଶରେ କେହି ଯେପରି ଭୋକିଲା ନ ରହନ୍ତି,ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ : ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : କେହି ଯେପରି ଭୋକିଲା ଶୋଇବ ନାହିଁ ତାହା ସୁନିଶ୍ଚିତ କରିବା ହେଉଛି ଆମ ସଂସ୍କୃତି । ଏଣୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲି ପେଟରେ ନ ଶୁଏ ତାହା କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଦିଆଯାଉଥିବା ଖାଦ୍ୟଶସ୍ୟ ଯେପରି ସବୁ ଗରିବଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ […]

ନୂଆଦିଲ୍ଲୀ : କେହି ଯେପରି ଭୋକିଲା ଶୋଇବ ନାହିଁ ତାହା ସୁନିଶ୍ଚିତ କରିବା ହେଉଛି ଆମ ସଂସ୍କୃତି । ଏଣୁ ଦେଶରେ ଯେପରି କୌଣସି ବ୍ୟକ୍ତି ଖାଲି ପେଟରେ ନ ଶୁଏ ତାହା କେନ୍ଦ୍ର ସରକାର ନିଶ୍ଚିତ କରନ୍ତୁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଦିଆଯାଉଥିବା ଖାଦ୍ୟଶସ୍ୟ ଯେପରି ସବୁ ଗରିବଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ମଙ୍ଗଳବାର ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ହିତାଧିକାରୀଙ୍କ ନିକଟରେ ଖାଦ୍ୟଶସ୍ୟ ଯେପରି ପହଞ୍ଚିବ ତାହା ତଦାରଖ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏମ.ଆର ଶାହ ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଏହା ଉପରେ ଫ୍ରେସ୍ ଚାର୍ଟ ଏବଂ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ପ୍ରବାସୀ ଏବଂ ଅଣସଂଗଠିତ ଶ୍ରମିକଙ୍କ ସଂଖ୍ୟା ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଜଷ୍ଟିସ ଏମ ଆର ଶାହା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଖାଦ୍ୟାନ୍ନ ଶେଷ ମଣିଷ ପାଖରେ ଯେପରି ପହଞ୍ଚିବ ତାହା ଦେଖିବା କେନ୍ଦ୍ରର ଦାୟିତ୍ୱ । ଆମେ କହୁନୁ ଯେ କେନ୍ଦ୍ର ସରକାର କିଛି କରୁ ନାହାନ୍ତି, ଭାରତ ସରକାର କୋଭିଡ ସମୟରେ ଲୋକଙ୍କ ନିକଟରେ ଖାଦ୍ୟଶସ୍ୟ ପହଞ୍ଚାଇଛନ୍ତି । ଏହା ଯେପରି ଜାରି ରହିବ ତାହା ଆମକୁ ଦେଖିବାକୁ ପଡିବ।କେହି ଯେପରି ଖାଲି ପେଟରେ ଶୋଇବନି ତାହା ଆମ ସଂସ୍କୃତି । ତିନି ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ୨୦୧୧ର ଜନଗଣନା ପରେ ଦେଶର ଜନସଂଖ୍ୟା ବୃଦ୍ଧି ହୋଇଛି ଏବଂ ଏନଏଫଏସଏ ଜରିଆରେ ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିଛି । ସେ କହିଛନ୍ତି ଯଦି ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରା ନଯାଏ ତେବେ ପ୍ରକୃତ ହିତାଧିକାରୀ ଏହାର ଲାଭରୁ ବଞ୍ଚିତ ହୋଇଯିବେ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସେମାନେ କହିଛନ୍ତି ଯେ, ଯଦି ଏହାକୁ ଯଥାଶୀଘ୍ର ଲାଗୁ ନକରାଗଲା ତେବେ ଅନେକ ଯୋଗ୍ୟ ହିତାଧିକାରୀ ଆଇନ ଅନୁଯାୟୀ ଲାଭରୁ ବଞ୍ଚିତ ହୋଇଯିବେ । ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସରକାର ଦାବି କରୁଛନ୍ତି ଯେ ନିକଟ ବର୍ଷରେ ଲୋକମାନଙ୍କ ପ୍ରତି ବ୍ୟକ୍ତି ଆୟରେ ବୃଦ୍ଧି ଘଟିଛି, କିନ୍ତୁ ଭାରତ ବିଶ୍ୱ କ୍ଷୁଧା ତାଲିକାରେ ଦ୍ରୁତତାର ସହ ତଳକୁ ଖସୁଛି । କେନ୍ଦ୍ର ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ୟ୍ୟା ଭାଟି କହିଛନ୍ତି ଯେ ଏନଏଫଏସଏ ଆଧାରରେ ୮୧.୩୫ କୋଟି ଲାଭାର୍ଥୀ ରହିଛନ୍ତି, ଭାରତୀୟଙ୍କ ସନ୍ଦର୍ଭରେ ଏହା ବହୁତ ବଡ଼ ସଂଖ୍ୟା ଅଟେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର