ଗାନ୍ଧୀ ପରିବାର ବାଛିବେ କଂଗ୍ରେସ ମୁଖିଆ ! ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରୟାସ….

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସର ଆଭ୍ୟନ୍ତରୀଣ ନେତା ନିର୍ବାଚନ ସହ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବହୁ ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି। ଏହାହିଁ ଦଳର ପତନର କାରଣ ବୋଲି ରାଜନୀତିକ ବିଶାରଦମାନେ ଚିନ୍ତା କରୁଥିବା ଆଲୋଚିତ ହେଉଛି। କିନ୍ତୁ ଏହି ସମସ୍ୟାକୁ ଦୂର କରିବାକୁ କିଛି ଦିନ ତଳେ ଦଳ ନିଷ୍ପତ୍ତି ନେବା ସହିତ ଆସନ୍ତା ମାସରେ ମୁକ୍ତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ବାରା ଦଳୀୟ ନେତାମାନଙ୍କ […]

ନୂଆଦିଲ୍ଲୀ: କଂଗ୍ରେସର ଆଭ୍ୟନ୍ତରୀଣ ନେତା ନିର୍ବାଚନ ସହ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବହୁ ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି। ଏହାହିଁ ଦଳର ପତନର କାରଣ ବୋଲି ରାଜନୀତିକ ବିଶାରଦମାନେ ଚିନ୍ତା କରୁଥିବା ଆଲୋଚିତ ହେଉଛି। କିନ୍ତୁ ଏହି ସମସ୍ୟାକୁ ଦୂର କରିବାକୁ କିଛି ଦିନ ତଳେ ଦଳ ନିଷ୍ପତ୍ତି ନେବା ସହିତ ଆସନ୍ତା ମାସରେ ମୁକ୍ତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ବାରା ଦଳୀୟ ନେତାମାନଙ୍କ ଭିତରେ ଦୀର୍ଘ ଦିନରୁ ରହିଆସିଥିବା ଅସନ୍ତାଷ ଦୂର ହେବା ସହିତ ଦଳକୁ ଆହୁରି ସଂଗଠିତ କରାଯାଇପାରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ହେଲେ ବୁଧବାର ଦଳ ପକ୍ଷରୁ ଯେଭଳି ସୂଚନା ଜାରି କରାଯାଇଛି ତଦ୍ବାରା ଏହି ସମସ୍ୟା ଦୂର ହେବା କି ନାହିଁ ତାହା ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱ ପକ୍ଷରୁ ସବୁ ପିସିସି ସଭାପତିଙ୍କ ପ୍ରତି ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା ପଛରେ ଗାନ୍ଧୀ ପରିବାର ହିଁ ଅଧ୍ୟକ୍ଷ ବାଛିବେ ବୋଲି ପରୋକ୍ଷରେ ସ୍ପଷ୍ଟ ହୋଇଛି। ପିସିସି ସଭାପତିମାନଙ୍କୁ ଚୟନ କରିବାର କ୍ଷମତା ସୋନିଆ ଗାନ୍ଧିଙ୍କ ହାତରେ ଦେବାକୁ ପ୍ରତ୍ୟେକ ରାଜ୍ୟକୁ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ,ଏଆଇସିସି ସଦସ୍ୟ ଚୟନ ମଧ୍ୟ ସୋନିଆଙ୍କ ହାତରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ମାସଠାରୁ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଥିବା ବେଳେ ତାପୂର୍ବରୁ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଛି। ସୋନିଆ ଅଧ୍ୟକ୍ଷ ପଦ ନିର୍ବାଚନରୁ ଦୂରରେ ରହିବେ ବୋଲି ଦଳ ପରୋକ୍ଷରେ ଇଙ୍ଗିତ କରିଥିଲେ ହେଁ ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ନିଷ୍ପତ୍ତି ତାଙ୍କ ହାତରେ ରହିବାର ଉଦ୍ଦେଶ୍ୟ ଅନ୍ୟ କିଛି ଇଙ୍ଗିତ କରୁଛି। ଅଧ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଅମଙ୍ଗ ଥିବା କୁହାଯାଉଥିଲେ ହେଁ ତାଙ୍କୁ ହିଁ ମୁଖ୍ୟ କରିବାକୁ ଏଭଳି ଯୋଜନା କରାଯାଇଛି ବୋଲି କୁହାଯାଉଛି। ସୋନିଆଙ୍କ ଆନୁଗତ୍ୟରେ ରହିଥÒବା ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚନ ବେଳେ ସୋନିଆଙ୍କ ପସନ୍ଦକୁ ଅଗ୍ରାଧିକାର ଦେବେ ଏବଂ ସେହି ଅନୁସାରେ ରାହୁଲ ନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ଏଭଳି ନିର୍ଦ୍ଦେଶନାମାକୁ ନେଇ ଦଳ ମଧ୍ୟରେ ପୁଣିଥରେ ଅସନ୍ତୋଷ ମୁଣ୍ଡ ଟେକିବାର ଆଶଙ୍କା ବଢିଛି। ମୁକ୍ତ ନିର୍ବାଚନ କରିବାକୁ କହିଥÒବା ଦଳ ଏଭଳି ପ୍ରସ୍ତାବ ଆଣି ଗାନ୍ଧୀ ପରିବାର ଇଛାରେ ହିଁ ଅଧ୍ୟକ୍ଷ ବାଛିବାକୁ ଯୋଜନା ହୋଇଛି ବୋଲି ଏବେ ଦଳରେ ଚର୍ଚ୍ଚା ଜୋର ଧରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

15 Sep 2022 By The Sakala

ଗାନ୍ଧୀ ପରିବାର ବାଛିବେ କଂଗ୍ରେସ ମୁଖିଆ ! ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରୟାସ….

ନୂଆଦିଲ୍ଲୀ: କଂଗ୍ରେସର ଆଭ୍ୟନ୍ତରୀଣ ନେତା ନିର୍ବାଚନ ସହ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବହୁ ଦିନ ଧରି ଲାଗି ରହିଥିବା ଅସନ୍ତୋଷ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି। ଏହାହିଁ ଦଳର ପତନର କାରଣ ବୋଲି ରାଜନୀତିକ ବିଶାରଦମାନେ ଚିନ୍ତା କରୁଥିବା ଆଲୋଚିତ ହେଉଛି। କିନ୍ତୁ ଏହି ସମସ୍ୟାକୁ ଦୂର କରିବାକୁ କିଛି ଦିନ ତଳେ ଦଳ ନିଷ୍ପତ୍ତି ନେବା ସହିତ ଆସନ୍ତା ମାସରେ ମୁକ୍ତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ବାରା ଦଳୀୟ ନେତାମାନଙ୍କ ଭିତରେ ଦୀର୍ଘ ଦିନରୁ ରହିଆସିଥିବା ଅସନ୍ତାଷ ଦୂର ହେବା ସହିତ ଦଳକୁ ଆହୁରି ସଂଗଠିତ କରାଯାଇପାରିବ ବୋଲି କୁହାଯାଉଛି।

ହେଲେ ବୁଧବାର ଦଳ ପକ୍ଷରୁ ଯେଭଳି ସୂଚନା ଜାରି କରାଯାଇଛି ତଦ୍ବାରା ଏହି ସମସ୍ୟା ଦୂର ହେବା କି ନାହିଁ ତାହା ପୁଣିଥରେ ପ୍ରଶ୍ନ ସୃଷ୍ଟି କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱ ପକ୍ଷରୁ ସବୁ ପିସିସି ସଭାପତିଙ୍କ ପ୍ରତି ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା ପଛରେ ଗାନ୍ଧୀ ପରିବାର ହିଁ ଅଧ୍ୟକ୍ଷ ବାଛିବେ ବୋଲି ପରୋକ୍ଷରେ ସ୍ପଷ୍ଟ ହୋଇଛି। ପିସିସି ସଭାପତିମାନଙ୍କୁ ଚୟନ କରିବାର କ୍ଷମତା ସୋନିଆ ଗାନ୍ଧିଙ୍କ ହାତରେ ଦେବାକୁ ପ୍ରତ୍ୟେକ ରାଜ୍ୟକୁ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ,ଏଆଇସିସି ସଦସ୍ୟ ଚୟନ ମଧ୍ୟ ସୋନିଆଙ୍କ ହାତରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ମାସଠାରୁ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଥିବା ବେଳେ ତାପୂର୍ବରୁ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଛି। ସୋନିଆ ଅଧ୍ୟକ୍ଷ ପଦ ନିର୍ବାଚନରୁ ଦୂରରେ ରହିବେ ବୋଲି ଦଳ ପରୋକ୍ଷରେ ଇଙ୍ଗିତ କରିଥିଲେ ହେଁ ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟ ଚୟନ ନିଷ୍ପତ୍ତି ତାଙ୍କ ହାତରେ ରହିବାର ଉଦ୍ଦେଶ୍ୟ ଅନ୍ୟ କିଛି ଇଙ୍ଗିତ କରୁଛି। ଅଧ୍ୟକ୍ଷ ନିର୍ବାଚନରେ ଅଂଶଗ୍ରହଣ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଅମଙ୍ଗ ଥିବା କୁହାଯାଉଥିଲେ ହେଁ ତାଙ୍କୁ ହିଁ ମୁଖ୍ୟ କରିବାକୁ ଏଭଳି ଯୋଜନା କରାଯାଇଛି ବୋଲି କୁହାଯାଉଛି। ସୋନିଆଙ୍କ ଆନୁଗତ୍ୟରେ ରହିଥÒବା ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟମାନେ ଅଧ୍ୟକ୍ଷ ନିର୍ବାଚନ ବେଳେ ସୋନିଆଙ୍କ ପସନ୍ଦକୁ ଅଗ୍ରାଧିକାର ଦେବେ ଏବଂ ସେହି ଅନୁସାରେ ରାହୁଲ ନିର୍ବାଚିତ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ ଏଭଳି ନିର୍ଦ୍ଦେଶନାମାକୁ ନେଇ ଦଳ ମଧ୍ୟରେ ପୁଣିଥରେ ଅସନ୍ତୋଷ ମୁଣ୍ଡ ଟେକିବାର ଆଶଙ୍କା ବଢିଛି। ମୁକ୍ତ ନିର୍ବାଚନ କରିବାକୁ କହିଥÒବା ଦଳ ଏଭଳି ପ୍ରସ୍ତାବ ଆଣି ଗାନ୍ଧୀ ପରିବାର ଇଛାରେ ହିଁ ଅଧ୍ୟକ୍ଷ ବାଛିବାକୁ ଯୋଜନା ହୋଇଛି ବୋଲି ଏବେ ଦଳରେ ଚର୍ଚ୍ଚା ଜୋର ଧରିଥିବା କୁହାଯାଉଛି।

https://www.thesakala.in/national-international/gandhis-to-pick-congress-president/article-14980
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର