ସ୍ୱଦେଶ ଫେରିଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ, ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିଲେ

The Sakala Picture
Published On

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ […]

କଲମ୍ବୋ: ଦେଶରେ ଭୟଙ୍କର ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ପୁଣି ନିଜ ଦେଶକୁ ଫେରିଛନ୍ତି । ପ୍ରାୟ ୭ ସପ୍ତାହ ପରେ ସିଙ୍ଗାପୁରରୁ ଶ୍ରୀଲଙ୍କା ଫେରିଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା । ଦେଶରେ ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ସ୍ଥିତି ଅଣାୟତ ହେଉଥିବା ଦେଖି ଏୟାରଫୋର୍ସ ଫ୍ଲାଇଟରେ ଦେଶରୁ ଲୁଚି ପଳାୟନ କରିଥିଲେ ଗୋଟାବାୟା । ଶୁକ୍ରବାର ବିଳମ୍ବିତ ରାତିରେ ସେ କଲୋମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ବିମାନ ବନ୍ଦର ଅଧିକାରୀ କହିଛନ୍ତି ଯେ ୭୩ ବର୍ଷୀୟ ନେତା ସିଙ୍ଗାପୁରରୁ ଭାୟା ବ୍ୟାଙ୍କକ ଦେଇ ଶ୍ରୀଲଙ୍କା ଫେରିଛନ୍ତି । ଗୋଟାବାୟା ରାଜପାକ୍ସେ ଜୁଲାଇ ୧୩ରେ ଦେଶ ଛାଡି ପଳାଇଥିଲେ । ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସରକାରୀ ଭବନ ଉପରେ ଢେଲା ପଥର ମାଡ କରିବା ସହିତ ଧସେଇ ପଶିଯାଇଥିଲେ । ଜନ ଆକ୍ରୋଶ ତୀବ୍ର ହେବା ପରେ ପରିବାର ସହ ଦେଶ ଛାଡ଼ି ସିଙ୍ଗାପୁର ପଳାୟନ କରିଥିଲେ ଗୋଟାବାୟା ରାଜପକ୍ଷ ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ବିଦେଶରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଗୋଟାବାୟା । ଏବେ ଦେଶରେ ସରକାର ବଦଳିବା ପରେ ରାଜନୈତିକ ସ୍ଥିରତା ଦେଖାଦେଇଛି । ଆର୍ଥିକ ସୁଧାର ପାଇଁ ସରକାର ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର