ତିହାର ଜେଲରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡ଼ିଓ ଭାଇରାଲ୍; ନିଲମ୍ବିତ ଜେଲ ସୁପରିଟେଣ୍ଡେଣ୍ଟଙ୍କ ସହିତ କଥାବାର୍ତ୍ତା କରୁଥିବା ଆସିଲେ ନଜର

The Sakala Picture
Published On

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା ଦରବାର। ତିହାର ଜେଲ୍ ଭିତରୁ ଏଭଳି କିଛି ଭିଡିଓ ପୁଣି ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର ଭିଡିଓରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ୍ ଭିତରେ ଅନ୍ୟ ୩ କଏଦୀଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। […]

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା ଦରବାର। ତିହାର ଜେଲ୍ ଭିତରୁ ଏଭଳି କିଛି ଭିଡିଓ ପୁଣି ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନର ଭିଡିଓରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ୍ ଭିତରେ ଅନ୍ୟ ୩ କଏଦୀଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ପରେ ଜେଲ୍ ନମ୍ବର ୭ର ସୁପରିଟେଣ୍ଡେଣ୍ଟ ଅଜିତ କୁମାର ଆସିବା ପରେ ଜୈନଙ୍କ ସହ ଥିବା ୩ ଜଣ କଏଦୀ ରୁମରୁ ବାହାରି ଯାଉଛନ୍ତି । ଅଜିତ କୁମାର ଓ ସତ୍ୟନ୍ଦ୍ର ଜୈନ କଥାବାର୍ତ୍ତା କରୁଛନ୍ତି । ଉଲ୍ଲେଖଯୋଗ୍ୟ, ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ଦେଉଥିବା ଅଭିଯୋଗରେ ଅଜିତ କୁମାରଙ୍କୁ ନିଲମ୍ବିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କ ଦୁଇଟି ଭିଡ଼ିଓ ଭାଇରାଲ ହୋଇଥିଲା । ଗୋଟିକରେ ତାଙ୍କ ଜେଲ୍ ପ୍ରକୋଷ୍ଠରେ ଜଣେ ବ୍ୟକ୍ତି ସତ୍ୟନ୍ଦ୍ର ଜୈନଙ୍କ ଗୋଡ଼ ମାଲିସ୍ କରୁଥିବା ବେଳେ ଆଉ ଏକ ଭିଡିଓରେ ଏହି ଦିଲ୍ଲୀ ମନ୍ତ୍ରୀଙ୍କୁ ବାହାର ଖାଦ୍ୟ ଆଣି ଦିଆଯାଉଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର