ମନୋରଞ୍ଜନ
ଓଡ଼ିଶା
ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍, ୬ ମୃତ
ଗୁଜୁରାଟ: ଶୁକ୍ରବାର ସକାଳେ ଗୁଜୁରାଟର ଅମ୍ବାଜୀରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଭାରସାମ୍ଯ ହରାଇ ଚାଲିଚାଲି ଯାଉଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଅଧିକାଂଶ ଯାତ୍ରୀ ପଞ୍ଚମହଲ ଜିଲ୍ଲାର କାକୋଲର ବାସିନ୍ଦା […]
ଗୁଜୁରାଟ: ଶୁକ୍ରବାର ସକାଳେ ଗୁଜୁରାଟର ଅମ୍ବାଜୀରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଭାରସାମ୍ଯ ହରାଇ ଚାଲିଚାଲି ଯାଉଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ
ସୂଚନା ଅନୁଯାୟୀ, ଅଧିକାଂଶ ଯାତ୍ରୀ ପଞ୍ଚମହଲ ଜିଲ୍ଲାର କାକୋଲର ବାସିନ୍ଦା ଥିଲେ ଏବଂ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିବାକୁ ଚାଲିଚାଲି ଯାଉଥିଲେ। ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି






