ଦିଲ୍ଲୀରେ ଅପରେସନ୍‌ ଲୋଟସ୍‌ ବିଫଳ, ବିଧାୟକଙ୍କୁ ଦିଆଯାଇଥିଲା ୫ କୋଟିର ଅଫର୍‌: ଆପ୍‌

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ ପରଠାରୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଦିଲ୍ଲୀରେ ଅପରେସନ ଲୋଟସ୍‌ ବିଫଳ ହୋଇଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି। ବିଜେପି ସରକାର ଭାଙ୍ଗିବା ଲାଗି ଉଦ୍ୟମ କରିଥିଲା। ସରକାର ଭାଙ୍ଗିବା ପାଇଁ ଆପ୍ ବିଧାୟକଙ୍କୁ ୫ କୋଟି ଲେଖାଏଁ ଅଫର ଦିଆଯାଇଥିଲା। ତେବେ ବିଜେପିର ଏହି ଅଭିଯାନ ସଫଳ ହୋଇପାରି ନ ଥିଲା ବୋଲି ଆପ୍‌ […]

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ ପରଠାରୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଦିଲ୍ଲୀରେ ଅପରେସନ ଲୋଟସ୍‌ ବିଫଳ ହୋଇଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି। ବିଜେପି ସରକାର ଭାଙ୍ଗିବା ଲାଗି ଉଦ୍ୟମ କରିଥିଲା। ସରକାର ଭାଙ୍ଗିବା ପାଇଁ ଆପ୍ ବିଧାୟକଙ୍କୁ ୫ କୋଟି ଲେଖାଏଁ ଅଫର ଦିଆଯାଇଥିଲା। ତେବେ ବିଜେପିର ଏହି ଅଭିଯାନ ସଫଳ ହୋଇପାରି ନ ଥିଲା ବୋଲି ଆପ୍‌ ପ୍ରବକ୍ତା ସୌରଭ ଭରଦ୍ବାଜ କହିଛନ୍ତି। ଏହାର ଭିଡିଓ ପ୍ରମାଣ ମଧ୍ୟ ରହିଛି। ଖୁବଶୀଘ୍ର ଏହାକୁ ଜାରି କରାଯିବ। ଦିଲ୍ଲୀ ସରକାର ଭାଙ୍ଗିବାକୁ ଚାହୁଁଥିବାରୁ ସିସୋଦିଆଙ୍କ ଘରେ ଚଢ଼ଉ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ ଅଭିଯୋଗ ଲଗାଇ ଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସେ ସୋମବାର ଗୁଜୁରାଟରେ କହିଥିଲେ ଯେ ବିଜେପି ଆମ ନେତାଙ୍କୁ କିଣିବାକୁ ପ୍ରୟାସ କରୁଛି। କିନ୍ତୁ ଏହା ବିଫଳ ହୋଇଯାଇଛି। ସିବିଆଇ-ଇଡି ଦୁର୍ନୀତି ବିରୋଧୀ ଯାଞ୍ଚ ନୁହେଁ, ବରଂ ସରକାରୀ ଭାଙ୍ଗିବା ପାଇଁ ଚଢ଼ଉ କରୁଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ ଭଳି ଦିଲ୍ଲୀ ସରକାର ମଧ୍ୟ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ ହେଉଛି। କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଏହି ମାମଲାରେ ୧୦ ଦିନ ଭିତରେ ସିସୋଦିଆଙ୍କୁ ଗିରଫ କରାଯାଇପାରେ। ଏଥିପାଇଁ ସିବିଆଇ ଉପରେ ଚାପ ପକାଯାଉଛି। ୨ରୁ ତିନି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସିବିଆଇ ଚଢ଼ଉ ପରେ ମନୀଷ ସିସୋଦିଆଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା ଜାରି ରହିଛି। ସିସୋଦିଆ କହିଥିଲେ ଯେ ଆପ୍‌କୁ ଭାଙ୍ଗିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ। ସମସ୍ତ ମାମଲା ମଧ୍ୟ ପ୍ରତ୍ୟାହାର କରି ଦିଆଯିବ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର