ଦେଶରେ କରୋନା ସ୍ଥିତି ସାଂଘାତିକ : ୨୪ ଘଣ୍ଟାରେ ୧.୧୫ ଲକ୍ଷ ନୂଆ ମାମଲା, ୬୩୦ ମୃତ

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହର ଅପେକ୍ଷା କରୋନା ଦ୍ବିତୀୟ ଲହର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ତେଣୁ ଆଗାମୀ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି […]

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହର ଅପେକ୍ଷା କରୋନା ଦ୍ବିତୀୟ ଲହର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ତେଣୁ ଆଗାମୀ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ମହାମାରୀ । ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ୧ ଲକ୍ଷ ୧୫ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ୧.୩ ଲକ୍ଷରୁ ଅଧିକ ମାମଲା ଥିଲା । ହେଲେ ଏବେ ସବୁ ରେକର୍ଡ ପାର୍ କରିଛି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨, ୭୯୯, ୭୪୬ ରହିଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଫଳରେ ସକ୍ରିୟ ମାମଲା ୮୦୦, ୦୦୦ ପାର୍ କରିଛି । ଭାରତରେ ଆକ୍ଟିଭ କେସ ଅନୁଯାୟୀ ଭାରତ ଚତୁର୍ଥ ସ୍ଥାନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୧ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬, ୨୦୮ରେ ପହଞ୍ଚିଛି । ବିଶେଷଜ୍ଞଙ୍କ ମତରେ କରୋନାର ୨ୟ ଲହର ପ୍ରଥମ ଲହର ତୁଳନାରେ ଅଧିକ ଭୟାବହ ହେଉଛି । ମହାମାରୀରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ୫ ରାଜ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଚିନ୍ତାଜନକ ବିଷୟ ଲଗାତାର ମହାରାଷ୍ଟ୍ରରେ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୫୫,୦୦୦ ନୂଆ ମାମଲା ସହ ମୁମ୍ୱାଇରେ ୧୦,୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜଧାନୀ ଦିଲ୍ଲୀରେ ବି ଭୟଙ୍କର ରୂପ ନେଉଛି ଭୂତାଣୁ । ଏଠାରେ ଦିନକରେ ୫ ହଜାର ପାର କରିଛି ଅଙ୍କ । ୨୦୨୦ ସେପ୍ଟେମ୍ୱର ପରେ ପ୍ରଥମ ଥର ପାଇଁ ଏଭଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

07 Apr 2021 By The Sakala

https://www.thesakala.in/national-international/india-reports-115736-new-covid19-cases/article-1307
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର