EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର: ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଜାରି ରହିବ ୧୦% ସଂରକ୍ଷଣ

The Sakala Picture
Published On

ନୂଆଦିଲ୍ଲୀ: EWS ଅର୍ଥାତ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମାମଲାରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରମିକୋର୍ଟଙ୍କ କହିବାନୁଯାୟୀ, ୧୦ ପ୍ରତିଶତ ସଂରକ୍ଷଣ ଜାରି ରହି । ଏନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରୁ ସପକ୍ଷରେ ରାୟ ଶୁଣାଇଛନ୍ତି ୩ ଜଣ ବିଚାରପତି । ଜଷ୍ଟିସ ଦୀନେଶ ମାହେଶ୍ୱରୀ ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ […]

ନୂଆଦିଲ୍ଲୀ: EWS ଅର୍ଥାତ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମାମଲାରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରମିକୋର୍ଟଙ୍କ କହିବାନୁଯାୟୀ, ୧୦ ପ୍ରତିଶତ ସଂରକ୍ଷଣ ଜାରି ରହି । ଏନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରୁ ସପକ୍ଷରେ ରାୟ ଶୁଣାଇଛନ୍ତି ୩ ଜଣ ବିଚାରପତି । ଜଷ୍ଟିସ ଦୀନେଶ ମାହେଶ୍ୱରୀ ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସେ କହିଛନ୍ତି, ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ମୌଳିକ ସଂରଚନାକୁ ଉଲଙ୍ଘନ କରୁ ନାହୁଁ । ଏହା ଅର୍ଥନୈତିକ ମାନଦଣ୍ଡ ଆଧାରିତ । ସଂରକ୍ଷଣ ସମାନତା ସଂହିତାର ଉଲଙ୍ଘନ କରୁନାହିଁ । ଅର୍ଥାତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସର ଲୋକେ ସଂରକ୍ଷଣ ସୁବିଧା ପାଇପାରିବେ। ଆର୍ଥିକ ଅନଗ୍ରସରଙ୍କ ଲାଗି (ଇଡବ୍ଲୁଏସ୍) କୋଟା ବ୍ୟବସ୍ଥା ସାମ୍ବିଧାନିକ ଭେଦଭାବ ସୃଷ୍ଟି କରୁ ନାହିଁ କି ଏହା ସମ୍ବିଧାନର ମୂଳଦୁଆକୁ ପ୍ରଭାବିତ କରୁ ନାହିଁ ବୋଲି ସର୍ବୋଚ୍ଚ ନ୍ୟାଳୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

କେବଳ ଏସ୍. ରବୀନ୍ଦ୍ର ଭଟ୍ଟ ଅସନ୍ତୁଷ୍ଟ ଅଛନ୍ତି । ୧୦୩ତମ ସାମ୍ବିଧାନିକ ସଂଶୋଧନ ଅଧ୍ୟାଦେଶର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୩୩ଟି ପିଟିସନ୍ ଦାଖଲ ହୋଇଥିଲା । ଦୀର୍ଘ ସମୟ ଧରି ଶୁଣାଣି ପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର