ବ୍ରାଜିଲରେ ପୁଣି କ୍ଷମତାକୁ ଫେରିଲେ ଲୁଲା ଡା ସିଲଭା; କଡ଼ା ଟକ୍କରରେ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଲୁଲା

The Sakala Picture
Published On

ସାଓପୋଲୋ: ବ୍ରାଜିଲ୍‌ର ନୂଆ ରାଷ୍ଟ୍ରପତି ହେବେ ଇନାସିୟୋ ଲୁଲା ଡା ସିଲଭା । ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ବ୍ରାଜିଲ୍‌ର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ […]

ସାଓପୋଲୋ: ବ୍ରାଜିଲ୍‌ର ନୂଆ ରାଷ୍ଟ୍ରପତି ହେବେ ଇନାସିୟୋ ଲୁଲା ଡା ସିଲଭା । ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ବ୍ରାଜିଲ୍‌ର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ ବୋଲସନାରୋଙ୍କୁ ୪୯.୧୭% ଭୋଟ୍ ମିଳିଛି ।

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍‌ର ରାଷ୍ଟ୍ରପତି ହୋଇଥିଲେ। ନୂଆ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ ବୟସ ୭୭ ବର୍ଷ। ୨୦୧୮ ରେ ଭ୍ରଷ୍ଟାଚାର ମାମଲାରେ ଜେଲ ଦଣ୍ଡ ହୋଇଥିଲା। ଏହାପରେ ସେ ନିର୍ବାଚନ ଲଢ଼ିପାରିନଥିଲେ। ଏବଂ ୪ ବର୍ଷ ପରେ ନିର୍ବାଚନ ଲଢ଼ିଥିଲେ। ଏହା ପରେ ଋଢ଼ିବାଦୀ ନେତା ବୋଲସୋନାରୋ ସତ୍ତାକୁ ଆସିଥିଲେ। ତେବେ ବିଜୟ ପରେ ଡା ସିଲଭା ସାଓ ପାଓଲୋ ସହରର ଏକ ହୋଟେଲରେ ଭାଷଣ ଦେଇ କହିଛନ୍ତି ଯେ ଏହି ବିଜୟ ବ୍ରାଜିଲ ଲୋକଙ୍କ ବିଜୟ। ଏହି ବିଜୟ ରାଜନୀତିକ ଦଳ, ବ୍ୟକ୍ତିଗତ ହିତ ଏବଂ ବିଚାରଧାରାରୁ ଉପରକୁ ଉଠିଥିବା ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ। ଲୋକତନ୍ତ୍ର ବିଜୟୀ ହେଉ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ହରମୁଜ୍ ପ୍ରଣାଳୀ ଅତିକ୍ରମ କଲା ଏଲଏନଜି (LNG) ଟ୍ୟାଙ୍କର, ପହଞ୍ଚିଲା ଭାରତ ଉପକୂଳରେ

ନିର୍ବାଚନରେ ବିଜୟ ପାଇଁ ​​ଲୁଲାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହେବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାନୁୟାରୀ ୧, ୨୦୨୩ରେ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ପେଣ୍ଟାଗନର ତଥ୍ୟକୁ ନେଇ ସନ୍ଦେହରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପଙ୍କୁ କରାଯାଉଛି କି ବିଭ୍ରାନ୍ତ?

କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ଖାମ୍‌ଖିଆଲି ମନୋଭାବ ଯୋଗୁଁ ଦେଶରେ ୭ ଲକ୍ଷ ଜନତାଙ୍କ ମୃତ୍ୟୁ, ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ବିଫଳତା ଏବଂ ଦେଶର ଋଣ ଓ ଅଭିବୃଦ୍ଧି ଶୋଚନୀୟ ହୋଇପଡ଼ିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ବୋଲି ସମୀକ୍ଷକମାନେ କହୁଛନ୍ତି।

31 Oct 2022 By The Sakala

ବ୍ରାଜିଲରେ ପୁଣି କ୍ଷମତାକୁ ଫେରିଲେ ଲୁଲା ଡା ସିଲଭା; କଡ଼ା ଟକ୍କରରେ ବୋଲ୍‌ସୋନାରୋଙ୍କୁ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଲୁଲା

ସାଓପୋଲୋ: ବ୍ରାଜିଲ୍‌ର ନୂଆ ରାଷ୍ଟ୍ରପତି ହେବେ ଇନାସିୟୋ ଲୁଲା ଡା ସିଲଭା । ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ବ୍ରାଜିଲ୍‌ର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି। ଦେଶରେ ହୋଇଥିବା ନିର୍ବାଚନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଦକ୍ଷିଣପନ୍ଥୀ ନେତା ଜାୟର ବୋଲସନାରୋଙ୍କୁ ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ଲୁଲା ଡା ସିଲଭା ୫୦.୮୩% ଭୋଟ୍ ପାଇଥିବାବେଳେ ବୋଲସନାରୋଙ୍କୁ ୪୯.୧୭% ଭୋଟ୍ ମିଳିଛି ।

ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍‌ର ରାଷ୍ଟ୍ରପତି ହୋଇଥିଲେ। ନୂଆ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ ବୟସ ୭୭ ବର୍ଷ। ୨୦୧୮ ରେ ଭ୍ରଷ୍ଟାଚାର ମାମଲାରେ ଜେଲ ଦଣ୍ଡ ହୋଇଥିଲା। ଏହାପରେ ସେ ନିର୍ବାଚନ ଲଢ଼ିପାରିନଥିଲେ। ଏବଂ ୪ ବର୍ଷ ପରେ ନିର୍ବାଚନ ଲଢ଼ିଥିଲେ। ଏହା ପରେ ଋଢ଼ିବାଦୀ ନେତା ବୋଲସୋନାରୋ ସତ୍ତାକୁ ଆସିଥିଲେ। ତେବେ ବିଜୟ ପରେ ଡା ସିଲଭା ସାଓ ପାଓଲୋ ସହରର ଏକ ହୋଟେଲରେ ଭାଷଣ ଦେଇ କହିଛନ୍ତି ଯେ ଏହି ବିଜୟ ବ୍ରାଜିଲ ଲୋକଙ୍କ ବିଜୟ। ଏହି ବିଜୟ ରାଜନୀତିକ ଦଳ, ବ୍ୟକ୍ତିଗତ ହିତ ଏବଂ ବିଚାରଧାରାରୁ ଉପରକୁ ଉଠିଥିବା ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ। ଲୋକତନ୍ତ୍ର ବିଜୟୀ ହେଉ।

ନିର୍ବାଚନରେ ବିଜୟ ପାଇଁ ​​ଲୁଲାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହେବ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲୁଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାନୁୟାରୀ ୧, ୨୦୨୩ରେ ଲୁଲା ଡା ସିଲଭା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ଖାମ୍‌ଖିଆଲି ମନୋଭାବ ଯୋଗୁଁ ଦେଶରେ ୭ ଲକ୍ଷ ଜନତାଙ୍କ ମୃତ୍ୟୁ, ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ବିଫଳତା ଏବଂ ଦେଶର ଋଣ ଓ ଅଭିବୃଦ୍ଧି ଶୋଚନୀୟ ହୋଇପଡ଼ିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ବୋଲି ସମୀକ୍ଷକମାନେ କହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର