ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା ବାନାର୍ଜୀ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

10 Apr 2021 By The Sakala

ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।

ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର