ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ : ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ

The Sakala Picture
Published On

ଚେନ୍ନଇ : ବୈବାହିକ ବନ୍ଧନର ମହତ୍ତ୍ବକୁ ସମସ୍ତଙ୍କୁ ବୁଝିବାକୁ ହେବ। ବିବାହ କେବଳ ଶାରୀରିକ ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଏପରି କେହି ଭାବୁଛନ୍ତି ତାହା ଅନୁଚିତ୍‌। ସନ୍ତାନ ଜନ୍ମ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏକ ଭଲ ପରିବେଶରେ ଶିଶୁର ଲାଳପ ପାଳନ କରିବା ଉଚିତ। ଏହା ଦ୍ବାରା ଭଲ ସମାଜ ଗଠନ ହୋଇପାରିବ। ଦୁଇ ଶିଶୁଙ୍କ ହେପାଜତକୁ ନେଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି […]

ଚେନ୍ନଇ : ବୈବାହିକ ବନ୍ଧନର ମହତ୍ତ୍ବକୁ ସମସ୍ତଙ୍କୁ ବୁଝିବାକୁ ହେବ। ବିବାହ କେବଳ ଶାରୀରିକ ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଏପରି କେହି ଭାବୁଛନ୍ତି ତାହା ଅନୁଚିତ୍‌। ସନ୍ତାନ ଜନ୍ମ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏକ ଭଲ ପରିବେଶରେ ଶିଶୁର ଲାଳପ ପାଳନ କରିବା ଉଚିତ। ଏହା ଦ୍ବାରା ଭଲ ସମାଜ ଗଠନ ହୋଇପାରିବ। ଦୁଇ ଶିଶୁଙ୍କ ହେପାଜତକୁ ନେଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣନ ରାମାସାମୀ ସେପ୍ଟେମ୍ବର ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ଦୁନିଆକୁ ଆସିଥିବା ଶିଶୁଙ୍କୁ ବିନା କୌଣସି ଭୁଲ୍‌ରେ ଦଣ୍ଡ ଦିଆଯାଉଛି। ଶିଶୁଙ୍କ ମଧ୍ୟ ମୌଳିକ ଅଧିକାର ରହିଛି। ସେମାନେ ଏକ ଭଲ ପରିବେଶରେ ମାତାପିତାଙ୍କ ସହ ରହିବା ଜରୁରୀ। କିନ୍ତୁ ଆପୋଷ ବିବାଦ ଯୋଗୁଁ ସେମାନେ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ଏହା ଶିଶୁ ଉତ୍ପୀଡନ ଶ୍ରେଣୀରେ ଆସୁଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ସୂଚନା ଅନୁଯାୟୀ ପତି ଶିଶୁଙ୍କୁ ଭେଟିବାକୁ ଦେଉନାହାନ୍ତି ବୋଲି ଜଣେ ପତ୍ନୀ ଅଭିଯୋଗ କରିଥିଲେ। ଏପରି ଭାବରେ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଏଥିପାଇଁ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଶିଶୁଙ୍କ ଠାରୁ ଦୂରେଇ ରଖାଯାଉଥିବା ଅଭିଯୋଗ କରିଥିଲେ। ଏହାକୁ ଅମାନବିକ ଏବଂ ଶିଶୁଙ୍କ ପ୍ରତି ବିପଦ ବିବେଚନା କରି ଜଷ୍ଟିସ ରାମାସ୍ବାମୀ କହିଥିଲେ ଯେ ଜଣେ ଶିଶୁକୁ ଅଭିଭାବକଙ୍କ ବିରୋଧରେ ନେବା ନିଜ ବିରୋଧରେ ନେବା ସହ ସମାନ। ପିତା ମାଆଙ୍କୁ ନେଇ ଶିଶୁଙ୍କ ମୁଣ୍ଡରେ ବିଷ ଭରି ଦେଇଥିବା ପ୍ରତୀତ ହେଉଛି। ଆଇନ ଅହଙ୍କାରକୁ ସନ୍ତୁଷ୍ଟ କରିପାରେ। କିନ୍ତୁ ଏହା କେବେ ବି ଶିଶୁଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। କାରଣ ଆଇନ ନିର୍ମାତା କେବଳ ଶିଶୁଙ୍କ କଲ୍ୟାଣ ପ୍ରତି ସଚେତନ ଥିଲେ। ସେମାନେ ତାହାର ମାନସିକ ସ୍ଥିତି ବିଷୟରେ ଭାବି ନ ଥିଲେ। ଶିଶୁଙ୍କୁ ଏପରି ସ୍ଥିତିର ସାମ୍‌ନା କରିବାକୁ ପଡ଼ିବ ବୋଲି ସେମାନେ ଆଶା କରି ନ ଥିଲେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

21 Sep 2022 By The Sakala

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ : ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ

ଚେନ୍ନଇ : ବୈବାହିକ ବନ୍ଧନର ମହତ୍ତ୍ବକୁ ସମସ୍ତଙ୍କୁ ବୁଝିବାକୁ ହେବ। ବିବାହ କେବଳ ଶାରୀରିକ ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ। ଯଦି ଏପରି କେହି ଭାବୁଛନ୍ତି ତାହା ଅନୁଚିତ୍‌। ସନ୍ତାନ ଜନ୍ମ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏକ ଭଲ ପରିବେଶରେ ଶିଶୁର ଲାଳପ ପାଳନ କରିବା ଉଚିତ। ଏହା ଦ୍ବାରା ଭଲ ସମାଜ ଗଠନ ହୋଇପାରିବ। ଦୁଇ ଶିଶୁଙ୍କ ହେପାଜତକୁ ନେଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣନ ରାମାସାମୀ ସେପ୍ଟେମ୍ବର ଗତ ୧୬ ତାରିଖରେ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଏହି ଦୁନିଆକୁ ଆସିଥିବା ଶିଶୁଙ୍କୁ ବିନା କୌଣସି ଭୁଲ୍‌ରେ ଦଣ୍ଡ ଦିଆଯାଉଛି। ଶିଶୁଙ୍କ ମଧ୍ୟ ମୌଳିକ ଅଧିକାର ରହିଛି। ସେମାନେ ଏକ ଭଲ ପରିବେଶରେ ମାତାପିତାଙ୍କ ସହ ରହିବା ଜରୁରୀ। କିନ୍ତୁ ଆପୋଷ ବିବାଦ ଯୋଗୁଁ ସେମାନେ ଉତ୍ପୀଡ଼ନର ଶିକାର ହୋଇଥାନ୍ତି। ଏହା ଶିଶୁ ଉତ୍ପୀଡନ ଶ୍ରେଣୀରେ ଆସୁଛି।

ସୂଚନା ଅନୁଯାୟୀ ପତି ଶିଶୁଙ୍କୁ ଭେଟିବାକୁ ଦେଉନାହାନ୍ତି ବୋଲି ଜଣେ ପତ୍ନୀ ଅଭିଯୋଗ କରିଥିଲେ। ଏପରି ଭାବରେ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି। ଏଥିପାଇଁ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଶିଶୁଙ୍କ ଠାରୁ ଦୂରେଇ ରଖାଯାଉଥିବା ଅଭିଯୋଗ କରିଥିଲେ। ଏହାକୁ ଅମାନବିକ ଏବଂ ଶିଶୁଙ୍କ ପ୍ରତି ବିପଦ ବିବେଚନା କରି ଜଷ୍ଟିସ ରାମାସ୍ବାମୀ କହିଥିଲେ ଯେ ଜଣେ ଶିଶୁକୁ ଅଭିଭାବକଙ୍କ ବିରୋଧରେ ନେବା ନିଜ ବିରୋଧରେ ନେବା ସହ ସମାନ। ପିତା ମାଆଙ୍କୁ ନେଇ ଶିଶୁଙ୍କ ମୁଣ୍ଡରେ ବିଷ ଭରି ଦେଇଥିବା ପ୍ରତୀତ ହେଉଛି। ଆଇନ ଅହଙ୍କାରକୁ ସନ୍ତୁଷ୍ଟ କରିପାରେ। କିନ୍ତୁ ଏହା କେବେ ବି ଶିଶୁଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। କାରଣ ଆଇନ ନିର୍ମାତା କେବଳ ଶିଶୁଙ୍କ କଲ୍ୟାଣ ପ୍ରତି ସଚେତନ ଥିଲେ। ସେମାନେ ତାହାର ମାନସିକ ସ୍ଥିତି ବିଷୟରେ ଭାବି ନ ଥିଲେ। ଶିଶୁଙ୍କୁ ଏପରି ସ୍ଥିତିର ସାମ୍‌ନା କରିବାକୁ ପଡ଼ିବ ବୋଲି ସେମାନେ ଆଶା କରି ନ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର