ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାୱାର

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ କ୍ରମରେ ଅଂଶଗ୍ରହଣ କରିବା ସହ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅସୁସ୍ଥତା କାରଣରୁ ପାୱାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ […]

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ କ୍ରମରେ ଅଂଶଗ୍ରହଣ କରିବା ସହ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅସୁସ୍ଥତା କାରଣରୁ ପାୱାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଏନସିପି ପକ୍ଷରୁ ସୂଚନା ଦିଆଯାଇଛି। ନଭେମ୍ବର ୨ ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯାଇପାରେ ବୋଲି ଦଳ କହିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅସୁସ୍ଥ ଥାଇ ବି ସେ ଆଗାମୀ ଦଳୀୟ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ବାତିଲ କରିନାହାନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ‌ସେ ପ୍ରଥମେ ଦଳର ଏକ ଶିବିରରେ ଏବଂ ପରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ। ନଭେମ୍ବର ୮ରେ ମହାରାଷ୍ଟ୍ରରେ ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବାକୁ ଯାଉଥିବା ବେଳେ ପାୱାର ରାହୁଲଙ୍କ ସହ ଏହି ଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର