ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ, ସ୍ପଷ୍ଟ କଲେ ବାଚସ୍ପତି ମହିନ୍ଦା ୟାପା

The Sakala Picture
Published On

ନୂଆଦିଲ୍ଲୀ: ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ । ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା । ଅର୍ଥନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ […]

ନୂଆଦିଲ୍ଲୀ: ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ । ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଅର୍ଥନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶଛାଡି ପଳାୟନ କରିଥିଲେ । ପ୍ରଥମେ ମାଲଦ୍ୱୀପ ପରେ ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଅନ୍ୟପଟେ ସିଙ୍ଗାପୁରର ବିଦେଶ ମନ୍ତ୍ରଣାଳୟ ଅନୁସାରେ ରାଜପକ୍ଷେ ଶରଣ ମାଗି ନାହାନ୍ତି କି, ତାଙ୍କୁ କୌଣସି ଶରଣ ଦିଆଯାଇ ନାହିଁ । ସେ ବ୍ୟକ୍ତଗତ ଗସ୍ତରେ ସିଙ୍ଗାପୁର ଆସିଛନ୍ତି ବୋଲି ସୂଚନା ଦିଆଯାଇଛି । ଏପଟେ ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ ଆକ୍ରୋଶର ନିଆଁ । ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ପ୍ରଧାନମନ୍ତ୍ରୀ ଆବାସ, ରାଷ୍ଟ୍ରପତି ଭବନ, ସଂସଦ ଭବନକୁ କବଜା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

14 Jul 2022 By The Sakala

ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ, ସ୍ପଷ୍ଟ କଲେ ବାଚସ୍ପତି ମହିନ୍ଦା ୟାପା

ନୂଆଦିଲ୍ଲୀ: ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟବାୟା ରାଜପକ୍ଷେ । ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ।

ଅର୍ଥନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସ୍ଥିତି । କ’ଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? କିଏ ହେବେ ସଙ୍କଟମୋଚକ ? ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶଛାଡି ପଳାୟନ କରିଥିଲେ । ପ୍ରଥମେ ମାଲଦ୍ୱୀପ ପରେ ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି ।

ଅନ୍ୟପଟେ ସିଙ୍ଗାପୁରର ବିଦେଶ ମନ୍ତ୍ରଣାଳୟ ଅନୁସାରେ ରାଜପକ୍ଷେ ଶରଣ ମାଗି ନାହାନ୍ତି କି, ତାଙ୍କୁ କୌଣସି ଶରଣ ଦିଆଯାଇ ନାହିଁ । ସେ ବ୍ୟକ୍ତଗତ ଗସ୍ତରେ ସିଙ୍ଗାପୁର ଆସିଛନ୍ତି ବୋଲି ସୂଚନା ଦିଆଯାଇଛି । ଏପଟେ ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ ଆକ୍ରୋଶର ନିଆଁ । ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ପ୍ରଧାନମନ୍ତ୍ରୀ ଆବାସ, ରାଷ୍ଟ୍ରପତି ଭବନ, ସଂସଦ ଭବନକୁ କବଜା କରିଛନ୍ତି ।

https://www.thesakala.in/national-international/sri-lankan-president-gotabaya-rajapaksa-resigns/article-13296
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର