ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର : ଆସନ୍ତା ୧୬ ତାରିଖରେ ମାତ୍ର ୭୫ ଟଙ୍କାରେ ମିଳିବ ସବୁ ଫିଲ୍ମ ଟିକେଟ୍

The Sakala Picture
Published On

ନୂଆଦିଲ୍ଲୀ : ଯଦି ଆପଣ ସିନେମା ଦେଖିବାକୁ ଭଲ ପାଆନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ସେପ୍ଟେମ୍ବର ୧୬ରେ ଭାରତର ସମସ୍ତ ସିନେମା ହଲରେ ଆପଣ ମାତ୍ର ୭୫ ଟଙ୍କାରେ ଟିକେଟ ପାଇ ପାରିବେ। ଯେଉଁଠି ମଲ୍ଟିପ୍ଲେକ୍ସ ଥିଏଟରକୁ ଫିଲ୍ମ ଦେଖିବାକୁ ଯିବାକୁ ହେଲେ ଆପଣଙ୍କୁ ୩୦୦ ଶହ ରୁ ୫୦୦ ଟଙ୍କାର ଟିକେଟ କରିବାକୁ ପଡୁଥିଲା ତାହା ସେପ୍ଟେମ୍ବର ୧୬ରେ ମାତ୍ର ୭୫ ଟଙ୍କାରେ ମିଳିବ। ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୧୬ରେ […]

ନୂଆଦିଲ୍ଲୀ : ଯଦି ଆପଣ ସିନେମା ଦେଖିବାକୁ ଭଲ ପାଆନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ସେପ୍ଟେମ୍ବର ୧୬ରେ ଭାରତର ସମସ୍ତ ସିନେମା ହଲରେ ଆପଣ ମାତ୍ର ୭୫ ଟଙ୍କାରେ ଟିକେଟ ପାଇ ପାରିବେ। ଯେଉଁଠି ମଲ୍ଟିପ୍ଲେକ୍ସ ଥିଏଟରକୁ ଫିଲ୍ମ ଦେଖିବାକୁ ଯିବାକୁ ହେଲେ ଆପଣଙ୍କୁ ୩୦୦ ଶହ ରୁ ୫୦୦ ଟଙ୍କାର ଟିକେଟ କରିବାକୁ ପଡୁଥିଲା ତାହା ସେପ୍ଟେମ୍ବର ୧୬ରେ ମାତ୍ର ୭୫ ଟଙ୍କାରେ ମିଳିବ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୧୬ରେ ଜାତୀୟ ସିନେମା ଦିବସ ଅବସରରେ ପ୍ରତ୍ୟେକ ଫିଲ୍ମର ଟିକେଟ ମାତ୍ର ୭୫ ଟଙ୍କାରେ ମିଳିବ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ସାରା ଦେଶରେ ସିନେମା ସେପ୍ଟେମ୍ବର ୧୬ରେ ଭାରତରେ ଜାତୀୟ ସିନେମା ଦିବସ ପାଳନ କରିବାକୁ ଓ ୭୫ ଟଙ୍କା ଟିକେଟ ମିଳିବାର ନିଷ୍ପତ୍ତି ନେଇଛି। ଯେକୌଣସି ଫିଲ୍ମ ଅର୍ଥାତ୍ ବଲିଉଡ, ହଲିଉଡ, ଭୋଜପୁରୀ, ମରାଠୀ, କନ୍ନଡ, ମାଲାୟାଲମ ଓ ଓଡିଆ ଫିଲ୍ମକୁ ମାତ୍ର ୭୫ ଟଙ୍କାରେ ଦେଖିବେ ଦର୍ଶକ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏନେଇ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ଏକ ବିବୃତ୍ତି ଜାରି କରି କହିଛି ଯେ ‘ରାଷ୍ଟ୍ରିୟ ସିନେମା ଦିବସରେ ସମସ୍ତ ବୟସର ଦର୍ଶକଙ୍କୁ ଚଳଚ୍ଚିତ୍ର ମାଧ୍ୟମରେ ଏକାଠି କରିବ। ଜାତୀୟ ସିନେମା ଦିବସ ପୂର୍ବରୁ ପାଳନ କରାଯାଇନଥିଲା। ଏହି ବର୍ଷ ଏହି ଧାରା ଆରମ୍ଭ ହୋଇଛି। କୋଭିଡ କାରଣରୁ ଦୁଇ ବର୍ଷର ଥିଏଟର ବନ୍ଦ ପରେ ପୁନଃ ଆରମ୍ଭ ହେବାର ଆନନ୍ଦରେ ଏହି ଦିନ ପାଳନ କରାଯାଉଛି। ପ୍ରେକ୍ଷାଳୟ ଦ୍ୱାରା କରାଯାଇଥିବା ଏହି ଘୋଷଣା ମଧ୍ୟ ସେହି ଦର୍ଶକଙ୍କୁ ଫେରାଇ ଆଣିବା ପାଇଁ ଏକ ବଡ଼ ପଦକ୍ଷେପ, ଯେଉଁମାନେ ଲକଡାଉନ୍ ପରଠାରୁ ପ୍ରେକ୍ଷାଳୟକୁ ଯାଇ ନାହାଁନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଦେଶର ୪୦୦୦ ପ୍ରେକ୍ଷାଳୟରେ ୭୫ ଟଙ୍କାରେ ଫିଲ୍ମ ଦେଖି ପାରିବେ ଦର୍ଶକ

ରିପୋର୍ଟ ଅନୁଯାୟୀ PVR, INOX, ସିନେପୋଲିସ୍, କାର୍ନିଭାଲ୍, ମିରାଜ୍ ଓ ସିଟିପ୍ରିଡ୍, ଏସୀୟ, ମୁକ୍ତା ଏ-୨, ମୁଭିଟାଇମ୍, ୱେବ୍, M2K ସମେତ ଦେଶର ପ୍ରାୟ ୪୦୦୦ ସିନେମାହଲରେ ୭୫ ଟଙ୍କାରେ ଟିକେଟ୍ କିଣି ଦର୍ଶକ ସମସ୍ତ ଫିଲ୍ମ ଦେଖିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର