ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ଭାରତର ଉଦ୍ୟୋଗପତି ଗୌତମ ଅଦାନୀ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ […]

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର