କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ୫ ନେତା: ଗେହଲଟ-ଥରୁରଙ୍କ ପରେ ମନୀଷ ତିୱାରୀଙ୍କୁ ନେଇ ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଲାଗୁଥିଲା। କିନ୍ତୁ ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହି ଆଶାୟୀଙ୍କ ତାଲିକାରେ ଆଉ ଦୁଇ ନାମ ଯୋଡ଼ି ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ […]

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଲାଗୁଥିଲା। କିନ୍ତୁ ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହି ଆଶାୟୀଙ୍କ ତାଲିକାରେ ଆଉ ଦୁଇ ନାମ ଯୋଡ଼ି ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଦିଗ୍‌ବିଜୟ ସିଂହ ଗୁରୁବାର ଦିଲ୍ଲୀ ପହଞ୍ଚିବେ। ସେ ସେଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ। ସେ ଗଣମାଧ୍ୟମରେ ନିଜକୁ ଆଶାୟୀ କହିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ନାଥ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ୩୦ ତାରିଖର ପର୍ଯ୍ୟନ୍ତ ସେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ନାହିଁ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଅନ୍ୟପକ୍ଷରେ ମନୀଷ ତିୱାରୀ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ନିଜ ନିର୍ବାଚନ କ୍ଷେତ୍ରକୁ ଗସ୍ତ କରିଛନ୍ତି। ଏମାନେ ରାଜ୍ୟ ପ୍ରତିନିଧି ନିର୍ବାଚନରେ ସଦସ୍ୟ ଅଛନ୍ତି। ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ହେଲେ ୧୦ ପ୍ରତିନିଧିଙ୍କ ଆବଶ୍ୟକତା ରହିଥାଏ। ତିୱାରୀ ଜି-୨୩ ଗୋଷ୍ଠୀରେ ସାମିଲ ଅଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ସୁଧାର ଦାବି କରିଥିବା ନେତାଙ୍କ ମଧ୍ୟରେ ସାମିଲ ଥିଲେ। ଚଳିତ ବର୍ଷ ଅଗଷ୍ଟ ୨୬ରେ ଜି-୨୩ ସଦସ୍ୟ ଗୁଲାମ ନବୀ ଆଜାଦ କଂଗ୍ରେସ ସାଙ୍ଗଠନିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦେଇଥିଲେ। ମନୀଷ ତିୱାରୀ ଶ୍ରୀ ଆନନ୍ଦପୁର ଲୋକସବା ଆସନରୁ ସାଂସଦ ଅଛନ୍ତି। ସେ ୨୪ ତାରିଖରେ ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ଦିଲ୍ଲୀରେ ନିଜ ସମର୍ଥକଙ୍କ ସହ ବୈଠକ କରିବେ। ଏହା ପରେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେବେ। ଅପରପକ୍ଷେ ରାହୁଲ କହିଛନ୍ତି ଯେ ଦଳରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପଦ ନିୟମ ଲାଗୁହେବ। ଏହା ଦ୍ବାରା ଗେହଲଟ୍‌ଙ୍କୁ ଝଟ୍‌କା ଲାଗିଛି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

23 Sep 2022 By The Sakala

କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରେ ୫ ନେତା: ଗେହଲଟ-ଥରୁରଙ୍କ ପରେ ମନୀଷ ତିୱାରୀଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଥମେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ପ୍ରକାଶ ପାଇବ ବୋଲି ଲାଗୁଥିଲା। କିନ୍ତୁ ପରେ ଶଶୀ ଥରୁର ଏବଂ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏହି ଆଶାୟୀଙ୍କ ତାଲିକାରେ ଆଉ ଦୁଇ ନାମ ଯୋଡ଼ି ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଦିଗ୍‌ବିଜୟ ସିଂହ ଗୁରୁବାର ଦିଲ୍ଲୀ ପହଞ୍ଚିବେ। ସେ ସେଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବେ। ସେ ଗଣମାଧ୍ୟମରେ ନିଜକୁ ଆଶାୟୀ କହିଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ନାଥ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ୩୦ ତାରିଖର ପର୍ଯ୍ୟନ୍ତ ସେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ନାହିଁ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ମନୀଷ ତିୱାରୀ ଦଳୀୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ନିଜ ନିର୍ବାଚନ କ୍ଷେତ୍ରକୁ ଗସ୍ତ କରିଛନ୍ତି। ଏମାନେ ରାଜ୍ୟ ପ୍ରତିନିଧି ନିର୍ବାଚନରେ ସଦସ୍ୟ ଅଛନ୍ତି। ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ହେଲେ ୧୦ ପ୍ରତିନିଧିଙ୍କ ଆବଶ୍ୟକତା ରହିଥାଏ। ତିୱାରୀ ଜି-୨୩ ଗୋଷ୍ଠୀରେ ସାମିଲ ଅଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ସୁଧାର ଦାବି କରିଥିବା ନେତାଙ୍କ ମଧ୍ୟରେ ସାମିଲ ଥିଲେ। ଚଳିତ ବର୍ଷ ଅଗଷ୍ଟ ୨୬ରେ ଜି-୨୩ ସଦସ୍ୟ ଗୁଲାମ ନବୀ ଆଜାଦ କଂଗ୍ରେସ ସାଙ୍ଗଠନିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦେଇଥିଲେ। ମନୀଷ ତିୱାରୀ ଶ୍ରୀ ଆନନ୍ଦପୁର ଲୋକସବା ଆସନରୁ ସାଂସଦ ଅଛନ୍ତି। ସେ ୨୪ ତାରିଖରେ ଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେ ଦିଲ୍ଲୀରେ ନିଜ ସମର୍ଥକଙ୍କ ସହ ବୈଠକ କରିବେ। ଏହା ପରେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେବେ। ଅପରପକ୍ଷେ ରାହୁଲ କହିଛନ୍ତି ଯେ ଦଳରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପଦ ନିୟମ ଲାଗୁହେବ। ଏହା ଦ୍ବାରା ଗେହଲଟ୍‌ଙ୍କୁ ଝଟ୍‌କା ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର