ଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ ଉଡ଼ାଇଲା ହେଲିକପ୍ଟର

The Sakala Picture
Published On

ନୂଆଦିଲ୍ଲୀ: ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ସୋମବାର ଇତିହାସ ସୃଷ୍ଟି କରିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇ ନାସା ମହାକାଶ ଗବେଷଣା କ୍ଷେତ୍ରରେ ଏହି ନୂତନ ରେକର୍ଡ ସ୍ଥାପନ କରିଛି। ନାସା ପକ୍ଷରୁ ମଙ୍ଗଳ ଅଭିଯାନରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ନାମରେ ଏକ ହେଲିକପ୍ଟର ପଠାଯାଇଥିଲା ବେଳେ ଗତ ୧୧ ତାରିଖରେ ଏହାର ଉଡାଣ ଭରିବା ନେଇ ଘୋଷଣା କରାଯାଇଥିଲା। ହେଲେ ସେ […]

ନୂଆଦିଲ୍ଲୀ: ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ସୋମବାର ଇତିହାସ ସୃଷ୍ଟି କରିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇ ନାସା ମହାକାଶ ଗବେଷଣା କ୍ଷେତ୍ରରେ ଏହି ନୂତନ ରେକର୍ଡ ସ୍ଥାପନ କରିଛି। ନାସା ପକ୍ଷରୁ ମଙ୍ଗଳ ଅଭିଯାନରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ନାମରେ ଏକ ହେଲିକପ୍ଟର ପଠାଯାଇଥିଲା ବେଳେ ଗତ ୧୧ ତାରିଖରେ ଏହାର ଉଡାଣ ଭରିବା ନେଇ ଘୋଷଣା କରାଯାଇଥିଲା। ହେଲେ ସେ ସମୟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଏହା କରାଯାଇପାରିନଥÒଲା। କିନ୍ତୁ ସୋମବାର ରୋଭର ମଙ୍ଗଳ ଗ୍ରହର ପୃଷ୍ଠଭୂମିରୁ ମାତ୍ର ୪ ଇଞ୍ଚ ଉପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’କୁ ଛାଡିଥିଲା। ୧.୮ କିଲୋ ଗ୍ରାମ ବିଶିଷ୍ଟ ଏହି ହେଲିକପ୍ଟରକୁ ସୁରକ୍ଷିତ ଭାବେ ରୋଭର କକ୍ଷରେ ରଖିବା ପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ଲ୍ୟାଣ୍ଡ କରି ସ୍ବଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ମଙ୍ଗଳ ଗ୍ରହରେ ଏହି ହେଲିକପ୍ଟର ୩୧ ଦିନ ଧରି ଅନୁସନ୍ଧାନ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

20 Apr 2021 By The Sakala

ଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ ଉଡ଼ାଇଲା ହେଲିକପ୍ଟର

ନୂଆଦିଲ୍ଲୀ: ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ସୋମବାର ଇତିହାସ ସୃଷ୍ଟି କରିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇ ନାସା ମହାକାଶ ଗବେଷଣା କ୍ଷେତ୍ରରେ ଏହି ନୂତନ ରେକର୍ଡ ସ୍ଥାପନ କରିଛି। ନାସା ପକ୍ଷରୁ ମଙ୍ଗଳ ଅଭିଯାନରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ନାମରେ ଏକ ହେଲିକପ୍ଟର ପଠାଯାଇଥିଲା ବେଳେ ଗତ ୧୧ ତାରିଖରେ ଏହାର ଉଡାଣ ଭରିବା ନେଇ ଘୋଷଣା କରାଯାଇଥିଲା। ହେଲେ ସେ ସମୟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଏହା କରାଯାଇପାରିନଥÒଲା। କିନ୍ତୁ ସୋମବାର ରୋଭର ମଙ୍ଗଳ ଗ୍ରହର ପୃଷ୍ଠଭୂମିରୁ ମାତ୍ର ୪ ଇଞ୍ଚ ଉପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’କୁ ଛାଡିଥିଲା। ୧.୮ କିଲୋ ଗ୍ରାମ ବିଶିଷ୍ଟ ଏହି ହେଲିକପ୍ଟରକୁ ସୁରକ୍ଷିତ ଭାବେ ରୋଭର କକ୍ଷରେ ରଖିବା ପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ଲ୍ୟାଣ୍ଡ କରି ସ୍ବଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ମଙ୍ଗଳ ଗ୍ରହରେ ଏହି ହେଲିକପ୍ଟର ୩୧ ଦିନ ଧରି ଅନୁସନ୍ଧାନ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର