ଟ୍ରାଫିକ୍‌ରେ ଫସିଯିବା ପରେ ରୋଗୀଙ୍କ ଚିକିତ୍ସା କରିବାକୁ କାର୍‌ ଛାଡି ୩ କିଲୋମିଟର ଦୌଡି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର

The Sakala Picture
Published On

ବେଙ୍ଗାଲୁରୁ: ଡାକ୍ତର ହେବ ତ ଏମିତି । ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ୍ ଜାମ୍‌ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ଦୀର୍ଘ ୩ କିଲୋମିଟର୍ ଦୌଡି ଦୌଡି ହସ୍ପିଟାଲରେ ପହଞ୍ଚିଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ସାରଜାପୁରରୁ ମରାଥଲ୍ଲି ରାସ୍ତାରେ । ଏମିତି ଜଣେ ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋ […]

ବେଙ୍ଗାଲୁରୁ: ଡାକ୍ତର ହେବ ତ ଏମିତି । ଜଣେ ରୋଗୀଙ୍କର ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ୍ ଜାମ୍‌ରେ ଫସି ଯାଇଥିବା ଜଣେ ଡାକ୍ତର କାର୍ ଛାଡ଼ି ଦୀର୍ଘ ୩ କିଲୋମିଟର୍ ଦୌଡି ଦୌଡି ହସ୍ପିଟାଲରେ ପହଞ୍ଚିଥିବା ଖବର ମିଳିଛି। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ସାରଜାପୁରରୁ ମରାଥଲ୍ଲି ରାସ୍ତାରେ । ଏମିତି ଜଣେ ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କରୁଛି ସାରା ଦେଶ । ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ବିଭାଗରେ କାମ କରନ୍ତି ନନ୍ଦକୁମାର । ଗତ ୩୦ ତାରିଖର ଏହି ଘଟଣା ଏବେ ବେଶ୍ ଭାଇରାଲ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସୂଚନା ଅନୁସାରେ, ଜଣେ ରୋଗୀଙ୍କର ଏକ ଜରୁରୀକାଳୀନ ଲାପ୍ରୋସ୍କୋପି ସର୍ଜରୀ କରିବା ପାଇଁ ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ ଜାମ ଭିତରେ ଦୀର୍ଘ ସମୟ ଧରି ଫସିରହିଥିଲେ ଡାକ୍ତର ଗୋବିନ୍ଦ ନନ୍ଦକୁମାର । ବିଳମ୍ବ ହେଉଥିବା ଦେଖି ସେ ଟିକେ ହଡବଡେଇ ଯାଇଥିଲେ। ଏହାପରେ ଅନ୍ୟ କୌଣସି ବାଟ ନପାଇ ଦୀର୍ଘ ୩ କିଲୋମିଟର ରାସ୍ତା ଦୌଡି ଦୌଡି ଯାଇ ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତର । ଦୌଡି ଦୌଡି ଆସି ହସ୍ପିଟାଲରେ ପହଞ୍ଚିବା ପରେ ନିଜ କାର୍ଯ୍ୟ ସମ୍ପାଦନା କରିବା ସହ ରୋଗୀଙ୍କ ସଫଳ ଭାବେ ସର୍ଜରୀ କରିଥିଲେ। ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏବେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରଙ୍କ ଏପରି କାର୍ଯ୍ୟ ପରେ ସବୁଠି ମିଳିଛି ବାହାବା । ଡାକ୍ତର ନିଜେ ମଧ୍ୟ ଲେଖିଛନ୍ତି ଯେହେତୁ ମୁଁ ଜିମ୍ ଯାଏ ତ ମୋ ପାଇଁ ଦୌଡିବାରେ ସମସ୍ୟା ହୋଇ ନ ଥିଲା । କାରଣ ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ମୋର ପ୍ରାଥମିକ କାର୍ଯ୍ୟ । ଯାହା ମୁଁ କରିଛି, ଏବେ ମୋତେ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି ଡାକ୍ତର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର