ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ; ପ୍ରତିଦିନ ପିଟୁଥିଲା ଅଫ୍‌ତାବ୍‌, ୩ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ଶ୍ରଦ୍ଧା

The Sakala Picture
Published On

ନୂଆଦିଲ୍ଲୀ: ଲିଭ ଇନ ରିଲେସନରେ ରହିଥିବା ଶ୍ରଦ୍ଧା ୱାଲକରଙ୍କ ହତ୍ୟାଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଦିଲ୍ଲୀରେ ସଂଘଠିତ ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେତିକି ଆଗଉଛି, ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧାଙ୍କୁ ତାଙ୍କର ଲିଭ ଇନ ପାର୍ଟନର ଅଫତାବ ନିୟମିତ ମାଡ଼ ମାରୁଥିଲା। ଏଥିରେ ଶ୍ରଦ୍ଧା ଏତେ ଗୁରୁତର ହେଉଥିଲେ ଯେ ତାଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ୨୦୨୦ରେ ଶ୍ରଦ୍ଧା ନିଜ ପ୍ରେମିକଙ୍କ […]

ନୂଆଦିଲ୍ଲୀ: ଲିଭ ଇନ ରିଲେସନରେ ରହିଥିବା ଶ୍ରଦ୍ଧା ୱାଲକରଙ୍କ ହତ୍ୟାଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ଦିଲ୍ଲୀରେ ସଂଘଠିତ ଏହି ଲୋମହର୍ଷଣକାରୀ ଘଟଣାର ତଦନ୍ତ ଯେତିକି ଆଗଉଛି, ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଶ୍ରଦ୍ଧାଙ୍କୁ ତାଙ୍କର ଲିଭ ଇନ ପାର୍ଟନର ଅଫତାବ ନିୟମିତ ମାଡ଼ ମାରୁଥିଲା। ଏଥିରେ ଶ୍ରଦ୍ଧା ଏତେ ଗୁରୁତର ହେଉଥିଲେ ଯେ ତାଙ୍କୁ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

୨୦୨୦ରେ ଶ୍ରଦ୍ଧା ନିଜ ପ୍ରେମିକଙ୍କ ମାଡ଼ରେ ଆହତ ହେବା ପରେ ସେ ୩ ଦିନ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଅଫତାବ ଶ୍ରଦ୍ଧାଙ୍କୁ ମାଡ଼ ମାରିଥିଲା ବେଳେ ତାଙ୍କ ନାକ, ଗାଲ ଓ ବେକରେ କ୍ଷତ ସୃଷ୍ଟି ହୋଇଥିବା ଶ୍ରଦ୍ଧାଙ୍କ ଜଣେ ବନ୍ଧୁ ପୋଷ୍ଟ କରିଥିବା ଫଟୋରୁ ସ୍ପଷ୍ଟ ହୋଇଛି। ସେତେବେଳେ ମଧ୍ୟ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଆଫତାବ ଉଦ୍ୟମ କରିଥିବା କୁହାଯାଇଛି। ଏ ସମ୍ପର୍କରେ ଶ୍ରଦ୍ଧାଙ୍କ ବନ୍ଧୁ ରାହୁଲ ରାଏ କହିଛନ୍ତି, ଏହି ଫଟୋ ୨୦୨୦ ମସିହାର। ଅଫତାବର ନିର୍ଯାତନାରେ ଅତିଷ୍ଠ ହୋଇ ଶ୍ରଦ୍ଧା ପୁଲିସ୍‌ରେ ଅଭିଯୋଗ କରିଥିଲେ।ମୁଁ ନିଜେ ଶ୍ରଦ୍ଧାଙ୍କୁ ପୁଲିସ୍‌ ପାଖକୁ ନେଇଥିଲି। ଅଫତାବ ୨ରୁ ୩ଥର ଶ୍ରଦ୍ଧାଙ୍କୁ ମାଡ଼ ମାରିଥିଲା। ବେକରେ ଗଭୀର କ୍ଷତଚିହ୍ନ ଥିବାରୁ ସମ୍ଭବତଃ ଶ୍ରଦ୍ଧାଙ୍କୁ ସେ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲା। ପୁଲିସ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ଶ୍ରଦ୍ଧାଙ୍କୁ ସେଠାକାର ଅଧିକାରୀ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ। କିନ୍ତୁ ଜଣେ ଡାକ୍ତର କହିଛନ୍ତି ଶ୍ରଦ୍ଧା ‘ବ୍ୟାକ ପେନ୍‌’, ଟ୍ରମା ଓ ଆଭ୍ୟନ୍ତରୀଣ ଆହତଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ହତ୍ୟା ପୂର୍ବରୁ ଗଞ୍ଜେଇ, ପରେ ବିୟର ପିଇଥିଲା ଅଫ୍‌ତାବ୍‌

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ହତ୍ୟା ପୂର୍ବରୁ ଅଫତାବ ଗଞ୍ଜେଇ ଟାଣିଥିଲା। ଅତ୍ୟଧିକ ଗଞ୍ଜେଇ ନିଶା ପରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ସେହିପରି ହତ୍ୟା କରିବା ପରେ ସେ ବାହାରୁ ଖାଦ୍ୟ ମଗାଇ ଖାଇବା ସହିତ ବିୟର ମଧ୍ୟ ପିଇଥିଲା ବୋଲି କହିଛି। ଅନ୍ୟପଟେ ମେହରୋଲି ଜଙ୍ଗଲରୁ ଦିଲ୍ଲୀ ପୁଲିସକୁ ୧୩ ଖଣ୍ଡ ହାଡ଼ ମିଳିଛି। ୩୫ କିଲୋମିଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ଗତ ୧୪ ଘଣ୍ଟା ଧରି ପୁଲିସ ଏବଂ ଫରେନସିକ ଟିମ୍ ଯାଞ୍ଚ କରିଥିଲା ବେଳେ ଏହି ହାଡ଼ ମିଳିଥିବା କୁହାଯାଇଛି। ଏଗୁଡିକୁ ଏବେ ଯାଞ୍ଚ କରାଯିବ ବୋଲି ପୁଲିସ କହିଥିଲେ ହେଁ ଶ୍ରଦ୍ଧାଙ୍କ ମସ୍ତିସ୍କ ଖୋଜା ଚାଲିଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର