ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିଲେ

The Sakala Picture
Published On

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ […]

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ୮ଟି ବଡ଼ ଖୁଲାସା: ଦାଉଦ ଇବ୍ରାହିମ, ପିଏମ ମୋଦୀ ଏବଂ ପୁଅର ଅପହରଣକୁ ନେଇ କହିଲେ ବଡ଼ କଥା

ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ । ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ବିଦେଶରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

03 Sep 2022 By The Sakala

ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିଲେ

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ । ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ବିଦେଶରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର