ଇତିହାସ ରଚିବେ ଜିନ୍‌ପିଙ୍ଗ୍‌: ତୃତୀୟଥର ରାଷ୍ଟ୍ରପତି ପାଇଁ ବାଟ ସଫା

The Sakala Picture
Published On

ବେଜିଂ: କିଛି ଦିନ ତଳେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ ହେବା ସହିତ ତାଙ୍କୁ ଗୃହବନ୍ଦୀ କରାଯାଇ କ୍ଷମତାଚ୍ୟୁତ କରାଯାଇଥିବା ଆନ୍ତର୍ଜାତିକ ଖବର ପ୍ରଚାରପ୍ରସାର ହୋଇଥିଲେ ହେଁ ଏହା ଭୁଲ ପ୍ରମାଣିତ ହୋଇଛି। ବରଂ ଜିନପିଙ୍ଗ ଏବେ ଚାଇନା ରାଜନୈତିକ ଇତିହାସରେ ରେକର୍ଡ କରିବାକୁ ଯାଉଛନ୍ତି। ଚୀନ୍‌ର ପୂର୍ବତନ ଶକ୍ତିଶାଳୀ କମ୍ୟୁନିଷ୍ଟ ନେତା ମାଓ ଜେଓଡଙ୍ଗଙ୍କ ପରେ ଜିନପିଙ୍ଗ ସବୁଠାରୁ ଶକ୍ତିଶାଳୀ ଏବଂ କ୍ଷମତାସମ୍ପନ୍ନ ନେତା […]

ବେଜିଂ: କିଛି ଦିନ ତଳେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଜିନପିଙ୍ଗଙ୍କ ବିରୋଧରେ ବିଦ୍ରୋହ ହେବା ସହିତ ତାଙ୍କୁ ଗୃହବନ୍ଦୀ କରାଯାଇ କ୍ଷମତାଚ୍ୟୁତ କରାଯାଇଥିବା ଆନ୍ତର୍ଜାତିକ ଖବର ପ୍ରଚାରପ୍ରସାର ହୋଇଥିଲେ ହେଁ ଏହା ଭୁଲ ପ୍ରମାଣିତ ହୋଇଛି। ବରଂ ଜିନପିଙ୍ଗ ଏବେ ଚାଇନା ରାଜନୈତିକ ଇତିହାସରେ ରେକର୍ଡ କରିବାକୁ ଯାଉଛନ୍ତି। ଚୀନ୍‌ର ପୂର୍ବତନ ଶକ୍ତିଶାଳୀ କମ୍ୟୁନିଷ୍ଟ ନେତା ମାଓ ଜେଓଡଙ୍ଗଙ୍କ ପରେ ଜିନପିଙ୍ଗ ସବୁଠାରୁ ଶକ୍ତିଶାଳୀ ଏବଂ କ୍ଷମତାସମ୍ପନ୍ନ ନେତା ଭାବେ ପ୍ରତିଷ୍ଠା ଲାଭ କରିବା ସହିତ ତୃତୀୟଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏଥିପାଇଁ ରବିବାର ଠାରୁ ଆରମ୍ଭ ହୋଇଥିବା ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ୨୦ତମ ମହାଧିବେଶନରେ ବାଟ ସଫା ହୋଇଛି। ବେଜିଂସ୍ଥିତ ତିଆନାମେନ୍‌ ସ୍କୋୟାରର ‘ଗ୍ରେଟ୍‌ ହଲ ଅଫ ପିପୁଲ’ ଠାରେ ଆରମ୍ଭ ହୋଇଥିବା କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ୫ ବର୍ଷ ପରେ ଆରମ୍ଭ ହୋଇଥିଲା ବେଳେ ଏଥିରେ ସାରା ଦେଶରୁ ୨୩୦୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି। ଶାସକ କମ୍ୟୁନିଷ୍ଟ ଦଳର ଏହା ସର୍ବବୃହତ କାର୍ଯ୍ୟକାରିଣୀ(ପଲିଟିବ୍ୟୁରୋ) ହୋଇଥିବା ବେଳେ ସରକାର, ନୀତି ପ୍ରଣୟନ ଏବଂ ଉଚ୍ଚାଧିକାରୀଙ୍କ ନିଯୁକ୍ତି ଦେବା କ୍ଷେତ୍ରରେ ଏହାର ଭୂମିକା ପ୍ରଶସ୍ତ ରହିଛି। ତେବେ ଚଳିତ ଅଧିବେଶନରେ ଜିନପିଙ୍ଗଙ୍କୁ ପାର୍ଟି ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବା ଏବଂ ତୃତୀୟଥର ପାଇଁ ରାଷ୍ଟ୍ରପତି କରିବାକୁ ଅନୁମୋଦନ ଦେବା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଚାଇନା ସମ୍ବିଧାନ ଅନୁସାରେ ଜଣେ ସର୍ବାଧିକ ୧୦ ବର୍ଷ ପାଇଁ ରାଷ୍ଟ୍ରପତି ରହିବାର ବ୍ୟବସ୍ଥା ରହିଥିଲା। କିନ୍ତୁ କିଛି ଦିନ ତଳେ ସାମ୍ବିଧାନିକ ଆଇନରେ ପରିବର୍ତ୍ତନ କରାଯାଇ ଜିନପିଙ୍ଗଙ୍କୁ ତୃତୀୟଥର ପାଇଁ ରାଷ୍ଟ୍ରପତି କରିବାକୁ ପ୍ରସ୍ତାବ ପାରିତ କରାଯାଇଥÒଲା। ହେଲେ ଏହାକୁ ପାର୍ଟି କଂଗ୍ରେସରେ ଅନୁମୋଦନ ଦିଆଯିବା ବାକି ରହିଥିଲା। ତେବେ ଏହି ଅଧିବେଶନରେ ଏହାକୁ ମଞ୍ଜୁରୀ ଦେବାକୁ ପଥ ପରିଷ୍କାର ହୋଇଥିବା ବେଳେ ଜିନପିଙ୍ଗ ଚାଇନା ଇତିହାସରେ ରେକର୍ଡ କରିବାକୁ ଯାଉଛନ୍ତି। ୨୦୧୨ରେ ରାଷ୍ଟ୍ରପତି ପଦବୀରେ ଅଭିଷିକ୍ତ ହୋଇଥିବା ଜିନପିଙ୍ଗ ୨୦୨୭ ଯାଏଁ ପୁଣି ରାଷ୍ଟ୍ରପତି ରହିବେ ବୋଲି ସ୍ପଷ୍ଟ ହୋଇଛି। ମହାଧିବେଶନର ପ୍ରଥମ ଦିନରେ ଜିନପିଙ୍ଗଙ୍କ ପ୍ରତି ଦଳୀୟ ନେତାଙ୍କ ସମର୍ଥନ ପରେ ସେ ପୁଣି ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ଏହିକ୍ରମରେ ଜିନପିଙ୍ଗ ମହାଧିବେଶନକୁ ସମ୍ବୋଧିତ କରି ଚୀନ୍‌ରେ ‘ ଜିରୋ କୋଭିଡ୍‌’ ନୀତିକୁ ଗୁରୁତ୍ବ ଦେଇଛନ୍ତି। ଏହାସହିତ ହଂକଂ ଏବଂ ତାଇୱାନ ପ୍ରସଙ୍ଗ ମଧ୍ୟ ଉତ୍‌ଥାପନ କରିଛନ୍ତି। ହଂକଂକୁ ଚୀନ ସରକାର ପୁରା ଦଖଲକୁ ନେଇ ସାରିଥିଲା ବେଳେ ତାଇୱାନରେ ବିଦେଶୀ ଶକ୍ତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି। ଏହାସହିତ ଗରିବୀ ଦୂରୀକରଣ ଏବଂ ଦେଶ ପାଇଁ ଭଲ ନୀତି ପ୍ରଣୟନ କରିବାକୁ ମଧ୍ୟ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ତେବେ ତାଇୱାନ ପ୍ରସଙ୍ଗରେ ଦେଶବାସୀଙ୍କ ନିଷ୍ପତ୍ତିକୁ ହିଁ ଅଗ୍ରାଧିକାର ଦିଆଯିବ ବୋଲି ଜିନପିଙ୍ଗ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର