ଏଇଟା ନୂଆ ଭାରତ, ଏଠି ପ୍ରଶ୍ନ ପଚାର ନାହିଁ, ବିରୋଧ ପ୍ରଦର୍ଶନ କରନାହିଁ କି ନିଜର ହକ୍‌ ମାଗ ନାହିଁ, ନହେଲେ ଗିରଫ ହେବେ : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ  : ପୁଣିଥରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥର ବେରୋଜଗାରୀକୁ ପ୍ରମୁଖ ମୁଦ୍ଦାକରି ପୁଣି ମୋଦି ସରକାରକୁ କାଠଗଡାକୁ ଟାଣିଛନ୍ତି ରାହୁଲ ଗାନ୍ଧି । କେବଳ ସେତିକି ନୁହେଁ ମୁଦ୍ରାସ୍ଫୀତି ଏବଂ ଦେଶରେ ଚାଲିଥିବା ମହଙ୍ଗା ମାଡକୁ ନେଇ ବି କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ। କେନ୍ଦ୍ର ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଛନ୍ତି ଯେ ମୋଦୀ ସରକାର ଦେଶରେ ଏକଛତ୍ରବାଦୀ ଶାସକ ଚଳାଇଛନ୍ତି। ଯୁବକମାନଙ୍କୁ […]

ନୂଆଦିଲ୍ଲୀ  : ପୁଣିଥରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥର ବେରୋଜଗାରୀକୁ ପ୍ରମୁଖ ମୁଦ୍ଦାକରି ପୁଣି ମୋଦି ସରକାରକୁ କାଠଗଡାକୁ ଟାଣିଛନ୍ତି ରାହୁଲ ଗାନ୍ଧି । କେବଳ ସେତିକି ନୁହେଁ ମୁଦ୍ରାସ୍ଫୀତି ଏବଂ ଦେଶରେ ଚାଲିଥିବା ମହଙ୍ଗା ମାଡକୁ ନେଇ ବି କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ରାହୁଲ। କେନ୍ଦ୍ର ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଛନ୍ତି ଯେ ମୋଦୀ ସରକାର ଦେଶରେ ଏକଛତ୍ରବାଦୀ ଶାସକ ଚଳାଇଛନ୍ତି। ଯୁବକମାନଙ୍କୁ ବେକାର କରି ସରକାର କୋଟି କୋଟି ପରିବାରର ଆଶା ଭାଙ୍ଗୁଛନ୍ତି ବୋଲି କହିଛନ୍ତି। ଆଉ ନିଜର ହକ୍‌ ଦାବି କରି ବେରୋଜଗାର ଯୁବବଯୁବତୀମାନେ ଯେବେ ପ୍ରଶ୍ନ ପଚାରୁଛନ୍ତି, ବିରୋଧ ପଦର୍ଶନ କରୁଛନ୍ତି ସେବେ ତାଙ୍କୁ ଗିରଫ କରାଯାଉଛି।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଏହାପୂର୍ବରୁ ରାହୁଲ ଗାନ୍ଧୀ ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦ ରୁ ୨୪ ବର୍ଷ ବୟସର ଯୁବକଯୁବତୀମାନଙ୍କ ମଧ୍ୟରେ ବେକାରୀ ହାରକୁ ଦ୍ୱିଗୁଣିତ କରିଥିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଥିଲେ। ରାହୁଲ ଗାନ୍ଧି କହିଛନ୍ତି, ‘ଦେଶର କୋଟି କୋଟି ଯୁବକଙ୍କୁ ବେରୋଜଗାର କରାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାରରେ ପରିଣତ ହୋଇଛି । ନୂଆ ଭାରତରେ ଯଦି କେହି ହକ୍‌ ମାଗୁଛନ୍ତି ତେବେ ସେମାନଙ୍କୁ ଗିରଫ କରାଯାଉଛି। କେନ୍ଦ୍ରର ତାନାଶାହ ଶାସନ ଯୁବପିଢିଙ୍କ ଭବିଷ୍ୟତ ଉଜାଡି ଦେଉଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ ଆଜି ଟ୍ବିଟ କରି କହିଛନ୍ତି ପ୍ରଶ୍ନ ପଚାର ନାହିଁ, ସ୍ୱର ଉତ୍ତୋଳନ କର ନାହିଁ, ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କର ନାହିଁ, ଏହା ନୂଆ ଭାରତ, ଯେଉଁଠି ନିଜର ଅଧିକାର ଦାବିକଲେ  ଗିରଫ କରାଯିବ। ଏଥି ସହିତ ଟ୍ବିଟରେ ଜଣେ ଛାତ୍ରୀଙ୍କ ଭିଡିଓ ସେୟାର କରିଛନ୍ତି ରାହୁଲ। ନୂଆ ଭାରତରେ ଯଦି ନିଜର ହକ୍‌ ମାଗିବେ ତେବେ ଗିରଫଦାରୀ ହେବା ସୁନିଶ୍ଚିତ। ଯୁବ ବର୍ଗଙ୍କୁ ବେକାରୀ କରି କୋଟି କୋଟି ପରିବାରର ଆଶାକୁ ଧୂଳିସାତ୍‌ କରୁଛି ତାନାଶାହ ସରକାର’।

ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ ରାହୁଲ ଗାନ୍ଧି । କହିଥିଲେ, ଦେଶ ଏବେ ନିରାଶର ଗର୍ତ୍ତରେ ଡୁବି ଯାଇଛି । ଟ୍ବିଟ କରି ରାହୁଲ ଲେଖିଥିଲେ, ‘ଅବ୍‌ କି ବାର୍‌ ୮୦ ପାର୍‌’। ଏହା ସହିତ ବେରୋଜଗାରୀ ଓ ମହ‌ଙ୍ଗା ମାଡକୁ ନେଇ ମଧ୍ୟ କେନ୍ଦ୍ରର ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ ରାହୁଲ ଗାନ୍ଧି ।

17 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର