ଭାରତର ଗର୍ବ ତ୍ରିରଙ୍ଗାକୁ ବଦଳାଇ ଗୈରିକ ପତାକା ଆଣିବ ବିଜେପି : ମେହବୁବା ମୁଫତି

The Sakala Picture
Published On

ନୂଆଦିଲ୍ଲୀ : ଯେଉଁ ତ୍ରିରଙ୍ଗାକୁ ଭାରତୀୟମାନେ ଗର୍ବର ସହିତ ଉଡାଉଛନ୍ତି ତାହାକୁ ବଦଳାଇ ଗୈରିକ ପତାକା ଆଣିବେ ବିଜେପି। ଯେଉଁଭଳି ଭାବେ ଜମ୍ମୁକଶ୍ମୀରର ସମ୍ବିଧାନ ଏବଂ ପତାକାକୁ ଛଡ଼ାଇ ନିଆଯାଇଥିଲା, ସେହିପରି ଏହି ଦେଶର ପତାକାକୁ ବିଜେପି ବଦଳାଇ ଦେବ ବୋଲି କହିଛନ୍ତି ମେହବୁବା ମୁଫତି। ପୁଣିଥରେ ବିଜେପିକୁ ଟାର୍ଗେଟ କରିି ଆଜି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି ଆଗାମୀ ଦିନରେ ବିଜେପି ସମ୍ବିଧାନ ଏବଂ ଧର୍ମନିରପେକ୍ଷତାର ମୂଳଦୁଆକୁ ଧ୍ୱଂସ କରିବ। […]

ନୂଆଦିଲ୍ଲୀ : ଯେଉଁ ତ୍ରିରଙ୍ଗାକୁ ଭାରତୀୟମାନେ ଗର୍ବର ସହିତ ଉଡାଉଛନ୍ତି ତାହାକୁ ବଦଳାଇ ଗୈରିକ ପତାକା ଆଣିବେ ବିଜେପି। ଯେଉଁଭଳି ଭାବେ ଜମ୍ମୁକଶ୍ମୀରର ସମ୍ବିଧାନ ଏବଂ ପତାକାକୁ ଛଡ଼ାଇ ନିଆଯାଇଥିଲା, ସେହିପରି ଏହି ଦେଶର ପତାକାକୁ ବିଜେପି ବଦଳାଇ ଦେବ ବୋଲି କହିଛନ୍ତି ମେହବୁବା ମୁଫତି। ପୁଣିଥରେ ବିଜେପିକୁ ଟାର୍ଗେଟ କରିି ଆଜି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି ଆଗାମୀ ଦିନରେ ବିଜେପି ସମ୍ବିଧାନ ଏବଂ ଧର୍ମନିରପେକ୍ଷତାର ମୂଳଦୁଆକୁ ଧ୍ୱଂସ କରିବ। ଯେଉଁ ଧର୍ମନିରପେକ୍ଷତାର ମୂଳଦୁଆ ଉପରେ ଦେଶ ଛିଡା ହୋଇଛି ତାହାକୁ ବିଜେପି ଭାଙ୍ଗିଦେବ। ସେମାନେ ଭାରତକୁ ଏକ ଧାର୍ମିକ ଦେଶ କରିବେ ବୋଲି କହିଛନ୍ତି ମୁଫତି ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ମେହବୁବା ଆହୁରି ମଧ୍ୟ କହିଛନ୍ତି ଯେଉଁ ତ୍ରିରଙ୍ଗାକୁ ତୁମେ ଗର୍ବର ସହିତ ଉଡାଉଛ ତାହାକୁ ବଦଳାଇ ଗୈରିକ ପତାକା ଆଣିବେ । ସେ କହିଛନ୍ତି ଯେ ଜମ୍ମୁକଶ୍ମୀରର ସମ୍ବିଧାନ ଏବଂ ପତାକାକୁ ଯେଭଳି ଭାବେ ଛଡ଼ାଇ ନିଆଯାଇଥିଲା, ସେହିପରି ଏହି ଦେଶର ପତାକା ବଦଳାଇବେ।“ଆମେ ଶପଥ ନେଇଛୁ ଯେ ଆମେ ଆମର ପତାକା ଏବଂ ସମ୍ବିଧାନ ଫେରାଇ ଆଣିବୁ। କଶ୍ମୀରର ସମସ୍ୟାର ସମାଧାନ ପାଇଁ ମଧ୍ୟ ଆମେ ସେମାନଙ୍କୁ ବାଧ୍ୟ କରିବୁ, ଯେଉଁଥିପାଇଁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ବଳିଦାନ ଦେଇଛନ୍ତି।” ଏହାପୂର୍ବରୁ ମେହବୁବା ମୁଫତି ବୁଧବାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ରଖିଥିଲେ, ଯେଉଁଥିରେ ତାଙ୍କ ପିତା ମୁଫତି ମହମ୍ମଦ ସୟିଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ବସିଥିବାର ଦେଖାଯାଉଛି ଏବଂ ସେମାନଙ୍କ ସମ୍ମୁଖରେ ବର୍ତ୍ତମାନ ଅମାନ୍ୟ ହୋଇଥିବା ଜମ୍ମୁକଶ୍ମୀରର ପତାକା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା


ଅନ୍ୟପଟେ ମେହବୁବା ମୁଫତି ଟ୍ୱିଟ୍ କରି ଲେଖିଥିଲେ ଯେ ମୁଁ ମୋର ଡିପି ବଦଳାଇଲି, କାରଣ ପତାକା ଖୁସି ଏବଂ ଗର୍ବର ପ୍ରତୀକ ହୋଇଥିବାବେଳେ ଆମ ରାଜ୍ୟର ପତାକା ଭାରତୀୟ ପତାକା ସହିତ ସଂଯୁକ୍ତ ଥିଲା, ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଆମ ପତାକା ଛଡ଼ାଇ ନେଇପାରିବେ, କିନ୍ତୁ ଏହା ଆମର ସାମୂହିକ ଚେତନାରୁ ଲିଭାଯାଇପାରିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର