ରୁଷର ବିଦ୍ୟାଳୟରେ ଆତଙ୍କରାଜ; ଅଜଣା ଆତତାୟୀର ଗୁଳିମାଡରେ ୭ ଛାତ୍ରଙ୍କ ସମେତ ୧୩ ମୃତ, ୨୧ ଆହତ

The Sakala Picture
Published On

ନୂଆଦିଲ୍ଲୀ: ରୁଷ୍‌ର ଏକ ବିଦ୍ୟାଳୟରେ ଜଣେ ଅଜଣା ଆତତାୟୀ ଆଖିବୁଜା ଗୁଳିବର୍ଷଣ କରିଛି । ଗୁଳିମାଡରେ ୭ ଛାତ୍ରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଓ ଜଣେ ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ରୁଷ୍‌ର ଗୃହମନ୍ତ୍ରୀ ଏକ ବୟାନ ଜାରି କରି ଏ ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଋଷ ସହର ଇଜେସ୍କ୍ବରର ଏକ ସ୍କୁଲରେ […]

ନୂଆଦିଲ୍ଲୀ: ରୁଷ୍‌ର ଏକ ବିଦ୍ୟାଳୟରେ ଜଣେ ଅଜଣା ଆତତାୟୀ ଆଖିବୁଜା ଗୁଳିବର୍ଷଣ କରିଛି । ଗୁଳିମାଡରେ ୭ ଛାତ୍ରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିକ୍ଷକ ଓ ଜଣେ ସିକ୍ୟୁରିଟି ଗାର୍ଡ ଥିବା ଜଣାପଡିଛି । ରୁଷ୍‌ର ଗୃହମନ୍ତ୍ରୀ ଏକ ବୟାନ ଜାରି କରି ଏ ନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ, ଋଷ ସହର ଇଜେସ୍କ୍ବରର ଏକ ସ୍କୁଲରେ ହଠାତ ଜଣେ ଆତତାୟୀ ଧସେଇ ପସିଥିଲା । ଆଉ କେହି କିଛି ବୁଝିବା ପୂର୍ବରୁ ପ୍ରଥମେ ସିକ୍ୟୁରିଟିକୁ ଗୁଳିମାରି ହତ୍ୟା କରିବା ପରେ ଶ୍ରେଣୀଗୃହରେ ପଶି ଆଖିବୁଜା ଗୁଳିମାଡ କରିଥିଲା । ଘଟଣା ଇଜେବସ୍କ ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ତେବେ ଆଶ୍ଚର୍ଯ୍ୟର କଥା, ଗୁଳିକାଣ୍ଡ ଘଟାଇବା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ, ଯାହାଫଳରେ କି, ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀଙ୍କ ମୃତଦେହକୁ ପୋଲିସ ଜବତ କରିବା ସହ ସ୍ଥାନୀୟ ଅଞ୍ଚଳକୁ ସିଲ କରିନେଇଥିବା ସୂଚନା ମିଳିଛି । ତେବେ ବ୍ୟକ୍ତି ଜଣକ କାହିଁକି ଏଭଳି କାଣ୍ଡ ଘଟାଇଲେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏଥି ସହିତ ଆକ୍ରମଣକାରୀଙ୍କୁ ମଧ୍ୟ ପୋଲିସ ଚିହ୍ନଟ କରିପାରି ନାହିଁ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର