ଭାଇରାଲ ହେଲା ଶିକ୍ଷକଙ୍କ ଅଜବ ଛୁଟି ଦରଖାସ୍ତ: ‘ଆସନ୍ତା ଏକ ସପ୍ତାହରେ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି, ତେଣୁ ଛୁଟି ଦରକାର’…

The Sakala Picture
Published On

ବିହାର: ଛୁଟି ନେବା ପାଇଁ ବିହାରର ଶିକ୍ଷକମାନେ ଲେଖିଛନ୍ତି ଅଜବ ଅଜବ ଦରଖାସ୍ତ । ଆଉ ଏହି ଛୁଟି ଦରଖାସ୍ତଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଲେଖା ଯାଇଛି ଆସନ୍ତା ଏକ ସପ୍ତାହରେ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି, ୪ ଦିନ ପରେ ବିବାହରେ ଅଧିକ ଖାଦ୍ୟ ଖାଇବା ପରେ ପେଟ ଖରାପ ହେବାର ସମ୍ଭାବନା ଅଛି। କିଛି ଦିନ ପରେ ଅସୁସ୍ଥ ହେବି କହି ପ୍ରିନ୍ସିପାଲଙ୍କୁ ଛୁଟି ମାଗିଛନ୍ତି। ଏପରି କିଛି […]

ବିହାର: ଛୁଟି ନେବା ପାଇଁ ବିହାରର ଶିକ୍ଷକମାନେ ଲେଖିଛନ୍ତି ଅଜବ ଅଜବ ଦରଖାସ୍ତ । ଆଉ ଏହି ଛୁଟି ଦରଖାସ୍ତଗୁଡିକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ଲେଖା ଯାଇଛି ଆସନ୍ତା ଏକ ସପ୍ତାହରେ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି, ୪ ଦିନ ପରେ ବିବାହରେ ଅଧିକ ଖାଦ୍ୟ ଖାଇବା ପରେ ପେଟ ଖରାପ ହେବାର ସମ୍ଭାବନା ଅଛି। କିଛି ଦିନ ପରେ ଅସୁସ୍ଥ ହେବି କହି ପ୍ରିନ୍ସିପାଲଙ୍କୁ ଛୁଟି ମାଗିଛନ୍ତି। ଏପରି କିଛି କଥା କହି ଛୁଟି ଆବେଦନଗୁଡିକ ଲେଖାଯାଇଛି। ଯାହାକୁ ନେଇ ଶିକ୍ଷା ବିଭାଗର ମୁଣ୍ଡ ବିନ୍ଧା ବଢିଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଭାଇରାଲ ହେଉଥିବା ଗୋଟିଏ ଛୁଟି ଦରଖାସ୍ତ ଲେଖିଛନ୍ତି ଶିକ୍ଷକ ଅଜୟ କୁମାର । ସେ ଲେଖିଛନ୍ତି ଯେ, ‘ଡିସେମ୍ବର ୫ ତାରିଖ ସେମାବାର ୮ ତାରିଖରେ ମୋ ମା’ଙ୍କ ମୃତ୍ୟୁ ହୋଇଯିବ । ତାଙ୍କର ଶେଷକୃତ୍ୟ ପାଇଁ ଡିସେମ୍ବର ୬ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ମୁଁ ସ୍କୁଲରେ ଅନୁପସ୍ଥିତ ରହିବି । ସେହିପରି ଅନ୍ୟ ଏକ ଦରଖାସ୍ତରେ ଶିକ୍ଷକ ରାଜ ଗୌରବ ଲେଖିଛନ୍ତି ଯେ ସେ ଡିସେମ୍ବର ୪ ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅସୁସ୍ଥ ହେବେ, ଯେଉଁଥିପାଇଁ ସେ ସ୍କୁଲକୁ ଆସିପାରିବେ ନାହିଁ। ଅନ୍ୟ ଜଣେ ଶିକ୍ଷକ ନିଜ ଆବେଦନରେ ଲେଖିଛନ୍ତି କି ପେଟ ବ୍ୟଥା ହେତୁ ସେ ଡିସେମ୍ବର ୭ ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ସ୍କୁଲ କାମ କରିବାରେ ଅସମର୍ଥ ହେବେ। କାରଣ , ମୁଁ ୭ ଡିସେମ୍ବରରେ ଏକ ବିବାହ ଉତ୍ସବରେ ଯୋଗଦେବି ସେଠାରେ ବିବାହ ଭୋଜି ଖାଇବା ପରେ ମୋର ଶରୀର ଅସୁସ୍ଥ ହୋଇପାରେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ସୂଚନା ଅନୁସାରେ, ବିହାରର ମୁଙ୍ଗେର, ଭାଗଲପୁର ଓ ବଙ୍କା ଜିଲ୍ଲାରେ ଶିକ୍ଷକମାନଙ୍କ କାଜୁଆଲ୍ ଛୁଟି ଦାବି ସମ୍ପର୍କରେ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଶିକ୍ଷକମାନଙ୍କୁ ୩ଦିନ ପୂର୍ବରୁ କାଜୁଆଲ୍ ଛୁଟି ପାଇଁ ଆବେଦନ କରିବାକୁ ପଡିବ। ଯଦି ସେମାନେ ତାହା ନକରନ୍ତି, ତେବେ ସେମାନଙ୍କର ଛୁଟି ଗ୍ରହଣ କରାଯିବ ନାହିଁ। ଏହି ଆଦେଶରେ ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକମାନେ କହିଛନ୍ତି ହଠାତ୍ ପରିସ୍ଥିତି ଯୋଗୁଁ ଛୁଟି ନିଆଯାଏ। ୩ ଦିନ ପୂର୍ବରୁ ଆସୁଥିବା ଅସୁବିଧାକୁ କେହି କିପରି ପୂର୍ବାନୁମାନ କରିପାରିବେ। ଏହି ଆଦେଶ ପ୍ରତ୍ୟାହାର କରିବାକୁ ଶିକ୍ଷକମାନେ ସରକାରଙ୍କୁ ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର