ଭୟଙ୍କର ଭୁକମ୍ପରେ ଥରିଲା ସୋଲୋମନ ଦ୍ୱୀପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

The Sakala Picture
Published On

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପରେ ଭୟଙ୍କର ଭୁମିକମ୍ପରେ ଥରିଲା ସୋଲୋମନ ଦ୍ୱୀପ । ପ୍ରଶାନ୍ତ ମହାସାଗରର ସୋଲୋମନ ଦ୍ୱୀପପୁଞ୍ଜରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଭୂମିକମ୍ପ ପରେ ଏଠାରେ ସୁନାମି ଚେତାବନୀ ଦିଆଯାଇଛି । ବର୍ତ୍ତମାନ ଯାଏଁ ଭୂକମ୍ପ ଯୋଗୁଁ କୌଣସି ଧନ ଜୀବନର କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆମେରିକା ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭:୩୩ ରେ ଭୂକମ୍ପ ଘଟିଥିଲା, ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପରେ […]

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପରେ ଭୟଙ୍କର ଭୁମିକମ୍ପରେ ଥରିଲା ସୋଲୋମନ ଦ୍ୱୀପ । ପ୍ରଶାନ୍ତ ମହାସାଗରର ସୋଲୋମନ ଦ୍ୱୀପପୁଞ୍ଜରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଭୂମିକମ୍ପ ପରେ ଏଠାରେ ସୁନାମି ଚେତାବନୀ ଦିଆଯାଇଛି । ବର୍ତ୍ତମାନ ଯାଏଁ ଭୂକମ୍ପ ଯୋଗୁଁ କୌଣସି ଧନ ଜୀବନର କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆମେରିକା ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭:୩୩ ରେ ଭୂକମ୍ପ ଘଟିଥିଲା, ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଭୂମିକମ୍ପରେ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଭୟଙ୍କର ଭୂମିକମ୍ପ ପରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଲୋକ । ତେବେ ଏଥିରେ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ ।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ସୂଚନାଯୋଗ୍ୟ, ସୋମବାର ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା । ଜାଭା ଭୂକମ୍ପରେ ୧୬୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର