ସାରା ଦେଶରେ ପ୍ରଥମ ! ମାତ୍ର ୧୦ ମାସର ଶିଶୁକନ୍ୟାକୁ ରେଳବାଇ ଦେଲା ଚାକିରି

The Sakala Picture
Published On

ରାୟପୁର: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ଡିଭିଜନ। ଏଥିପାଇଁ ରାଧିକାର ଟିପ ଚିହ୍ନ ନିଆଯାଇଛି । ରାଧିକାଙ୍କ ବାପା ମା’ ଏକ ସଡ଼କ ଦୁର୍ଘଟଣାରେ […]

ରାୟପୁର: ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ଡିଭିଜନ। ଏଥିପାଇଁ ରାଧିକାର ଟିପ ଚିହ୍ନ ନିଆଯାଇଛି । ରାଧିକାଙ୍କ ବାପା ମା’ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଥଇଥାନ ଯୋଜନାରେ ରେଳବାଇ ପକ୍ଷରୁ ତାଙ୍କ ୧୦ ମାସର ଝିଅକୁ ଚାକିରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନା ଅନୁସାରେ, ଶିଶୁକନ୍ୟାର ବାପା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେଓ୍ୱ ପିପି ୟାର୍ଡରେ କାର୍ଯ୍ୟ କରୁଥିଲେ। ଗତ ଜୁନ୍ ୧ ତାରିଖରେ ମୋଟର ସାଇକଲରେ ସ୍ତ୍ରୀ ମଞ୍ଜୁଲତାଙ୍କୁ ବସାଇ ଭିଲାଇ ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଉଭୟ ପତିପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସୌଭାଗ୍ୟବଶତଃ ୧୦ ମାସର ରାଧିକା ବର୍ତ୍ତିଯାଇଥିଲା। ଏହାପରେ ଦକ୍ଷିଣ ପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେବା ସହ ରାଧିକାର ଥଇଥାନ ପାଇଁ ଚାକିରି ଦେବାକୁ ଗତ ଜୁଲାଇ ୪ତାରିଖରେ ନିଷ୍ପତି ନେଇଥିଲେ । ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବା ମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ। ଭାରତୀୟ ରେଲେଓ୍ୱ ଇତିହାସରେ ଛୋଟ ଶିଶୁକୁ ନିଯୁକ୍ତି ଦିଆଯିବା ପ୍ରଥମ ଘଟଣା। ବାପାଙ୍କ ଦରମା ସହ ସମାନ ଦରମା ପାଇବେ ରାଧିକା। ଏହାପରେ ଯୋଗ୍ୟତା ଅନୁସାରେ ରେଲେଓ୍ୱରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। କେବଳ ନିଯୁକ୍ତି ନୁହେଁ ବରଂ ରାଧିକାର ଲାଳନ ପାଳନ ପାଇଁ ରାଧିକାକୁ ୧୮ ବର୍ଷ ହେବା ଯାଏଁ ତାଙ୍କ ବାପାଙ୍କ ଆକାଉଣ୍ଟରେ ପେନସନ୍ ମିଳିବ। ଏହାଦ୍ୱାରା ରାଧିକାର ପାଠପଢା ଓ ଲାଳନପାଳନ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁଟିର ଲାଳନପାଳନ କରିବେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର