ପ୍ରତିଶୋଧ ପରାୟଣ ରୁଷ୍‌ ଏବେ ରକ୍ତମୁଖା; ୮୫ଟି ମିଜାଇଲ ମାଡ଼ ପରେ ୟୁକ୍ରେନକୁ ପୁଣି ଏକ ବଡ଼ ହମଲାର ଧମକ ଦେଲେ ପୁଟିନ

The Sakala Picture
Published On

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୮ ମାସ ଛୁଇଁଛି। ଦୀର୍ଘ ଅବଧିର ଏହି ଯୁଦ୍ଧ ମଧ୍ୟରେ ଉଭୟ ରୁଷ ଏବଂ ୟୁକ୍ରେନର ପର୍ଯ୍ୟାପ୍ତ କ୍ଷତି ଘଟିଥିଲେ ହେଁ ଏହା ଥମିବାର ନାଁ ଧରୁନି। କାରଣ ରାଷ୍ଟ୍ରପତି ପୁତିନ ଏବଂ ଜେଲେଁସ୍କି ଏବେ ମଧ୍ୟ ନିଜ ଅହଂକାର ଏବଂ ଜିଦ୍‌ରେ ଅଟଳ ରହିଛନ୍ତି। ଯାହାକୁ ନେଇ ଯୁଦ୍ଧ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଇତିମଧ୍ୟରେ ରୁଷ ୟୁକ୍ରେନ ବିପକ୍ଷରେ ରକ୍ତମୁଖା ହୋଇପଡ଼ିଛି। ରୁଷ ଏବଂ କ୍ରିମିଆକୁ ଯୋଡୁଥିବା […]

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୮ ମାସ ଛୁଇଁଛି। ଦୀର୍ଘ ଅବଧିର ଏହି ଯୁଦ୍ଧ ମଧ୍ୟରେ ଉଭୟ ରୁଷ ଏବଂ ୟୁକ୍ରେନର ପର୍ଯ୍ୟାପ୍ତ କ୍ଷତି ଘଟିଥିଲେ ହେଁ ଏହା ଥମିବାର ନାଁ ଧରୁନି। କାରଣ ରାଷ୍ଟ୍ରପତି ପୁତିନ ଏବଂ ଜେଲେଁସ୍କି ଏବେ ମଧ୍ୟ ନିଜ ଅହଂକାର ଏବଂ ଜିଦ୍‌ରେ ଅଟଳ ରହିଛନ୍ତି। ଯାହାକୁ ନେଇ ଯୁଦ୍ଧ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଇତିମଧ୍ୟରେ ରୁଷ ୟୁକ୍ରେନ ବିପକ୍ଷରେ ରକ୍ତମୁଖା ହୋଇପଡ଼ିଛି। ରୁଷ ଏବଂ କ୍ରିମିଆକୁ ଯୋଡୁଥିବା କର୍ଚ ପୋଲକୁ ଉଡାଇ ଦିଆଯିବାର ଦୁଇ ଦିନ ପରେ ରୁଷ ସେନା ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ଏହି ପୋଲ ଉପରେ ୟୁକ୍ରେନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ପୁତିନ ଘୋଷଣା କରିବା ପରେ ରୁଷ ପକ୍ଷରୁ ୟୁକ୍ରେନ ରାଜଧାନୀ କିଭ୍‌ ସମେତ ବିଭିନ୍ନ ସହର ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୫ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ବେଳେ ବିଭିନ୍ନ ସହରର ବହୁ ପ୍ରତିଷ୍ଠିତ ପ୍ରତିଷ୍ଠାନ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ୟୁକ୍ରେନ ସେନା ୪୧ଟି କ୍ଷେପଣାସ୍ତ୍ର ଖସାଇ ଦେଇଥିବା କହିଥିଲେ ହେଁ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ନାଗରିକଙ୍କ ମୃତ୍ୟୁ ହେବା ସହିତ ୨୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏଥିସହିତ ରୁଷ ୟୁକ୍ରେନର ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରିବାରେ ଲାଗିଛି। ସବୁଠାରୁ ଉଦ୍‌ବେଗର ବିଷୟ ହେଲା ଯେ, ରୁଷ ଏବେ ଅଧିକ ଆକ୍ରାତ୍ମକ ହେବା ସହିତ ଅତି ଭୟଙ୍କର ଓ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ମାଡ଼ କରିବା ଆରମ୍ଭ କରିଛି। କିଭ୍‌ ସମେତ ବହୁ ସହର ଉପରେ ଘନ ଘନ ଆକ୍ରମଣ ଦ୍ବାରା ୟୁକ୍ରେନ ଆକାଶରେ ନିଆଁ ବର୍ଷା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆକାଶ ମାର୍ଗରୁ ଲଗାତାର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପଇଁ କୁହାଯାଇଛି। କେବଳ ସେତିକି ନୁହେଁ, କୌଣସି ମୁହୂର୍ତ୍ତରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ପାରୁ ନାହିଁ। ଗତ ଜୁନ୍‌ ୨୬ ତାରିଖରେ କିଭ ଉପରେ ଶେଷଥର ପାଇଁ ରୁଷ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତେବେ ୟୁକ୍ରେନ୍‌ ବିରୋଧରେ ପୋଲ ଉଡ଼ାଇ ଦେବା ଅଭିଯୋଗ ଆଣିବା ପରେ ରୁଷ ଆକ୍ରମଣକୁ ଜୋରଦାର କରିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପୁଣି ୟୁକ୍ରେନ ଉପରେ ବଡ ଧରଣର ଆକ୍ରମଣ କରିବାକୁ ତୟାର ଋଷ। ଆଗକୁ ଯଦି ୟୁକ୍ରେନ କ୍ରିମିଆ ଭଳି ଆକ୍ରମଣ କରେ, ତା’ହେଲେ ଏହାର ଜବାବ ଆହୁରି ଭୟଙ୍କର ଢଙ୍ଗରେ ଦିଆଯିବ ବୋଲି ପୁଟିନ ଖୋଲାଖୋଲି କହିଛନ୍ତି। ଆମେ କୌଣସି ପ୍ରକାରର ବିପଦକୁ ଡରିବୁ ନାହିଁ। ଆମ ଚେତାବନୀକୁ ନେଇ କେହି ସନ୍ଦେହରେ ରହିବା ଠିକ୍‌ ନୁହେଁ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏପଟେ ଯୁଦ୍ଧ ପାଇଁ ୟୁକ୍ରେନକୁ ବଡ ସମାରିକ ସହାୟତା ପଠାଇଛି ଜର୍ମାନୀ । ପୂର୍ବ ପ୍ରତିଶ୍ରୁତି ମୁତାବକ ଜର୍ମାନୀ କିଭକୁ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି । ଯାହା ଋଷର ମିଶାଇଲ ମାଡରୁ ସହରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଜର୍ମାନୀ କହିଛି । ଏହି ଏୟାର ଡିଫେନ୍ସ ମିଶାଇଲ ୨୦ କିଲୋମିଟର ଉଚ୍ଚତା ଏବଂ ୪୦ କିଲୋମିଟର ଦୂରତା ମଧ୍ୟରେ ଆସୁଥିବା ମିଶାଇଲଗୁଡିକ ନଷ୍ଟ କରିବାରେ ସାମର୍ଥ୍ୟ ରଖିଛି । ଗତକାଲି ଋଷର ମିଶାଇଲ ମାଡରେ କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି, ତ ଆଉ କେଉଁଠି ବଡ ଅଟ୍ଟାଳିକା ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର