‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମା’ ସୋନିଆ; ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ

The Sakala Picture
Published On

କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ […]

କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କଂଗ୍ରେସ ତା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅପଲୋଡ଼ କରିଛି। ଏହି ଫଟୋ ଅପଲୋଡ ହେବା ପରଠାରୁ ତାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଏହି ଭାବବିହ୍ବଳ କଲା ଭଳି ଫଟୋଟିକୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର