ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି ପ୍ରମାଣରେ ସରକାରଙ୍କ ବିରୋଧରେ କହିଲେ ମିଳିବ ଦଣ୍ଡ

The Sakala Picture
Published On

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ […]

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ ଅନ୍ୟ କୌଣସି ସାମଗ୍ରୀକୁ ସମାଲୋଚନା କରିପାରିବେ ନାହିଁ। ତାଲିବାନ ସୈନିକଙ୍କୁ ଛୁଇଁଲେ, ପୋଷାକ ଟାଣିଲେ କିମ୍ବା ଖରାପ ବ୍ୟବହାର କଲେ ଦଣ୍ଡ ଦିଆଯିବ। ତାଲିବାନ ପ୍ରବକ୍ତା ଜବିଉହ୍ଲା ମୁଜାହିଦ ଏହାକୁ ‘ସରିଆ ଦାୟିତ୍ୱ’ କହିଛି। ତାଲିବାନର ଏହି ନିର୍ଦ୍ଦେଶକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଏହା ବିରୋଧରେ ‘ତାଲିବାନ ସରକାର ନିଷିଦ୍ଧ କର’ ହାସ ଟ୍ୟାଗ୍‌ ବ୍ୟବହାର କରାଯାଉଛି।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

24 Jul 2022 By The Sakala

ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି ପ୍ରମାଣରେ ସରକାରଙ୍କ ବିରୋଧରେ କହିଲେ ମିଳିବ ଦଣ୍ଡ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ ଅନ୍ୟ କୌଣସି ସାମଗ୍ରୀକୁ ସମାଲୋଚନା କରିପାରିବେ ନାହିଁ। ତାଲିବାନ ସୈନିକଙ୍କୁ ଛୁଇଁଲେ, ପୋଷାକ ଟାଣିଲେ କିମ୍ବା ଖରାପ ବ୍ୟବହାର କଲେ ଦଣ୍ଡ ଦିଆଯିବ। ତାଲିବାନ ପ୍ରବକ୍ତା ଜବିଉହ୍ଲା ମୁଜାହିଦ ଏହାକୁ ‘ସରିଆ ଦାୟିତ୍ୱ’ କହିଛି। ତାଲିବାନର ଏହି ନିର୍ଦ୍ଦେଶକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଏହା ବିରୋଧରେ ‘ତାଲିବାନ ସରକାର ନିଷିଦ୍ଧ କର’ ହାସ ଟ୍ୟାଗ୍‌ ବ୍ୟବହାର କରାଯାଉଛି।

https://www.thesakala.in/national-international/no-criticism-against-taliban-government/article-13559
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର