ଆଲିବାବାକୁ ୨.୭୫ ବିଲିୟନ୍‌ ଡଲାର ଜୋରିମାନା

The Sakala Picture
Published On

ସାଂଘାଇ : ଚୀନ୍ ସରକାର ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା’ଙ୍କ ବିରୋଧରେ କଡ଼ା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଲିବାବା ବିରୋଧରେ ଚୀନ୍‌ ସରକାର ଆଇନ ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ସରକାର ଏକାଧିକାର ବିରୋଧୀ ନିୟମ ଅନୁଯାୟୀ, ୨.୭୫ ବିଲିୟନ ଡଲାରର ଜୋରିମାନା ଲାଗୁ ନିର୍ଦେଶ ଦେଇଛନ୍ତି। ଏତେ ପରିମାଣର ଆର୍ଥିକ ଜୋରିମାନା ଲାଗୁ କରିବାରେ ଚୀନ୍‌ରେ ଏହା ହେଉଛି ଏକ ରେକର୍ଡ। ଆଇନ ଉଲ୍ଲଂଘନ ଲାଗି ଚୀନରେ କୌଣସି ବାଣିଜ୍ୟିକ ଅନୁଷ୍ଠାନ ବିରୋଧରେ ହୋଇଥିବା ଏଭଳି […]

ସାଂଘାଇ : ଚୀନ୍ ସରକାର ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା’ଙ୍କ ବିରୋଧରେ କଡ଼ା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଲିବାବା ବିରୋଧରେ ଚୀନ୍‌ ସରକାର ଆଇନ ଉଲ୍ଲଂଘନ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ସରକାର ଏକାଧିକାର ବିରୋଧୀ ନିୟମ ଅନୁଯାୟୀ, ୨.୭୫ ବିଲିୟନ ଡଲାରର ଜୋରିମାନା ଲାଗୁ ନିର୍ଦେଶ ଦେଇଛନ୍ତି। ଏତେ ପରିମାଣର ଆର୍ଥିକ ଜୋରିମାନା ଲାଗୁ କରିବାରେ ଚୀନ୍‌ରେ ଏହା ହେଉଛି ଏକ ରେକର୍ଡ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଆଇନ ଉଲ୍ଲଂଘନ ଲାଗି ଚୀନରେ କୌଣସି ବାଣିଜ୍ୟିକ ଅନୁଷ୍ଠାନ ବିରୋଧରେ ହୋଇଥିବା ଏଭଳି କାର୍ଯ୍ୟାନୁଷ୍ଠାନକୁ ଏବେ ବଡ ଐତିହାସିକ ଆର୍ଥିକ ଦଣ୍ଡାଦେଶ ବୋଲି କୁହାଯାଉଛି।  ଚୀନ୍‌ର ଆର୍ଥିକ ନିୟାମକଙ୍କ ଅନୁସାରେ ଆଲିବାବା କେବଳ ଆଣ୍ଟି ମନୋପଲି ରୁଲସ୍‌ ବା ଏକାଧିକାର ବିରୋଧୀ ନିୟମ ନୁହେଁ ବଜାରରେ ନିଜ ପ୍ରତିଷ୍ଠାର ମଧ୍ୟ ଦୁରୁପୋଯୋଗ କରିଛି। ୨୦୧୫ରୁ ଆଲିବାବା ସମୂହ ବଜାରରେ ନିଜର ଏକାଧିକାରର ଦୁରୁପଯୋଗ କରି ଆସୁଥିବା ଏସଏଏମଆର ଶନିବାର କହିଛନ୍ତି। ଚୀନ୍‌ ମୁଦ୍ରାରେ ଲାଗୁ କରାଯାଇଥିବା ଏହି ଜୋରିମାନା ପରିମାଣ ୧୮ବିଲିୟନ ୟୁଆନ ହେବ ବୋଲି ଜଣାପଡିଛି। ଏହି ଜୋରିମାନା ବାବଦ ଅର୍ଥ ୨୦୧୯ରେ ଆଲିବାବା କରିଥିବା ରାଜସ୍ୱ ଆୟର ୪ ପ୍ରତିଶତ ହିସାବ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗତବର୍ଷ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା’ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ତା ପରଠାରୁ ଚୀନ୍‌ ସରକାର ଜ୍ୟାକ୍‌ଙ୍କ ସଂସ୍ଥାଙ୍କ ଉପରେ ରିତିମତ ନଜର ରଖିବା ସହ ଛୋଟମୋଟ ଭୂଲ୍‌ ପାଇଁ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଗତବର୍ଷ ଚୀନ୍‌ର ଷ୍ଟେଟ୍‌ ଆଡମିନେଷ୍ଟ୍ରେସନ ଫର ମାର୍କେଟ ରେଗୁଲେସନ (ଏସ୍ଏଏମଆର) ଜ୍ୟାକ୍‌ ମା’ଙ୍କ କମ୍ପାନୀ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ। ଏହି ତଦନ୍ତ ଲାଗି ଜ୍ୟାକ୍‌ ମା’ଙ୍କ ଏଣ୍ଟ୍‌ ଗ୍ରୁପର ୩୭ ବିଲିୟନ ଡଲାରର ଆଇପିଓକୁ ଅଟକାଇ ଦିଆଯାଇଥିଲା। କମ୍ପାନୀ ତାଙ୍କ ବ୍ୟବସାୟୀଙ୍କୁ ଅନ୍ୟ ଇ-କମର୍ସ ପ୍ଲାଟଫର୍ମ ଉପଯୋଗ କରିବାକୁ ଅଟକାଉଥିଲେ। ଏ ନେଇ ଏସଏଏମଆର ଜାରି କରିଥିବା ବିବୃତିରେ ଆଲିବାବାର ଗତିବିଧି ସିଧାସଳଖ ଚୀନ୍‌ର ଏକାଧିକାର ନିୟମର ଉଲ୍ଲଂଘନ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର