ଇଡିର ରେଡ୍‌ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ୨ଟି ଏକେ-୪୭ ସମେତ ବିପୁଳ ଅଫୁଟା ଗୁଳି ଜବତ

The Sakala Picture
Published On

ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରର ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ସେ ବେଆଇନ ଭାବେ ଏହାକୁ ନିଜ ପାଖରେ ରଖିଥିଲେ। ତେଣୁ ଇଡି ପକ୍ଷରୁ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଦୁଇଟି ଯାକ ଏକେ-୪୭ ଜବତ […]

ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରର ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ସେ ବେଆଇନ ଭାବେ ଏହାକୁ ନିଜ ପାଖରେ ରଖିଥିଲେ। ତେଣୁ ଇଡି ପକ୍ଷରୁ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ସେମାନେ ଦୁଇଟି ଯାକ ଏକେ-୪୭ ଜବତ କରିବା ସହ ପ୍ରେମ ପ୍ରକାଶଙ୍କ ନାଁରେ ଆର୍ମିସ ଆକ୍ଟରେ ମାମଲା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ବେଆଇନ ଖଣି ଖନନ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କ ସଂପୃକ୍ତି ଥିବା ଇଡି ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା। ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ବିହାର, ଝାରଖଣ୍ଡ, ତାମିଲନାଡୁ ଓ ଦିଲ୍ଲୀ-ଏନସିଆରର ଆଉ ୨୦ଟି ସ୍ଥାନରେ ମଧ୍ୟ ଇଡି ଚଢ଼ଉ କରିଥିଲା। ଏବେ ବି ରେଡ ଜାରି ରହିଛି। ଏହି ମାମଲାରେ ହେମନ୍ତ ସୋରେନ ମଧ୍ୟ ଇଡି ସ୍କାନରରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧିଙ୍କ ସମେତ ଆଉ କିଛି ସହଯୋଗୀଙ୍କ ମୋଟ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ୧୧.୮୮ କୋଟି ଟଙ୍କା ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଇଡି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରେମ ପ୍ରକାଶଙ୍କ ପୁରୁଣା କାର୍ଯ୍ୟାଳୟରେ ମଧ୍ୟ ତଦନ୍ତ ଚାଲିଛି। ଗତ କିଛି ଦିନ ଧରି ଏହି କାର୍ଯ୍ୟାଳୟ ବନ୍ଦ ରହିଛି । ପ୍ରେମ ପ୍ରକାଶଙ୍କ ୧୧ ଟି ସ୍ଥାନରେ ଚଢାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର