ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ, ଜି-୨୦ ଗୋଷ୍ଠୀର ନେତୃତ୍ବ ନେବ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଠାରୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ୧୭ତମ ଜି-୨୦ ଗୋଷ୍ଠୀ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ୧୪ ଏବଂ ୧୫ ତାରିଖ ଦୁଇ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ସାଂପ୍ରତିକ ବୈଶ୍ବିକ ଦୃଶ୍ୟପଟକୁ ନେଇ ନେଇ ବହୁ ଗୁରୁତ୍ବ ବହନ କରୁଥÒବା ବେଳେ ରୁଷିଆ ବ୍ୟତୀତ ଆମେରିକା, ବ୍ରିଟେନ ଭଳି ୧୭ ପ୍ରମୁଖ ରାଷ୍ଟ୍ରନେତା ଏଥୁରେ ସାମିଲ ହେବେ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାଲି ଅଭିମୁଖେ ଯାତ୍ରା କରିବେ। ମୋଦୀ ଏହି […]

ନୂଆଦିଲ୍ଲୀ: ଆଜି ଠାରୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ୧୭ତମ ଜି-୨୦ ଗୋଷ୍ଠୀ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ୧୪ ଏବଂ ୧୫ ତାରିଖ ଦୁଇ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ସାଂପ୍ରତିକ ବୈଶ୍ବିକ ଦୃଶ୍ୟପଟକୁ ନେଇ ନେଇ ବହୁ ଗୁରୁତ୍ବ ବହନ କରୁଥÒବା ବେଳେ ରୁଷିଆ ବ୍ୟତୀତ ଆମେରିକା, ବ୍ରିଟେନ ଭଳି ୧୭ ପ୍ରମୁଖ ରାଷ୍ଟ୍ରନେତା ଏଥୁରେ ସାମିଲ ହେବେ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାଲି ଅଭିମୁଖେ ଯାତ୍ରା କରିବେ। ମୋଦୀ ଏହି ସମ୍ମିଳନୀରେ କମ୍‌ ସମୟ ରହିବେ ବୋଲି ଇଣ୍ଡୋନେସିଆସ୍ଥୁତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଥୁଲେ ହେଁ ଭାରତ ପାଇଁ ଏହି ମଞ୍ଚ ବହୁ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଉଛି। କାରଣ ୨୦୨୩ ବର୍ଷ ପାଇଁ ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ଔପଚାରିକ ଭାବେ ଆସନ୍ତା ଡିସେମ୍ବର ୩୧ରେ ଇଣ୍ଡୋନେସିଆ ଠାରୁ ଏହା ଭାରତକୁ ହସ୍ତାନ୍ତର ହେବାକୁ ରହିଥୁଲେ ମଧ୍ୟ ସାଂକେତିକ ଭାବେ ମୋଦୀ ଅଧ୍ୟକ୍ଷତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ୨୦୨୩ ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବା ସହିତ ଏହାକୁ ଜମ୍ମୁ କାଶ୍ମୀରରେ ଆୟୋଜନ କରିବାକୁ ପ୍ରସ୍ତୁତି ଚାଲିଛି। ଏହାବ୍ୟତୀତ ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ‘ବସୁଧୈବ କୁଟୁମ୍ବକମ୍‌’ ପରିକଳ୍ପନାର ସ୍ଳୋଗାନ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧ ସମେତ ଚୀନ୍‌-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ନେଇ ବୈଶ୍ବିକ ରାଜନୀତି ଉଷ୍ଣ ରହିଛି। ସେପଟେ ବିଶ୍ବ ଅର୍ଥନୀତିର ମାନ୍ଦାବସ୍ଥାକୁ ନେଇ ମଧ୍ୟ ଅନେକ ସମସ୍ୟା ଦେଖାଯାଇଛି। ଏହାବ୍ୟତୀତ ଖାଦ୍ୟ ସଙ୍କଟ ଏବଂ ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟ ବିଶ୍ବବାସୀଙ୍କ ଜୀବନ ଚଳଣିକୁ ଦୋହଲାଇ ଦେଇଛି। ଏଭଳି ସଙ୍କଟ ପରିପ୍ରେକ୍ଷୀରେ ଭାରତ ସମସ୍ତଙ୍କୁ ଏକାଠି କରି ବିଶ୍ବସମାଜର କଲ୍ୟାଣ ନିମିତ୍ତ ଆଗାମୀ ସମ୍ମିଳନୀରେ ବଡ଼ ପଦକ୍ଷେପ ନେଇପାରେ। ଯାହାର ସଙ୍କେତ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ଅଧିବେଶନରେ ସୂଚାଇ ପାରନ୍ତି ବୋଲି କୁହାଯାଉଛି। ଏହାବ୍ୟତୀତ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ ଭାରତ ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ଭାରତୀୟ ସଂସ୍କୃତି ଏବଂ ପରାମ୍ପରାପୂର୍ଣ୍ଣ ବାଲି ଦ୍ବୀପରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିବାରୁ ଏହି ସମ୍ମିଳନୀରେ ଭାଗ ନେଉଥÒବା ବହୁ ଉପ ସାଗରୀୟ ନେତାଙ୍କ ପାଇଁ ଭାରତ ପ୍ରୋତ୍ସାହନ ଯୋଗାଇ ପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର