ଅମରାବତୀରେ ଉଦୟପୁର ଭଳି ହତ୍ୟା ! ନୁପୂର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବା ଔଷଧ ଦୋକାନୀଙ୍କ ଗଳାକାଟି ହତ୍ୟା

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ହୋଇଛି ଉଦୟପୁର ଭଳି ଜଘନ୍ୟ ହତ୍ୟାକାଣ୍ଡ । ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ କିଛି ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ଜଣେ ଔଷଧ ଦୋକାନୀ ଓ ତାଙ୍କର ବୟସ ୫୪ ବର୍ଷ । ଏହି ହତ୍ୟାକାଣ୍ଡ ଜୁନ ୨୧ ତାରିଖରେ ଘଟିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ନିକଟରେ ରାଜସ୍ଥାନର ଉଦୟପୁରରେ ଜଣେ ଦରଜୀଙ୍କର ଲୋମହର୍ଷଣକାରୀ ହତ୍ୟା କରାଯାଇଥିଲା […]

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ହୋଇଛି ଉଦୟପୁର ଭଳି ଜଘନ୍ୟ ହତ୍ୟାକାଣ୍ଡ । ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ କିଛି ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ଜଣେ ଔଷଧ ଦୋକାନୀ ଓ ତାଙ୍କର ବୟସ ୫୪ ବର୍ଷ । ଏହି ହତ୍ୟାକାଣ୍ଡ ଜୁନ ୨୧ ତାରିଖରେ ଘଟିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ନିକଟରେ ରାଜସ୍ଥାନର ଉଦୟପୁରରେ ଜଣେ ଦରଜୀଙ୍କର ଲୋମହର୍ଷଣକାରୀ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ ସାରା ଦେଶରେ ହିଂସା ଦେଖାଯାଇଥିଲା । ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା ଜାରି କରିଛି । ଏହି ଘଟଣା ଏବେ ସୁଦ୍ଧା ଥମିନଥିବା ବେଳେ ଅମରାବତୀରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ସୂଚନା ଅନୁସାରେ, ଉଦୟପୁରରେ ଦର୍ଜୀ କହ୍ନୈୟାଲାଲଙ୍କୁ ହତ୍ୟା କରିବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ୫୪ ବର୍ଷୀୟ କେମିଷ୍ଟ ଉମେଶ ପ୍ରହଲ୍ଲାଦରାଓ କୋହ୍ଲେଙ୍କୁ ୨୧ ଜୁନରେ ହତ୍ୟା କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସାମାଜିକ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କାରଣରୁ କୋହ୍ଲେଙ୍କ ନିର୍ମମ ହତ୍ୟା କରାଯାଇଛି । ଏବେ ଏହି ମାମଲାର ଯାଞ୍ଚ କରୁଥିବା ପୁଲିସ୍‌ ଏହାକୁ କହ୍ନୈୟାଲାଲ ହତ୍ୟାକାଣ୍ଡ ଭଳି ସନ୍ଦେହକୁ ଆଣିଛି।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

ସେପଟେ ଏହି ହତ୍ୟାକାଣ୍ଡ ବାବଦରେ ଯାଂଚ କରିବାକୁ ଏନଆଇଏର ଗୋଟିଏ ଟିମ ଏବେ ଅମରାବତୀ ପହଞ୍ଚିଛି । ଗିରଫ ହୋଇଥିବା ୪ ଜଣ କହିଛନ୍ତି କି ଏଭଳି ହତ୍ୟା କରିବାକୁ ତାଙ୍କୁ ଅନ୍ୟଜଣେ ପରାମର୍ଶ ଦେଇଥିଲେ । ଏବେ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଧରିବାକୁ ପ୍ରୟାଶ କରୁଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

02 Jul 2022 By The Sakala

ଅମରାବତୀରେ ଉଦୟପୁର ଭଳି ହତ୍ୟା ! ନୁପୂର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବା ଔଷଧ ଦୋକାନୀଙ୍କ ଗଳାକାଟି ହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀରେ ହୋଇଛି ଉଦୟପୁର ଭଳି ଜଘନ୍ୟ ହତ୍ୟାକାଣ୍ଡ । ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କୁ କିଛି ଦୁବୃର୍ତ୍ତ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ଜଣେ ଔଷଧ ଦୋକାନୀ ଓ ତାଙ୍କର ବୟସ ୫୪ ବର୍ଷ । ଏହି ହତ୍ୟାକାଣ୍ଡ ଜୁନ ୨୧ ତାରିଖରେ ଘଟିଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ନିକଟରେ ରାଜସ୍ଥାନର ଉଦୟପୁରରେ ଜଣେ ଦରଜୀଙ୍କର ଲୋମହର୍ଷଣକାରୀ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ ସାରା ଦେଶରେ ହିଂସା ଦେଖାଯାଇଥିଲା । ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା ଜାରି କରିଛି । ଏହି ଘଟଣା ଏବେ ସୁଦ୍ଧା ଥମିନଥିବା ବେଳେ ଅମରାବତୀରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଉଦୟପୁରରେ ଦର୍ଜୀ କହ୍ନୈୟାଲାଲଙ୍କୁ ହତ୍ୟା କରିବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ୫୪ ବର୍ଷୀୟ କେମିଷ୍ଟ ଉମେଶ ପ୍ରହଲ୍ଲାଦରାଓ କୋହ୍ଲେଙ୍କୁ ୨୧ ଜୁନରେ ହତ୍ୟା କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସାମାଜିକ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କାରଣରୁ କୋହ୍ଲେଙ୍କ ନିର୍ମମ ହତ୍ୟା କରାଯାଇଛି । ଏବେ ଏହି ମାମଲାର ଯାଞ୍ଚ କରୁଥିବା ପୁଲିସ୍‌ ଏହାକୁ କହ୍ନୈୟାଲାଲ ହତ୍ୟାକାଣ୍ଡ ଭଳି ସନ୍ଦେହକୁ ଆଣିଛି।

ସେପଟେ ଏହି ହତ୍ୟାକାଣ୍ଡ ବାବଦରେ ଯାଂଚ କରିବାକୁ ଏନଆଇଏର ଗୋଟିଏ ଟିମ ଏବେ ଅମରାବତୀ ପହଞ୍ଚିଛି । ଗିରଫ ହୋଇଥିବା ୪ ଜଣ କହିଛନ୍ତି କି ଏଭଳି ହତ୍ୟା କରିବାକୁ ତାଙ୍କୁ ଅନ୍ୟଜଣେ ପରାମର୍ଶ ଦେଇଥିଲେ । ଏବେ ପୋଲିସ ସେହି ମାଷ୍ଟର ମାଇଣ୍ଡକୁ ଧରିବାକୁ ପ୍ରୟାଶ କରୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର