ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆର୍ଲଟରେ ମୁମ୍ବାଇ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ୩୦ ଦିନ ଯାଏଁ ରୋକ୍‌

The Sakala Picture
Published On

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ପୁଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନା କରୁଛନ୍ତି କିଛି ଆତଙ୍କିସଙ୍ଗଠନ। ଯାହାକୁ ନେଇ ମୁମ୍ବାଇ ପୁଲିସ ଆଗୁଆ ସତର୍କ ହୋଇଯାଇଛି। ଏଥି ସହିତ ଗତ ଅଗଷ୍ଟ ମାସରେ ମଧ୍ୟ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ […]

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ପୁଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନା କରୁଛନ୍ତି କିଛି ଆତଙ୍କିସଙ୍ଗଠନ। ଯାହାକୁ ନେଇ ମୁମ୍ବାଇ ପୁଲିସ ଆଗୁଆ ସତର୍କ ହୋଇଯାଇଛି। ଏଥି ସହିତ ଗତ ଅଗଷ୍ଟ ମାସରେ ମଧ୍ୟ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଦେଇଥିଲା। ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଥିବା ବେଳେ ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଏଥି ସହିତ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଥିବା ମେସେଜ୍‌ରେ ଲେଖାଥିଲା ଯେ ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଥିଲା। ସେତେବେଳେ ସେହି ଧମକପୂର୍ଣ୍ଣ ମେସେଜ୍ ସହ ଏବେ ଗୁଇନ୍ଦା ଖବର ଏବଂ ଅନ୍ୟପଟେ ୨୬/୧୧ ପାଖେଇ ଆସୁଥିବାରୁ ମୁମ୍ବାଇ ପୁଲିସ ହାଇଆର୍ଲଟକୁ ଆସିଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ ପରେ ପୁଲିସ ୩୦ ଦିନ ପାଇଁ ସହରରେ କୌଣସି ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଇଛନ୍ତି। ନଭେମ୍ବର ୧୩ ରୁ ଡିସେମ୍ବା ୧୨ ଯାଏଁ ଏହି ନିଷେଧାଦେଶ ଜାରି ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ନିୟମ ଉଲ୍ଲଂଘନ ପାଇଁ କଡା ଦଣ୍ଡ ଦିଆଯିବ 

ମୁମ୍ବାଇ ପୁଲିସ ଜାରି କରିଥିବା ନିଷେଧାଦେଶ ଯଦି କେହି ଉଲ୍ଲଂଘନ କରେ ତେବେ କଡା ଦଣ୍ଡ ଦିଆଯିବ। ପୁଲିସ କହିଛି କି ଯେଉଁ ସବୁ ଜିନିଷ ଉପରେ ନିଷେଧାଦେଶ ହୋଇଛି, ସେହି ସବୁ ସାମଗ୍ରୀ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରେ ବ୍ୟବହାର କରିବାର ସମ୍ଭାବନା ରହିଛି। ଏଣୁ ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଯାଇଛି। CrPC ର ଧାରା ୧୪୪ ଅନୁଯାୟୀ ମୁମ୍ବାଇ ପୁଲିସ ଏହି ନିର୍ଦ୍ଦେଶ ଜାରି କରିଛି। ପୁଲିସ କହିଛି ଯେ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ।

ସୂଚନାଯୋଗ୍ୟ ଭାରତରେ ସଂଗଠିତ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟିଏ ବୋଲି କୁହାଯାଉଥିବା ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ।

୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍‌ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍‌, ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା। ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା। ତାକୁ ୨୦୧୨ ମସିହା ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା।

11 Nov 2022 By The Sakala

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆର୍ଲଟରେ ମୁମ୍ବାଇ, ଡ୍ରୋନ୍-ପ୍ରାଇଭେଟ ହେଲିକପ୍ଟର ଉଡ଼ାଣ ଉପରେ ୩୦ ଦିନ ଯାଏଁ ରୋକ୍‌

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ମୁମ୍ବାଇ ପୁଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଯୋଜନା କରୁଛନ୍ତି କିଛି ଆତଙ୍କିସଙ୍ଗଠନ। ଯାହାକୁ ନେଇ ମୁମ୍ବାଇ ପୁଲିସ ଆଗୁଆ ସତର୍କ ହୋଇଯାଇଛି। ଏଥି ସହିତ ଗତ ଅଗଷ୍ଟ ମାସରେ ମଧ୍ୟ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ଏକ ଧମକପୂର୍ଣ୍ଣ ମେସେଜ୍ ମିଳିଥିଲା। ଧମକ ଦେଇଥିବା ଅଜଣା ବ୍ୟକ୍ତି ଟ୍ରାଫିକ୍ ପୁଲିସର ହ୍ୱାଟ୍ସଆପ୍ ନମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଚେତାବନୀ ଦେଇଥିଲା। ମୁମ୍ବାଇ ୨୬/୧୧ ଭଳି ଆକ୍ରମଣ ହେବାର ଧମକ ଦିଆଯାଇଥିବା ବେଳେ ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର।

ଏଥି ସହିତ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲକୁ ମିଳିଥିବା ମେସେଜ୍‌ରେ ଲେଖାଥିଲା ଯେ ନମ୍ବର ଟ୍ରେସ୍ କଲେ ତାହା ଭାରତ ବାହାରେ ଦେଖାଇବ, ହେଲେ ମୁମ୍ବାଇରେ ଆକ୍ରମଣ ହେବ । ୬ଜଣଙ୍କୁ ନେଇ ହୋଇଥିବା ଟିମ୍ ଏହି ଆକ୍ରମଣକୁ ସଫଳ କରିବେ ବୋଲି ମେସେଜରେ ଲେଖାଯାଇଥିଲା। ସେତେବେଳେ ସେହି ଧମକପୂର୍ଣ୍ଣ ମେସେଜ୍ ସହ ଏବେ ଗୁଇନ୍ଦା ଖବର ଏବଂ ଅନ୍ୟପଟେ ୨୬/୧୧ ପାଖେଇ ଆସୁଥିବାରୁ ମୁମ୍ବାଇ ପୁଲିସ ହାଇଆର୍ଲଟକୁ ଆସିଯାଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ ପରେ ପୁଲିସ ୩୦ ଦିନ ପାଇଁ ସହରରେ କୌଣସି ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଇଛନ୍ତି। ନଭେମ୍ବର ୧୩ ରୁ ଡିସେମ୍ବା ୧୨ ଯାଏଁ ଏହି ନିଷେଧାଦେଶ ଜାରି ରହିବ।

ନିୟମ ଉଲ୍ଲଂଘନ ପାଇଁ କଡା ଦଣ୍ଡ ଦିଆଯିବ 

ମୁମ୍ବାଇ ପୁଲିସ ଜାରି କରିଥିବା ନିଷେଧାଦେଶ ଯଦି କେହି ଉଲ୍ଲଂଘନ କରେ ତେବେ କଡା ଦଣ୍ଡ ଦିଆଯିବ। ପୁଲିସ କହିଛି କି ଯେଉଁ ସବୁ ଜିନିଷ ଉପରେ ନିଷେଧାଦେଶ ହୋଇଛି, ସେହି ସବୁ ସାମଗ୍ରୀ ଆତଙ୍କବାଦୀମାନେ ସେମାନଙ୍କ କାର୍ଯ୍ୟକଳାପରେ ବ୍ୟବହାର କରିବାର ସମ୍ଭାବନା ରହିଛି। ଏଣୁ ଡ୍ରୋନ୍‌, ରିମୋଟ ଚାଲିତ ହାଲୁକା ବିମାନ, ହଟ ଏୟାର ବେଲୁନ୍ ଏବଂ ପ୍ରାଇଭେଟ ହେଲିକପ୍ଟର,ପାରାଗ୍ଲାଇଡର୍ ଉଡାଇବା ଉପରେ ରୋକ୍‌ ଲଗାଯାଇଛି। CrPC ର ଧାରା ୧୪୪ ଅନୁଯାୟୀ ମୁମ୍ବାଇ ପୁଲିସ ଏହି ନିର୍ଦ୍ଦେଶ ଜାରି କରିଛି। ପୁଲିସ କହିଛି ଯେ ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ।

ସୂଚନାଯୋଗ୍ୟ ଭାରତରେ ସଂଗଠିତ ଭୟାବହ ଆତଙ୍କବାଦୀ ଆକ୍ରମଣରୁ ଗୋଟିଏ ବୋଲି କୁହାଯାଉଥିବା ୨୦୦୮ ନଭେମ୍ବର ୨୬ ଆକ୍ରମଣରେ ବିପୁଳ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ୧୦ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ନାରକୀୟ କାଣ୍ଡ ଘଟାଇଥିଲେ। ଏଥିରେ ୧୬୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ।

୨୦୦୮ ମସିହା ଆଜିର ଦିନରେ ୧୦ଜଣ ଲସ୍କର-ଏ-ତୈଏବାର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପ୍ରବେଶ କରିଥିଲେ। ରାତି ପ୍ରାୟ ୮ଟାରେ କୋଲବା ନିକଟ ମାଛ ବଜାରରେ ପହଞ୍ଚିଥିଲେ। ସେଠାରୁ ୪ଟି ଗ୍ରୁପରେ ଭାଗ ହୋଇ ଟ୍ୟାକ୍ସି ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ମୁମ୍ବାଇର ୬ଟି ସ୍ଥାନରେ ଆଖିବୁଜା ଗୁଳିଚାଳନା କରିଥିଲେ। ତାଜ୍‌ ହୋଟେଲ ଠାରୁ ଆରମ୍ଭ କରି ଲିୟୋପ୍ଲୋଡ କାଫେ, ନରିମନ ହାଉସ୍‌, ଛତ୍ରପତି ଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ତାଜ ହୋଟେଲ ଉପରେ ହୋଇଥିଲା ଅନ୍ଧାଧୂନ ଗୁଳିଚାଳନା। ଏହି ଘଟଣାରେ ୧୬୬ ଜଣ ସାଧାରଣ ନାଗରିକ ଓ ୧୮ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ୩୦୦ରୁ ଅଧିକ ଜଣ ଆହତ ହୋଇଥିଲେ। ତେବେ ଆତଙ୍କବାଦୀଙ୍କୁ କଡା ଟକ୍କର ଦେଇଥିଲେ ଭାରତୀୟ ସିପାହୀମାନେ। ପ୍ରାୟ ୬୦ଘଣ୍ଟା ଧରି ଚାଲିଥିଲା ପୁଲିସ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ। ଏନଏସଜି ଓ ଅନ୍ୟ ସୁରକ୍ଷାକର୍ମୀ ୯ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ଅଜମଲ ଆମିର କସାବ ନାମକ ଆତଙ୍କବାଦୀକୁ ଜୀବନ୍ତ ଗିରଫ କରାଯାଇଥିଲା। ତାକୁ ୨୦୧୨ ମସିହା ୨୧ ନଭେମ୍ବରରେ ଫାଶୀ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର