ସ୍ପଷ୍ଟବାଦୀ ଦ୍ରୌପଦୀ ମୁର୍ମୁ : ଫେରାଇ ଦେଇଥିଲେ ବିଜେପି ସରକାରଙ୍କ ବିଲ୍‍

The Sakala Picture
Published On

ଭୁବନେଶ୍ବର : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଟୁଛି ଶୁଭେଛାର ସୁଅ।ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । […]

ଭୁବନେଶ୍ବର : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଟୁଛି ଶୁଭେଛାର ସୁଅ।ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିରହିଛି। ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବଡକଥା ହେଉଛି ଏନଡିଏ ବାହାରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି । ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୬୪ ପ୍ରତିଶତ ଭୋଟ୍ । ମୁର୍ମୁଙ୍କୁ ୨ ହଜାର ୮୨୪ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା, ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଗୁରୁବାର ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯାଇଥିବା ବେଳେ ଓଡିଶାର ଏହି ଝିଅଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବିଜେପି ସରକାରଙ୍କ ବିଲ୍‍ ଫେରାଇ ଦେଇଥିଲେ

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

ଦ୍ରୌପଦୀ ସବୁବେଳେ ସତ୍ୟନିଷ୍ଠ ଥିଲେ। ଯାହା ଠିକ୍‍ ଭାବୁଥିଲେ ତାହା ହିଁ କରୁଥିଲେ, ତାଙ୍କୁ ପ୍ରଭାବିତ କରି କୌଣସି କାର୍ଯ୍ୟ କରାଇ ନେବା କାହା ପକ୍ଷରେ ସହଜ ନ ଥିଲା। ୨୦୧୭ରେ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ତତ୍‍କାଳୀନ ରାଜ୍ୟ ବିଜେପି ସରକାର ସିଏନ୍‍ଟି-ଏସ୍‍ପିଟି ସଂଶୋଧନ ବିଲ୍‍ ବିଧାନସଭାରେ ଗୃହୀତ କରାଇଥିଲେ। ବ୍ୟବସ୍ଥା ଅନୁସାରେ ଏହି ବିଧେୟକଟିକୁ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର ଦ୍ରୌପଦୀ ତାହାକୁ ଫେରାଇ ଦେଇଥିଲେ। ଏପରିକି ଏହି ବିଲ୍‍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ସତ୍ୟ ସହ ଠିଆ ହେଉଥିଲେ

ପିଲାଦିନରୁ ଦ୍ରୌପଦୀ ସ୍ପଷ୍ଟବାଦୀ ଥିଲେ ଓ ସତ୍ୟ ସହ ସର୍ବଦା ଠିଆ ହେଉଥିଲେ। ତାଙ୍କର ଶିକ୍ଷକ ବାସୁଦେବ ବେହେରାଙ୍କ ସୂଚନା ଅନୁସାରେ ଶ୍ରେଣୀରେ ମନିଟର୍‌ ଥÒବା ଦ୍ରୌପଦୀ କ୍ଲାସରେ ଟପ୍ପର ହେଉଥିଲେ। ସେତେବେଳର ବ୍ୟବସ୍ଥା ଅନୁସାରେ ଶ୍ରେଣୀରେ ପ୍ରଥମ ହେଉଥିବା ଛାତ୍ର ବା ଛାତ୍ରୀ କ୍ଲାସ ମନିଟର ଭାବରେ ବଛା ଯାଉଥିଲେ।

ପ୍ରତ୍ୟୁଷରୁ କରୁଥିଲେ ଧ୍ୟାନ-ଯୋଗ

ରାଇରଙ୍ଗପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନର ମୁଖ୍ୟ ଭଗିନୀ ସୁପ୍ରିୟାଙ୍କ ସୂଚନା ଅନୁସାରେ ଯେତେବେଳେ ଦ୍ରୌପଦୀଙ୍କର ବଡ଼ ପୁଅର ମୃତ୍ୟୁ ଘଟିଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେତେବେଳେ ଭଗିନୀ ସୁପ୍ରିୟା ତାଙ୍କୁ ରାଜଯୋଗ କେନ୍ଦ୍ରକୁ ଆସି ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ନିୟମିତ ଭାବରେ ବ୍ରହ୍ମାକୁମାରୀ ସଂସ୍ଥାନ କେନ୍ଦ୍ରକୁ ଆସିବା ଆରମ୍ଭ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବା ପରେ ମଧ୍ୟ ସେ ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ଧ୍ୟାନ କରିଛନ୍ତି। ତାଙ୍କର ନିଜ ଲୋକମାନେ ଯେତେବେଳେ ହାତ ଛାଡ଼ି ଦେଲେ ସେତେବେଳେ ସେ ଅନ୍ୟମାନଙ୍କୁ ନିଜର କରି ନେଲେ। ସବୁବେଳେ ସେ ସାଥୀରେ ଏକ ଟ୍ରାନ୍ସଲାଇଟ୍‍ ଓ ଶିବବାବାଙ୍କର ଛୋଟ ବହି ରଖୁଥିଲେ। ପ୍ରତିଦିନ ପ୍ରତ୍ୟୁଷରୁ ଉଠୁଥିଲେ ଦ୍ରୌପଦୀ। ଯେତେ ବ୍ୟସ୍ତ ମଧ୍ୟରେ ରହୁଥିଲେ ମଧ୍ୟ ସେ ଭୋର ୩.୩୦ରୁ ଉଠୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ ବୋଲି କହିଛନ୍ତି ପାହାଡ଼ପୁର ସୁନୀତା ମାଝୀ।

22 Jul 2022 By The Sakala

ସ୍ପଷ୍ଟବାଦୀ ଦ୍ରୌପଦୀ ମୁର୍ମୁ : ଫେରାଇ ଦେଇଥିଲେ ବିଜେପି ସରକାରଙ୍କ ବିଲ୍‍

ଭୁବନେଶ୍ବର : ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଛୁଟୁଛି ଶୁଭେଛାର ସୁଅ।ଉପ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଇ ଦିଲ୍ଲୀରେ ଦୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି । ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗିରହିଛି। ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବଡକଥା ହେଉଛି ଏନଡିଏ ବାହାରୁ ମଧ୍ୟ ତାଙ୍କୁ ସମର୍ଥନ ମିଳିଛି । ୬୪ ବର୍ଷୀୟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୬୪ ପ୍ରତିଶତ ଭୋଟ୍ । ମୁର୍ମୁଙ୍କୁ ୨ ହଜାର ୮୨୪ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା, ଯାହାର ମୂଲ୍ୟ ୬ ଲକ୍ଷ ୭୬ ହଜାର ୮୦୩ । ଗୁରୁବାର ସଂଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିଯାଇଥିବା ବେଳେ ଓଡିଶାର ଏହି ଝିଅଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।ପରମ୍ପରା ଅନୁସାରେ ଆଗାମୀ ୨୫ ତାରିଖରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ବିଜେପି ସରକାରଙ୍କ ବିଲ୍‍ ଫେରାଇ ଦେଇଥିଲେ

ଦ୍ରୌପଦୀ ସବୁବେଳେ ସତ୍ୟନିଷ୍ଠ ଥିଲେ। ଯାହା ଠିକ୍‍ ଭାବୁଥିଲେ ତାହା ହିଁ କରୁଥିଲେ, ତାଙ୍କୁ ପ୍ରଭାବିତ କରି କୌଣସି କାର୍ଯ୍ୟ କରାଇ ନେବା କାହା ପକ୍ଷରେ ସହଜ ନ ଥିଲା। ୨୦୧୭ରେ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବାବେଳେ ତତ୍‍କାଳୀନ ରାଜ୍ୟ ବିଜେପି ସରକାର ସିଏନ୍‍ଟି-ଏସ୍‍ପିଟି ସଂଶୋଧନ ବିଲ୍‍ ବିଧାନସଭାରେ ଗୃହୀତ କରାଇଥିଲେ। ବ୍ୟବସ୍ଥା ଅନୁସାରେ ଏହି ବିଧେୟକଟିକୁ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ମାତ୍ର ଦ୍ରୌପଦୀ ତାହାକୁ ଫେରାଇ ଦେଇଥିଲେ। ଏପରିକି ଏହି ବିଲ୍‍ର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସତ୍ୟ ସହ ଠିଆ ହେଉଥିଲେ

ପିଲାଦିନରୁ ଦ୍ରୌପଦୀ ସ୍ପଷ୍ଟବାଦୀ ଥିଲେ ଓ ସତ୍ୟ ସହ ସର୍ବଦା ଠିଆ ହେଉଥିଲେ। ତାଙ୍କର ଶିକ୍ଷକ ବାସୁଦେବ ବେହେରାଙ୍କ ସୂଚନା ଅନୁସାରେ ଶ୍ରେଣୀରେ ମନିଟର୍‌ ଥÒବା ଦ୍ରୌପଦୀ କ୍ଲାସରେ ଟପ୍ପର ହେଉଥିଲେ। ସେତେବେଳର ବ୍ୟବସ୍ଥା ଅନୁସାରେ ଶ୍ରେଣୀରେ ପ୍ରଥମ ହେଉଥିବା ଛାତ୍ର ବା ଛାତ୍ରୀ କ୍ଲାସ ମନିଟର ଭାବରେ ବଛା ଯାଉଥିଲେ।

ପ୍ରତ୍ୟୁଷରୁ କରୁଥିଲେ ଧ୍ୟାନ-ଯୋଗ

ରାଇରଙ୍ଗପୁରସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାନର ମୁଖ୍ୟ ଭଗିନୀ ସୁପ୍ରିୟାଙ୍କ ସୂଚନା ଅନୁସାରେ ଯେତେବେଳେ ଦ୍ରୌପଦୀଙ୍କର ବଡ଼ ପୁଅର ମୃତ୍ୟୁ ଘଟିଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେତେବେଳେ ଭଗିନୀ ସୁପ୍ରିୟା ତାଙ୍କୁ ରାଜଯୋଗ କେନ୍ଦ୍ରକୁ ଆସି ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ନିୟମିତ ଭାବରେ ବ୍ରହ୍ମାକୁମାରୀ ସଂସ୍ଥାନ କେନ୍ଦ୍ରକୁ ଆସିବା ଆରମ୍ଭ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବା ପରେ ମଧ୍ୟ ସେ ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ଧ୍ୟାନ କରିଛନ୍ତି। ତାଙ୍କର ନିଜ ଲୋକମାନେ ଯେତେବେଳେ ହାତ ଛାଡ଼ି ଦେଲେ ସେତେବେଳେ ସେ ଅନ୍ୟମାନଙ୍କୁ ନିଜର କରି ନେଲେ। ସବୁବେଳେ ସେ ସାଥୀରେ ଏକ ଟ୍ରାନ୍ସଲାଇଟ୍‍ ଓ ଶିବବାବାଙ୍କର ଛୋଟ ବହି ରଖୁଥିଲେ। ପ୍ରତିଦିନ ପ୍ରତ୍ୟୁଷରୁ ଉଠୁଥିଲେ ଦ୍ରୌପଦୀ। ଯେତେ ବ୍ୟସ୍ତ ମଧ୍ୟରେ ରହୁଥିଲେ ମଧ୍ୟ ସେ ଭୋର ୩.୩୦ରୁ ଉଠୁଥିଲେ, ଧ୍ୟାନ ଓ ଯୋଗ କରୁଥିଲେ ବୋଲି କହିଛନ୍ତି ପାହାଡ଼ପୁର ସୁନୀତା ମାଝୀ।

https://www.thesakala.in/national-international/once-draupadi-murmu-returned-the-bills-of-the-bjp-government/article-13526
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର