ହୁତୁହୁତୁ ହୋଇ ଜଳୁଛି ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକା, କୌଣସି ମୃତ୍ୟୁ ହୋଇନଥିବା ସୂଚନା

The Sakala Picture
Published On

ଚୀନ: ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଏତେ ଜୋରରେ ଲାଗିଛି ଯେ ତଳକୁ କୋଠାର ଅଂଶବିଶେଷ ଖସୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା […]

ଚୀନ: ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଏତେ ଜୋରରେ ଲାଗିଛି ଯେ ତଳକୁ କୋଠାର ଅଂଶବିଶେଷ ଖସୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣା ସ୍ଥଳରେ ନିଆଁ ଲିଭା ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମଳିଛି ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

୨୧୮ ମିଟର ତଥା ୭୧୫ ଫୁଟ ଉଚ୍ଚତାର ଏହି ଅଟାଳିକା ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ଏହି ବିଲ୍ଡିଂରେ ରାଜ୍ୟର ଅନ୍ୟତମ ବଡ଼ ଟେଲିକମ୍ କମ୍ପାନୀ ଚାଇନ ଟେଲିକମ୍ ଅଫିର ମଧ୍ୟ ଥିଲା। ସିସିଟିଭିର ଏକ ଫୁଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ହୁତୁହୁତୁ ହୋଇ ବିଲ୍ଡିଂ ଜଳୁଥିବା ଦେଖାଯାଇଛି। ଏଥିସହ କଳା ଧୂଆଁ ପୂରା ଅଞ୍ଚଳରେ ବ୍ୟାପି ଯାଇଥିବା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ୪୨ ତାଲାର ଏହି ବିଲ୍ଡିଂର ବାହାର କାନ୍ଥରେ ନିଆଁ ଲାଗିଯାଇଥିଲା। ଆଗ୍ନିକମାନେ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ପ୍ରକାଶ ଯେ ନିଆଁ ଲାଗିଥିବା ବିଲ୍ଡିଂ ଥିବା ସହରର ଜନସଂଖ୍ୟା ପାଖାପାଖି କୋଟିଏ ହେବ। ସୂଚନା ମୁତାବକ, ନିଆଁକୁ ଆୟତ୍ତ କରିବା ପାଇଁ ୩୬ ଦମକଳ ଟ୍ରକ ଓ ୨୮୦ ଦମକଳ କର୍ମୀ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର