ଦରଦାମ ବୃଦ୍ଧି ପ୍ରତିବାଦରେ ସାରା ଦେଶରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

The Sakala Picture
Published On

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ଦରଦାମ । ଏହି ଦରଦାମ ବୃଦ୍ଧିକୁ ନେଇ  ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ସାଂସଦଙ୍କ ସହ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ […]

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ଦରଦାମ । ଏହି ଦରଦାମ ବୃଦ୍ଧିକୁ ନେଇ  ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ସାଂସଦଙ୍କ ସହ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ । କିନ୍ତୁ ପୂର୍ବରୁ ପୁଲିସ ଏହି ଇଲାକାରେ ନିସିଦ୍ଧ କରିବା ସହ ୧୪୪ ଧାରା ଲାଗୁ କରିଥିଲା । ତେଣୁ ମାର୍ଚ୍ଚରେ ଯାଉଥିବାରୁ ରାହୁଲ ଗାନ୍ଧୀଙ୍କୁ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଦେଶର ମହଙ୍ଗା ମାଡ ସହ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ଏହି ବିରୋଧ ପ୍ରଦର୍ଶନ କରୁଛି । ରାଜନୈତିକ ଦଳ ହିସାବରେ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଲୋକଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା । ହେଲେ ସରକାର ସତ୍ୟର ସ୍ୱରକୁ ଦମନ କରୁଛନ୍ତି ବୋଲି ଚିଦାମ୍ବରମ୍ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ବେଳେ ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି ବୋଲି ରାହୁଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର