ଇଡି ହେପାଜତକୁ ଗଲେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ

The Sakala Picture
Published On

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଛି। ମହାରାଷ୍ଟ୍ରରେ ୧୦୦ କୋଟିରୁ ଅଧିକ ମୂଲ୍ୟର ପାତ୍ର ଚାୱାଲ୍ ଜମି ସ୍କାମ ମାମଲାରେ ଇଡି ଟିମ୍ ସଞ୍ଜୟ ରାଉତଙ୍କୁ ପଚରାଉଚରା କରିଥିଲେ। ଜୁଲାଇ ୨୭ରେ ତାଙ୍କୁ ଇଡି ଡକାଯାଇଥିଲା। ତେବେ ସେ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇ ନ ଥିଲେ। ଏହା ପରେ ଇଡି ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ। ଏହି ଘଟଣାରେ ରାଉତ ସହଯୋଗ କରୁ ନ […]

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଛି। ମହାରାଷ୍ଟ୍ରରେ ୧୦୦ କୋଟିରୁ ଅଧିକ ମୂଲ୍ୟର ପାତ୍ର ଚାୱାଲ୍ ଜମି ସ୍କାମ ମାମଲାରେ ଇଡି ଟିମ୍ ସଞ୍ଜୟ ରାଉତଙ୍କୁ ପଚରାଉଚରା କରିଥିଲେ। ଜୁଲାଇ ୨୭ରେ ତାଙ୍କୁ ଇଡି ଡକାଯାଇଥିଲା। ତେବେ ସେ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହୋଇ ନ ଥିଲେ। ଏହା ପରେ ଇଡି ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ। ଏହି ଘଟଣାରେ ରାଉତ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ହେପାଜତ ନେବା ପୂର୍ବରୁ ଞ୍ଜୟ ରାଉତଙ୍କ ପରିବାର ଏବଂ କମ୍ପାନୀ ସହ ଜଡିତ କୋଟି କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ କରିଥିଲା ଇଡି।  ଅନ୍ୟପଟେ ସେ ଡରିବା ଲୋକ ନୁହନ୍ତି ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ। ମୁଁ କୌଣସି ନିବର ମୋଦୀ କି ଅମ୍ବାନୀ ଅଦାନୀ ନୁହେଁ। ମୁଁ ଛୋଟ କୋଠାରେ ରହେ। ଯାହା ବି ସମ୍ପତ୍ତି ଅଛି ତାହା ପରିଶ୍ରମର ଫଳ ବୋଲି ରାଉତ କହିଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପାତ୍ର ଚାଓ୍ଵଲ ସ୍କାମ୍

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଏହି ମାମଲା ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ପାତ୍ରା ଚାୱଲଙ୍କ ସହ ଜଡିତ। ଏହା ମହାରାଷ୍ଟ୍ର ଗୃହ ଏବଂ କ୍ଷେତ୍ର ବିକାଶ ପ୍ରାଧିକରଣର ଏକ ଷଡଯନ୍ତ୍ର। ପ୍ରାୟ ୧୦୩୪ କୋଟି ଟଙ୍କା ଠକେଇ ହେବାର ଅଭିଯୋଗ ରହିଛି। ପ୍ରବୀଣ ରାଉତ ସଞ୍ଜୟ ରାଉତଙ୍କ ଘନିଷ୍ଠ। ସେ ଗୁରୁ ଆଶିଷ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ। ସେ ପାତ୍ର ଚାଓ୍ଵଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ସାମିଲ୍ ଥିଲେ। ଏଠାରେ ମହାରାଷ୍ଟ୍ର ହାଉସିଂ ଏରିଆ ଡେଭଲପମେଣ୍ଟ ଅଥରିଟିର ୪୭ ଏକର ଜମି ରହିଥିଲା ଏବଂ ୬୭୨ ଜଣଙ୍କୁ ଘର ଭଡାରେ ଦିଆଯାଇଥିଲା।

ପ୍ରବୀଣ ରାଉତଙ୍କୁ ପାତ୍ର ଚାଓ୍ଵଲ ପ୍ରୋଜେକ୍ଟର ବିକାଶ କାର୍ଯ୍ଯ ଦିଆଯାଇଥିଲା। ତେବେ ଗୁରୁ ଆଶିଷ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ ଏମଏଚଏଡିଏ ଏବଂ ଭଡାକାରୀଙ୍କ ମଧ୍ୟରେ ତ୍ରିପକ୍ଷୀୟ ରାଜିନାମା କରି ପ୍ରୋଜେକ୍ଟ କାର୍ଯ୍ଯ କରିଥିଲା। ଏଠାରୁ ହିଁ ପୂରା ମାମଲା ଆରମ୍ଭ ହୋଇଥିଲା।

ଇଡି ଅନୁଯାୟୀ, ପ୍ରବୀଣ ରାଉତଙ୍କ ସହିତ ଏଚଡିଆଇଏଲ ରାକେଶ କୁମାର ବାଧଓ୍ଵାନ, ସାରଙ୍ଗ ବାଧଓ୍ଵାନ ଏବଂ ଗୁରୁ ଆଶିଷ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ର ଅନ୍ୟ ନିର୍ଦ୍ଦେଶକ ମିଶି ବେଆଇନ ଭାବେ ନିର୍ମାଣରେ ଅନିୟମିତତା କରିଥିଲେ। ଏହି ଏରିଆକୁ ଭିନ୍ନ ଭିନ୍ନ ବିଲଡରଙ୍କୁ ୧୦୩୪ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର