ମେକ୍ସିକୋରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୧୮ ଜଣଙ୍କ ମୃତ୍ୟୁ

The Sakala Picture
Published On

ମେକ୍ସିକୋ: ମେକ୍ସିକୋରେ ଆତତାୟୀର ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୭ ପୋଲିସ ଓ ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ପଶ୍ଚିମ ମେକ୍ସିକୋର ସାନ୍ ମିଗୁଏଲ ଟୋଟଲାପନ ସ୍ଥିତ ସିଟି ହଲ୍ ଏବଂ ନିକଟରେ ଥିବା ଏକ ଘର ଉପରକୁ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ସହରର ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ପୋଲିସ ସମଗ୍ର […]

ମେକ୍ସିକୋ: ମେକ୍ସିକୋରେ ଆତତାୟୀର ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୭ ପୋଲିସ ଓ ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ପଶ୍ଚିମ ମେକ୍ସିକୋର ସାନ୍ ମିଗୁଏଲ ଟୋଟଲାପନ ସ୍ଥିତ ସିଟି ହଲ୍ ଏବଂ ନିକଟରେ ଥିବା ଏକ ଘର ଉପରକୁ କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ସହରର ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣା ପରେ ପୋଲିସ ସମଗ୍ର ସହରକୁ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସୂଚନା ଅନୁସାରେ, ଆତତାୟୀ ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ତେବେ ଗୁଳିମାଡ଼ କିଏ ଓ କାହିଁକି କରିଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଅନ୍ୟପଟେ ପୋଲିସ ବନ୍ଧୁକଧାରୀକୁ ଧରିବାକୁ ଉଦ୍ୟମ କରୁଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂରା ସହରକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର