ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା, ସଂସଦ ଭବନରେ ଧସେଇ ପଶିଲେ ବିକ୍ଷୋଭକାରୀ

The Sakala Picture
Published On

କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ରାଜଧାନୀ କଲମ୍ବୋ ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ […]

କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ରାଜଧାନୀ କଲମ୍ବୋ ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମ‌ସିଂଘେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଦେଶର ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଥିବା ବେଳେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯିବାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ ଏବଂ ପିଏମ ହାଉସକୁ ଘେରି ରହିଛନ୍ତି । ରାଷ୍ଟ୍ରପତି ଦେଶ ଛାଡିବାମାତ୍ରେ କଲୋମ୍ବୋରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଦର୍ଶନସ୍ଥଳ ଛାଡି ହଜାର ହଜାର ପ୍ରଦର୍ଶନକାରୀ ସଂସଦ ଆଗରେ ପହଁଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ହାଉସରେ ଧସେଇ ପଶିଛନ୍ତି।ଗୋଟବାୟା ରାଜପକ୍ଷେ ପଳାଇବା ପରେ ଶ୍ରୀଲଙ୍କାର ଲୋକେ ରାଗରେ ନିଆଁ ହୋଇଯାଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହୋଇଛି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ବୃଦ୍ଧି ପାଉଥିବା ପ୍ରତିବାଦ ‌ଦମନ କରିବା ପାଇଁ କ‌ଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟି ହେବା ଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ମଧ୍ୟକୁ ‌ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ପାଣି ମାଡ଼ କରୁଥିବା ରିପୋର୍ଟ ମଧ୍ୟ ମିଳିଛି। କିନ୍ତୁ, ସର୍ବଦଳୀୟ ସରକାର ଗଠନ ହେବା ପରେ ସେ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଘୋଷଣା କରିସାରିଛନ୍ତି। ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଉପସ୍ଥିତ ଥିବାରୁ ତାଙ୍କ କଲମ୍ବୋସ୍ଥିତ ଆବାସିକ କାର୍ୟ୍ୟାଳୟ ବାହାରେ ଆକାଶରୁ ‘ପାଟ୍ରୋଲିଙ୍ଗ୍‌’ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଚେରି ଚଢ଼ିବାକୁ ଉଦ୍ୟମ କରୁଥିବା ପ୍ରତିବାଦକାରୀମାନଙ୍କ ଉପରେ ପୁଲିସ ଲାଠି ଚାର୍ଜ କରୁଛି।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି। ଗୋଟବାୟା ରାଜପକ୍ଷେ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର